ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରେ ରଥଯାତ୍ରା, ଜିଲ୍ଲାପାଳ ସିଦ୍ଦଳ ବଳଦେବଜୀଉ ରଥ ଛେରାପହଁରା କଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର (ରମେଶ ମହାନ୍ତି)-ଜିଲ୍ଲାର ସିଦ୍ଧଳ ବଳଦେବଜୀଉ, ଝଙ୍କଡ ଶାରଳାପୀଠ, ଧ୍ୟାନକୁଦ, ଶିବପୁର ,ରଘୁନାଥପୁର ,ରାହାମା, ମଦନମୋହନ ମଠ, ଗୋମତି ଆଶ୍ରମ, ମଣିଜଙ୍ଗା, ପାରାଦୀପ ଓ ଗୋପାଳପୁରପାଟଣା ସହିତ ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।ବିଶେଷ କରି ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସିଦ୍ଧଳ ଠାରେ ଅନୁଷ୍ଠିତ ବଳଦେବଜୀଉଙ୍କର ରଥଯାତ୍ରା ମହାସମାରୋହରେ ପାଳନ ହୋଇଯାଇଛି।ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ  ରଥମାର୍ଜନା ଛେରାପହଁରା ଓ ଆରତୀ ଦର୍ଶନ କାର୍ଯ୍ୟ ସମାପନ କରିବା ପରେ ସର୍ବସାଧାରଣ ଭୋଗଲାଗି ଓ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏଥିସହିତ ଜିଲ୍ଲାପାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କାମନା କରି ଜଗନ୍ନାଥଙ୍କୁ ପାର୍ଥନା କରିଥିଲେ।ପ୍ରାତଃ ରୀତିନୀତି, ରଥପ୍ରତିଷ୍ଠା ଓ ପତକାଲାଗି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା।ପ୍ରଥମେ ଠାକୁରରାଜା ତଥା ଜିଲ୍ଲାପାଳ ସିଦ୍ଧଳ ଠାରେ ପଂହଁଚିବା ପରେ ତାଙ୍କୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରାରେ ରଥପାଖକୁ ପାଛୋଟି ନିଆଯାଇଥିଲା।ଏହି ରଥଯାତ୍ରାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଠାକୁରଙ୍କୁ ପୂଜାର୍ଚନା କରିବା ସହ ଜିଲ୍ଲାବାସୀଙ୍କ ସୁଖସମୃଦ୍ଧି କାମନା କରିଥିଲେ।ଏହି ରଥଯାତ୍ରା ରେ ଜିଲ୍ଲାପାଳଙ୍କ ସହଧର୍ମିଣୀ ଓ ପରିବାର ଯୋଗଦେଇଥିଲେ।ଏହି ରଥଯାତ୍ରାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ,ଅତିରିକ୍ତ ତହସିଲଦାର ଜଗତସିଂହପୁର,ପୌରପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା,ଭୂ-ଅର୍ଜନ ଅଧିକାରୀ,ଅବକାରୀ ଅଧୀକ୍ଷକ ରତିକାନ୍ତ ପଣ୍ଡାଙ୍କ ସମେତ ଆଖପାଖ ଗାଁ ର ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇଥିଲେ।ଏହି ବଳଦେବଜୀଉ ମନ୍ଦିର କମିଟିର ସଭାପତି କାଳୀ ଶଙ୍କର ଆଚାର୍ଯ୍ୟ,ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡ଼ା,ସହସମ୍ପାଦକ ସୁରେଶ ସାହୁ,ଉପସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,ପୂରୋହିତ ସୁରେନ୍ଦ୍ର ନାଥ ଦାଶ,ଅଭୟ ଦାଶ,ଅଜୟ ଦାଶ,ରାମଚନ୍ଦ୍ର ଦାଶ,କିଶୋର ଦାସ ପ୍ରମୁଖ ଏହି ରଥଯାତ୍ରା ପରିଚାଳନା କରିଥିଲେ।ପାନୀୟଜଳ,ମେଡିକାଲ ଟିମ,ଅଗ୍ନିଶମ ସେବା ସଂସ୍ଥା, ଆପଦମିତ୍ର,ସ୍କାଉଟ ଓ ଗାଇଡ଼ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।ବିଶେଷକରି ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆଡିସନଲ ଏସପି,ଏସ୍ଡିପିଓ,ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।ଏଥିସହିତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ୮ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ କୀର୍ତନ,ଘୋଡାନାଚ ସହିତ ପାଲା ପରିବେଷଣର ଆୟୋଜନ କରାଯାଇଛି।

0
0
0
s2sdefault