ହେଡଲାଇନସ୍:

ସହରାଞ୍ଚଳ ପରିବହନ ସେବା ପାଇଁ କ୍ୟାପିଟାଲ ରିଜିନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 




ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ୍ ବଦଳରେ କ୍ୟାପିଟାଲ ରିଜିନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଗଠନ ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ସଂସ୍ଥା କଟକ, ଭୁବନେଶ୍ୱର , ପୁରୀ ଓ କୋଣାର୍କ ସହରାଂଚଳରେ ଜନସାଧାରଣଙ୍କୁ ବସ୍ ସେବା ଯୋଗାଇଦେବ । ସମ୍ପୃକ୍ତ ସଂସ୍ଥାର ବୋର୍ଡ ଅଫ୍ ଡାରେକଫରସ୍ ଗଠନ କରିବା ସୁପାରିସ୍କୁ ମଧ୍ୟ ଅନୁମୋଦନ ମିଳିଛି । ଏହି ବୋର୍ଡରେ ଉନ୍ନୟନ କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଏହାସହିତ ଗୃହ ବିଭାଗ , ବାଣିଜ୍ୟ ଓ ପରିବହନ ବିଭାଗ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ , ଟ୍ରାନ୍ସପୋର୍ଟ କମିଶନର , ଭୁବନେଶ୍ୱର-କଟକ ପୋଲିସ୍ କମିଶନର , କେନ୍ଦ୍ରାଂଚଳ ଆଇଜି, କେନ୍ଦ୍ରାଂଚଳ ରାଜସ୍ୱ କମିଶନର , ବିଡିଏ ଉପାଧ୍ୟକ୍ଷ , ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ , ସିଡିଏର ଉପାଧ୍ୟକ୍ଷ , ପିକେଡିଏର ଉପାଧ୍ୟକ୍ଷ ଓ ପରିବହନ କ୍ଷେତ୍ରରେ ପାରଦର୍ଶିତା ଥିବା ୩ ଜଣ ସ୍ୱାଧୀନ ସଦସ୍ୟ ଭାବେ କାର୍ଯ୍ୟ କରିବେ । ଏହି ନୂତନ ବ୍ୟବସ୍ଥା ପାଇଁ ପେଡ୍ କ୍ୟାପିଟାଲ ୧ କୋଟି ଟଙ୍କା ରଖାଯାଇଛି । ୍ସେଥିମଧ୍ୟରୁ ସର୍ବାଧିକ ବିଡିଏର ୬୦ ପ୍ରତିଶତ ଅଧୀନରେ ରହିବ , ସିଡିଏର ୨୦ ପ୍ରତିଶତ ଓ ଅବଶିଷ୍ଟ ୨୦ ପ୍ରତିଶତ ଘରୋଇ ଅଧୀନରେ ରହିବ ।

୧୧୨କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଅନୁମୋଦିତ
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୨ କୋଟି ବ୍ୟୟ ଅଟକଳରେ ହେବାକୁ ଥିବା ୪ ଟି ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଦେଓ ଜଳସେଚନ ପ୍ରକଳ୍ପରେ ଦକ୍ଷିଣ ମୁଖ୍ୟ କେନାଲର ଖନନ ଓ ବିଭିନ୍ନ ନିର୍ମାଣ ପାଇଁ ୧୨.୮୦ କୋଟି ଟଙ୍କା ବିନିଯୋଗ କରାଯିବ । ସେହିପରି କେନ୍ଦୁଝର ଜିଲ୍ଲାର କାନୁପୁର ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲ ପାଇଁ ୩୯.୭୮ କୋଟି ଟଙ୍କା ବିନିଯୋଗ କରାଯିବ । ସେହିପରି ଗଡବୁଗୁଡା ଟିକିଗୁଡା କେନାଲର ନିର୍ମାଣ ଓ ଅନ୍ୟାନ୍ୟ ଛୋଟ କେନାଲ ନିର୍ମାଣ ପାଇଁ ୨୦.୬୬ କୋଟି ଟଙ୍କା , ରିମୂଳି -ରକ୍ସି - ରାଜମୁଣ୍ଡା ଅଂଚଳରେ କାନପୁର ସ୍ପିଲ୍ ଖନନ ଉପରେ ଏକ ୪ ଥାକିଆ ସେତୁ ନିର୍ମାଣ ପାଇଁ ୪୦.୬୮ କୋଟି ଟଙ୍କା ବିନିଯୋଗ କରାଯିବ । ଏହି ସମସ୍ତ ପ୍ରକଳ୍ପ ଗୁଡିକର ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

0
0
0
s2sdefault