ହେଡଲାଇନସ୍:

ଆଇଏସ ସ୍ତରରେ ଅଦଳବଦଳ , ବଦଳିଲେ ୯ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ତିରୁମାଲାଙ୍କୁ ବଲାଙ୍ଗୀର, ଆଶିଷ ଆସିଲେ କେନ୍ଦୁଝର 

ଅନୁପମ ଗଲେ ଗଜପତି, ରମେଶଙ୍କୁ ବାଲେଶ୍ୱର 

ଶାଳିନୀଙ୍କ ବଦଳି ବାତିଲ, ରଶ୍ମିତା ପଣ୍ଡାଙ୍କୁ ରାଉରକେଲା ସ୍ମାର୍ଟ ସିଟି

ଭୁବନେଶ୍ୱର : ଏନଆରଏଚଏମ ପରିଚାଳନା ନିର୍ଦ୍ଦେଶିକା ଥିବା ଶାଳିନୀ ପଣ୍ଡିତଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରିବା ସହ ରାଜ୍ୟ ସରକାର ଆଇଏଏସ ସ୍ତରରେ ଖାସ କରି ଜିଲ୍ଲାପାଳ ସ୍ତରରେ ଅଦଳବଦଳ କରିଛନ୍ତି | ୯ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ଅବସ୍ଥାପିତ ହୋଇଛନ୍ତି  |  ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମର କମିସନର ଥିବା ନିଖିଲ ପବନଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିିବା ବେଳେ ଆଶିଷ ଥାକରେଙ୍କୁ କେନ୍ଦୁଝର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି | କେଙ୍ନ୍ଦୁଝର ଜିଲ୍ଲାପାଳ ଥିବା ଥିରୁମାଳା ନାୟକଙ୍କୁ ବଲାଙ୍ଗୀର ଜିଲ୍ଲଲପାଳ ଭାବେ ବଦଳି କରାଯାଇଥିବା ବେଳେ  ମାଲକାନଗିରି ଜିଲ୍ଲାପାଳ କେ ଏସ ଚକ୍ରବର୍ତ୍ତୀଙ୍କୁ କୋରାପୁଟ୍‌ ଜିଲ୍ଲାପାଳ ଅବସ୍ଥାପିତ କରାଯାଇଛି  | ସେହିପରି ମନୀଷ ଅଗ୍ରଓ୍ଵାଲଙ୍କୁ ମାଲକାନଗିରି ହେବେ ଓ  ଅନୁପମ ଶାହ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ଦାଇତ୍ୱ ନେବେ | ଅଜିତ ମିଶ୍ରଙ୍କୁ ନବରଙ୍ଗପୁର ଓ ରମେଶ ରାଉତଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବାଲେଶ୍ୱର ଜିଲ୍ଲାପାଳ ଥିବା ପ୍ରମୋଦ ଦାସଙ୍କୁ ଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ  ବଦଳି କରାଯାଇଥିବା ବେଳେ ଗଜପତି ଜିଲ୍ଲାପାଳ ଥିବା ସୁଧାଂଶୁ ସାମଲଙ୍କୁ ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକଭାବେ ନିଯୁକ୍ତି ଦିଆ ଯାଇଛି `|  ସେହିପରି ଅର୍ଚ୍ଚନା ପଟ୍ଟନାୟକଙ୍କୁ ମେଡିକାଲ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା  ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ରାଉରକେଲା ସ୍ମାର୍ଟ ସିଟିକୁ ବଦଳି କରାଯାଇଛି। 

 

0
0
0
s2sdefault