ହେଡଲାଇନସ୍:

ପୌର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ : ତିନି ରୁ ତିନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଭୁବନେଶ୍ୱର: ପଟ୍ଟାମୁଣ୍ଡାଇ, ପାରାଦୀପ ଓ ଅନୁଗୁଳ ମୁ୍ୟନିସିପାଲିଟି ଉପ ନିର୍ବାଚନରେ ବିଜୁ ଜନତା ଦଳକୁ ଜନସାଧାରଣ ବିପୁଳ ସମର୍ଥନ ଜଣାଇବା ସହିତ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଛନ୍ତି । ବିଜୁ ଜନତା ଦଳ ଏଥିଲାଗି ପଟ୍ଟାମୁଣ୍ଡାଇ, ପାରାଦୀପ ଓ ଅନୁଗୁଳର ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଜଣାଇଛି । ଉଲ୍ଲେଖଯୋଗ୍ୟ ଯେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପରଠାରୁ ରାଜ୍ୟରେ ଯେଉଁସବୁ ଉପନିର୍ବାଚନଗୁଡିକ ହୋଇଛି, ଯଥା- ନୟାଗଡ଼ର ଗଣିଆ, ନୂଆପଡ଼ା, ସେମିଳିଗୁଡ଼ା, ଦେବଗଡ଼ର ୨ଟି ୱାର୍ଡ ଏବଂ ତାଳଚେରରେ ବିଜୁ ଜନତା ଦଳ ବିପୁଳ ଜନସର୍ଥନ ପାଇ ବିଜୟଲାଭ କରିଛି । ସେହି କ୍ରମରେ ବିଜୟ ଧାରାକୁ ଅବ୍ୟାହତ ରଖି ବିଜେଡି ଆଜି ମଧ୍ୟ ଏହି ତିନୋଟି ଉପନିର୍ବାଚନରେ ବିଜୟୀ ହୋଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ବିଜୁ ଜନତା ଦଳ ଉପରେ ଅତୁଟ ରହିଛି ଏବଂ ଲୋକଙ୍କ ସମର୍ଥନ ଆହୁରି ବୃଦ୍ଧି ପାଉଛି । ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉପରେ ବଢ଼ି ବଢ଼ି ଚାଲିଛି ଏବଂ ଏହାଦ୍ୱାରା ବିରୋଧୀ ଦଳମାନଙ୍କ ବାହାସ୍ପୋଟ ଆଜି ଫମ୍ପା ଆବାଜରେ ପରିଣତ ହୋଇଛି । ବିଜେପି ଯେଉଁ ୧୨୦+ର ଦିବାସ୍ୱପ୍ନ ଦେଖୁଥିଲେ, ସେହି ଦିବା ସ୍ୱପ୍ନର ଅନ୍ତ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଘଟାଇବେ ବୋଲି ଏବେଠୁ ଜଳ ଜଳ ହୋଇ ଦିଶୁଥିବା ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

0
0
0
s2sdefault