ହେଡଲାଇନସ୍:

୨୦୨୫ ସୁଦ୍ଧା ରପ୍ତାନୀ ଛୁଇଁବ ୧ ଲକ୍ଷ କୋଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରପ୍ତାନୀ ଭବନ ଉଦ୍ଘାଟିତ


ଭୁବନେଶ୍ୱର: ୨୦୧୬-୧୭ ମସିହାରେ ରପ୍ତାନୀ କ୍ଷେତ୍ରରେ ଓଡ଼ିଶା ୧୧୪ ପ୍ରତିଶତ ଅଭିବୃଦ୍ଧି ହାସଲ କରି ସମଗ୍ର ଭାରତରେ ସର୍ବୋଚ୍ଚ ସ୍ଥାନରେ ରହିଥିବାରୁ ଭାରତ ସରକାର ଆମ ରାଜ୍ୟକୁ "ଚମ୍ପିଅନ୍ ଷ୍ଟେଟ୍' ଭାବରେ ସ୍ୱୀକୃତି ପ୍ରଦାନ କରିଛନ୍ତିା ନଭେମ୍ବର, ୨୦୧୭ ସୁଦ୍ଧା ରପ୍ତାନୀ କାରବାର ପ୍ରାୟ ୨୬ ହଜାର କୋଟି ଟଙ୍କାରେ ପହଂଚିଛିା ୨୦୨୫ ମସିହା ସୁଦ୍ଧା ଓଡ଼ିଶାର ରପ୍ତାନୀ କାରବାର ୧ ଲକ୍ଷ କୋଟି ଟଙ୍କାରେ ପହଂଚିବା ଏଥିପାଇଁ ଭାରତୀୟ ରପ୍ତାନୀ ମହାସଂଘ ସହିତ ଆଲୋଚନା କରାଯାଇ ନୂତନ ରପ୍ତାନୀ କୌଶଳ ପ୍ରସ୍ତୁତ କରାଯାଉଛି ବୋଲି ମହିଳା, ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତିା
 ଶନିବାର ପୂର୍ବାହ୍ନରେ ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍ରେ "ରପ୍ତାନୀ ଭବନ'କୁ ଉଘାଟନ କରି ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ ଯେ, ଗୋଟିଏ ସ୍ଥାନରେ ସମସ୍ତ ରପ୍ତାନୀ ସଂପର୍କିତ ସଂସ୍ଥାଗୁଡ଼ିକ କାର୍ଯ୍ୟକଲେ ରପ୍ତାନୀକାରୀମାନେ ଗୋଟିଏ ସ୍ଥାନରେ ସେବା ପାଇପାରିବେ, ଯାହା ରପ୍ତାନୀ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଥ#ଲୋ ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନର୍ଦ୍ଦେଶାଳୟ, ଓଡ଼ିଶା, ଭାରତୀୟ ରପ୍ତାନୀ ମହାସଂଘ ସଙ୍ଗେ ସଙ୍ଗେ ରପ୍ତାନୀ ଭବନରେ କାର୍ଯ୍ୟାରମ୍ଭ କରିଛନ୍ତିା ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟପକ୍ଷ ଓ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଯଥାଶୀଘ୍ର ରପ୍ତାନୀ ଭବନରେ କାର୍ଯ୍ୟାରମ୍ଭ କରିବେ ବୋଲି ସେ କହିଥିଲୋ
ଏହି ଅବସରରେ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା କହିଲେ ଓଡ଼ିଶାର ରପ୍ତାନୀ କାରବାରରେ ଆହୁରି ଅଭିବୃଦ୍ଧି ଆଣିବା ପାଇଁ ନୂତନ ରପ୍ତାନୀକୌଶଳ ଯଥାଶୀଘ୍ର ପ୍ରଣୟନ ହେବା ଏହି ନୂତନ ରପ୍ତାନୀ କୌଶଳ ଦ୍ୱାରା ଉତ୍ପାଦଗୁଡ଼ିକର ଗୁଣାତ୍ମକ ମାନରେ ଉନ୍ନତି , ପାରମ୍ପରିକ ରପ୍ତାନୀଯୋଗ୍ୟ ଉତ୍ପାଦ ମୂଲ୍ୟଯୁକ୍ତ ହେବା , ଉତ୍ପାଦ ଓ ବଜାରର ବିବିଧୀକରଣ , ଡାଉନ୍ଷ୍ଟ୍ରିମ୍ ଓ ଆନ୍ସିଲାରୀ ଶିଳ୍ପର ବିକାଶ ଇ-କମର୍ସ ସମ୍ଭାବନାନିୟନ୍ତ୍ରଣମୁକ୍ତ ହେବ ଓ ରାଜ୍ୟରେ ପରିବେଶ ପର୍ଯ୍ୟଟନର ବିକାଶ ସମ୍ଭବ ହୋଇପାରିବା ଉତ୍ପାଦ ଓ ସେବାର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଭାରତୀୟ କ୍ୱାଲିଟି କାଉନ୍ସିଲ୍ର ଜିରୋ ଇଫେକଫ-ଜିରୋ ଡିଫେକଫ କାର୍ଯ୍ୟକ୍ରମରେ ପଞ୍ଜୀକୃତ ହେବା ଉଚିତା ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃର୍ୃପକ୍ଷ ଓ ରପ୍ତାନୀ ନିରୀକ୍ଷଣ ସଂସ୍ଥାର ପରୀକ୍ଷାଗାର ବ୍ୟବସାୟିକ ଭିତ୍ତିରେ କାର୍ଯ୍ୟାରମ୍ଭ କଲେ ରପ୍ତାନୀଯୋଗ୍ୟ ଉତ୍ପାଦର ମାନ ଓ ଗୁଣରେ ଆହୁରି ସୁଧାର ଆସିବ ବୋଲି ଶ୍ରୀ ଗୁପ୍ତା ଆଶା ପ୍ରକାଶ କରିଥିଲୋ
ଭାରତୀୟ ସଫଫେଓ୍ୱୟାର ଟେକ୍ନୋଲୋଜି ପାର୍କର ମହାନିର୍ଦ୍ଦେଶକ ଡ. ଓଁକାର ରାୟ କହିଲେ ଯେ,ସୂଚନା ପ୍ରଯୁକ୍ତି ଓ ସୂଚନା ପ୍ରଯୁକ୍ତି ସମର୍ଥି ର୍ତ ସେବା ରପ୍ତାନୀ କ୍ଷେତ୍ରରେ ଓଡ଼ିଶାରେ ପ୍ରଭୂତ ସମ୍ଭାବନା ରହିଛିା ଗତ ବର୍ଷ ସୂଚନା ପ୍ରଯୁକ୍ତି ଓ ସୂଚନା ପ୍ରଯୁକ୍ତି ସମର୍ଥିତ ସେବାର ରପ୍ତାନୀ ପରିମାଣ ୩୫୦୦ କୋଟି ଟଙ୍କା ଥିଲା , ଯାହା ଚଳିତ ବର୍ଷ ଆହୁରି ବଢ଼ିପାରୋ ଏହି କ୍ଷେତ୍ରରେ ୨୦୧୭ ଅକେଫାବର ସୁଦ୍ଧା ରାଜ୍ୟରୁ ୨୬୦୦ କୋଟି ଟଙ୍କାର ରପ୍ତାନୀ କରାଯାଇଛିା ଏହି ଉତ୍ସବରେ ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶକ ଏସ୍.କେ ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ, ଟିଆଇଇର ସଭାପତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ରପ୍ତାନୀକାରୀମାନେ ଉପସ୍ଥିତ ଥିଲୋ

0
0
0
s2sdefault