ହେଡଲାଇନସ୍:

ନିଗମାନନ୍ଦ ସରସ୍ୱତୀଙ୍କ ୬୭ତମ ପ୍ରାଦେଶିକ ସମ୍ମିଳନୀ ପାଇଁ ପ୍ରସ୍ତୃତି ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁରରୁ ଜୟଶଙ୍କର ଦାଶ :ଯାଜପୁର ରୋଡ ସ୍ଥିତ, ବ୍ୟାସନଗର ଠାରେ ନିଳାଚଳ ସାରସ୍ୱତ ସଂଘ, ପୁରୀ ଆନୁକୂଲ୍ୟରେ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଉକôଳ ପ୍ରାଦେଶିକ ୬୭ତମ ଭକ୍ତ ସମ୍ମିଳନୀ ଚଳିତ ମାସ ୨୯ ତାରିଖଠାରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହେବ । ଏହି ସମ୍ମିଳନୀକୁ ଶାନ୍ତି, ଶୃଙ୍ଖଳାର ସହ ଆୟୋଜନ ପାଇଁ ଏକ ପ୍ରସ୍ତୃତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ପ୍ରାଦେଶିକ ସମ୍ମିଳନୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଯୋଗଦାନର ସମ୍ଭାବନା ଥିବାରୁ ଏହାକୁ ସଠିକ୍ ଭାବରେ ପରିଚାଳନା କରିବାକୁ ଗୁରୁତ୍ୱ ଦେଇଥିଲେ । ବାହାରୁ ଆସୁଥିବା ଏହି ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯତ୍ନବାନ  ହେବାକୁ ସେ ପରାମର୍ଶ ଦେଇଥିଲେ । ପାନୀୟ ଜଳ ଯୋଗାଣ, ଆଇନ୍ ଶୃଙ୍ଖଳା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ସ୍ଥଳ ବ୍ୟବସ୍ଥା, ଶୌଚାଳୟ ଓ ସ୍ୱଚ୍ଛତା ଇତ୍ୟାଦି ପ୍ରତି ବିଶେଷ ଭାବରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ସେ ସଂପୃକ୍ତ ବିଭାଗମାନଙ୍କୁ ପରାମର୍ଶ ଦେବା ସହ ସମ୍ମିଳନୀ କର୍ମକର୍ତା ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏସ୍.ପି. ଚରଣ ସିଂ ମୀନା ଭକ୍ତ ଓ ଶ୍ରଦ୍ଧାଳୁଙ୍କର ରହଣୀ ସ୍ଥଳ, ସମ୍ମିଳନୀ ସ୍ଥଳ, ଆଲୋଚନା ମଣ୍ଡପ ଇତ୍ୟାଦିକୁ ଉପଯୁକ୍ତ ଭାବେ ପ୍ରସ୍ତୃତି, ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ କୌଣସି ଘଟଣା ସମୟରେ ଗାଡି ଗୁଡିକ ଯେପରି ସୁରୁଖୁରୁରେ ସମ୍ମିଳନୀ ସ୍ଥଳରେ ଯାତାୟତ କରିପାରିବ ସେଥିପ୍ରତି ପର୍ଯ୍ୟାପ୍ତ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ସମ୍ମିଳନୀର ଉପସଭାପତି ଶରତ ଚନ୍ଦ୍ର ସିଂ ଦେଓ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବଂଧୁ ଭୋଳ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ ଅଲିମ ଖାଁ, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ରୋଡ ଏସ୍.ଡି.ପିଓ କେଦାନନାଥ ସାହୁ, ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନା, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ କ୍ଷେତ୍ରମୋହନ ସାହୁ, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ କୁମାର ମିଶ୍ର, ସମ୍ମିଳନୀ ଆୟୋଜନ ସଦସ୍ୟ ଚିନ୍ମୟ ସୂରୁପ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

 

0
0
0
s2sdefault