ହେଡଲାଇନସ୍:

ରଥଯାତ୍ରାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ନିଳାମ୍ବର ଦୀପ)-ନିଜ ସାଧରଣ ଜୀବନ ଆଉ ଏକ ସାରସ୍ୱତ ଜୀବନଶୈଳୀ ପାଇଁ ସୁଚର୍ଚ୍ଚିତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ହଳଧର ନାଗ । ଦିନେ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ଏହି ବ୍ୟକ୍ତି ଜଣକ ଅନ୍ୟ ଉପାୟ ନପାଇ ଘୁଘୁନି(ଚଣାତରକାରି) ବିକ୍ରି କରୁଥିଲେ । ଏହି ବ୍ୟବସାୟରୁ ନିଜର ତଥା ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ତେବେ ନିଜର କବିତା ଯୋଗୁଁ ସଭାସମିତି, କବି ସମ୍ମିଳନୀରେ ବ୍ୟସ୍ତତା ଭିତରେ ହଳଧର ନାଗ ଏହି ବ୍ୟବସାୟ ଆଉ କରୁନାହାନ୍ତି ।

ତେବେ ପବିତ୍ର ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ଗ୍ରାହକଙ୍କ ଆଗ୍ରହ ଓ ପସନ୍ଦକୁ ସମ୍ମାନ ଜଣାଇ ଘୁଘୁନି ବିକ୍ରି କରନ୍ତି ହଳଧର । ଏହିକ୍ରମରେ ସେ ନିଜ ବାସଭବନରେ ଗୁରୁବାର ତଥା ପବିତ୍ର ରଥଯାତ୍ରା ଦିନ ଶ୍ରୀ ନାଗ ନିଜ ହାତରନ୍ଧା ଚଣା ଝୋଳ ବା ଘୁଘୁନି ବିକ୍ରି କରିଛନ୍ତି । ଶହ ଶହ ଲୋକ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ତାଙ୍କ ଦ୍ୱାରା ପ୍ରସ୍ତୁତ ସୁଆଦିଆ ଚଣାଝୋଳ କିଣିଛନ୍ତି । ଗୁରୁବାର ସେ ଚଣା ବତୁରେଇ ଝୋଳ ପ୍ରସ୍ତୁତ କରିଥିଲେ । ସେ ପାଖାପାଖି 4ହଜାର ଟଙ୍କାର ବିକ୍ରି କରିଥିବା ଜଣାପଡ଼ିଛି । ସଂପୂର୍ଣ୍ଣ ଦେଶୀ ପଦ୍ଧତିରେ ତିଆରି ଏହି ତରକାରୀରେ ବଟା ମସଲା, ହଳଦୀ ବ୍ୟବହାର ହୋଇଥାଏ । ତେଣୁ ଚାରି ଦଶନ୍ଧି ତଳେ ଏହାର ସ୍ୱାଦ ଯେଭଳି ଥିଲା, ଆଜି ବି ସେୟା ଅଛି ବୋଲି ଗ୍ରାହକ କହନ୍ତି ।

0
0
0
s2sdefault