ହେଡଲାଇନସ୍:

ଜିଲାପ୍ରଶାସନକୁ ଉଚ୍ଚ ନ୍ୟାୟାଳୟ ଶକ୍ତ ଧକ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ପାର୍କିଂ ସ୍ଥଳରେ ପ୍ରତିମୂର୍ତ୍ତି ସ୍ଥାପନ ଉପରେ ଅଙ୍କୁଶ ଲଗାଇଲେ 

ବାରିପଦାରୁ ଦିଲ୍ଲୀପ ମହାନ୍ତି  -ବାରିପଦା  ପୌରପରିଷଦ ଜମିରେ ମୟୂରଭଞ୍ଜ ଜିଲାପ୍ରଶାସନ ପକ୍ଷରୁ ଆଦିବାସୀ ନେତା ଗୋମକେ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିକୁ ମୂଳସ୍ଥାନରୁ ସ୍ଥାନାନ୍ତରିତ କରାଯାଇ ନୂତନ ଭାବେ ଭଞ୍ଜପୁର ଦୁର୍ଗାପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ମଣ୍ଡପ ସ୍ଥଳୀ ସହିତ ଜନସାଧାରଣଙ୍କ ପାର୍କିଂ ସ୍ଥଳରେ ନିର୍ମାଣ କାର୍ଯ୍ୟକୁ ନେଇ ଜିଲାପ୍ରଶାସନକୁ ଶକ୍ତ ଧକ୍କା ଲାଗିଛି । ଓଡ଼ିଶା ଉଚ୍ଚ ନ୍ୟାୟଳୟ ପକ୍ଷରୁ ଲାଗିଛି ଅଙ୍କୁଶ । ବାରିପଦା ପୌରପରିଷଦର ଭଞ୍ଜପୁର ବୁଢ଼ିଖମାରୀ ଅଞ୍ଚଳର ରଞ୍ଜନ କୁମାର ମିଶ୍ର(୫୨)ଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ନିମନ୍ତେ ଆବେଦନ କରାଯାଇଥିଲା । ନ୍ୟାୟାଳୟ ପକ୍ଷରୁ ଶ୍ରୀମିଶ୍ରଙ୍କ ଆବେଦନକୁ ଗ୍ରହଣ କରିବାପରେ ଡ.ଚ.(ଉ)(ଚଓଖ) ୫୦୪/୨୦୧୮ ରେ ଏକ ମାମଲା ରୁଜୁ କରାଇବା ସଂଗେସଂଗେ ଷ୍ଟାଟାସକୋ(ରିହାତିଦେଶ) ପାଇଁ ଆଦେଶ ନାମା ଜାରି କରାଇଛି ବୋଲି ଆମର ଜିଲାପ୍ରତିନିଧିଙ୍କୁ ଶ୍ରୀମିଶ୍ର ଏକ ସାକ୍ଷାତକାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଭଞ୍ଜପୁର ସହିତ ବାରିପଦା ସହର ଓ ମୟୂରଭଞ୍ଜ ଜିଲାରେ ଆନନ୍ଦର ଲହରୀ ଖେଳାଇ ଯାଇଥିଲା । ବିଭିନ୍ନ ଛକ, ହାଟ ବଜାର ସବୁଠି ଏହି ବିଷୟକୁ ନେଇ ଚର୍ଚ୍ଚା ଚାଲିଥିଲା । ପ୍ରକାଶ ଥାଉକି, ଭଞ୍ଜପୁର ଛକରେ ବାରିପଦା ପୌରପରିଷଦର ପ୍ଲଟ ନଂ ୧୬୧/୩୭୦ରେ ଏ୦.୦୬ଡ଼ି. ଜମି ରହିଥିଲା । ଉକ୍ତ ଜମିକୁ ଭଞ୍ଜପୁର ମାର୍କେଟ କମ୍ପେ୍ଲକ୍ସର ପାର୍କିଂ ସ୍ଥଳ ଭାବେ ବ୍ୟବହାର ହୋଇଆସୁଥିବା ସହିତ  ଦୁର୍ଗାପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ସମୟରେ ଏହା ପୂଜା ମଣ୍ଡପ ଭାବେ ସ୍ଥାନୀୟ ଭଞ୍ଜପୁରବାସିନ୍ଦାମାନେ ବର୍ଷ ବର୍ଷ ଧରି ବ୍ୟବହାର କରିଆସୁଥିଲେ । ଏଠାରେ ବିଦୁ୍ୟତ୍ ବିଭାଗର ଏକ ସବଷ୍ଟେସନ ମଧ୍ୟ ରହିଥିଲା । ଏହାକୁ ଲାଗି ରହିଥିଲା ଗୋମକେ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି । ଉକ୍ତ ପ୍ରତିମୂତ୍ତିକୁ ମୂଳସ୍ଥାନରୁ ସ୍ଥାନାନ୍ତରିତ କରାଇ ସର୍ବସାଧାରଣ ପାର୍କିଂସ୍ଥଳ ଭାବେ ବ୍ୟବହାର କରିଆସୁଥିବା ପୌରପରିଷଦର ଜମିରେ ଜନସାଧାରଣଙ୍କର ସାମୂହିକ ସ୍ୱାର୍ଥକୁ ଅଣଦେଖା ପୂର୍ବକ ଜିଲାପ୍ରଶାସନ ପକ୍ଷରୁ ଗୋମକେଙ୍କ ପ୍ରତିମୂତ୍ତି ସ୍ଥାପନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିଲେ । ଉଚ୍ଚ ନ୍ୟାୟାଳୟରେ ଏହି ଜନସ୍ୱାର୍ଥ ମାମଲା ଜିଲାପ୍ରଶାସନକୁ  ଜୋରସେ ଝଟକା ଧିରେସେ ଲଗେ ଭଳି କାର୍ଯ୍ୟକରିଛି । ଏହାକୁ ନେଇ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଆଜୋଜନ ହେବ ବୋଲି ଶ୍ରୀମିଶ୍ର କହିଛନ୍ତି । 

 

 

0
0
0
s2sdefault