ହେଡଲାଇନସ୍:

ଗୋଟି ପହଣ୍ଡିରେ ଶ୍ରୀଜିଉ ରଥାରୂଢ଼ : ରଥଟଣା ଶୁକ୍ରବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ  ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ରା ଓ ଭଉଣୀ ସୁଭଦ୍ରାଙ୍କ ସହିତ ଅଣସର ନୀତି ସୋମବାର ସମାପନ ହୋଇଥିଲା । ଉକ୍ତ ଦିବସରେ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି ୮ରୁ ୧୦ ମଧ୍ୟରେ ଅଧିବାସ ନୀତି ସମ୍ପନ୍ନ ହୋଇଥିଲା । ଏହାର ପରବର୍ତ୍ତି ଦିନ ଅର୍ଥାତ୍ ମଙ୍ଗଳବାର ପୂର୍ବାହ୍ନ ସାଢେ଼ ୫ରୁ ସାଢେ଼ ୬ ମଧ୍ୟରେ ନେତ୍ରଲାଗି, ସାଢେ଼ ୧୦ରୁ  ପ୍ରତିଷ୍ଠା ଓ ନେତ୍ର ଉତ୍ସବ ପୂଜା ଆରମ୍ଭ  ହୋଇଥିଲା । ସେହିପରି ଅପରାହ୍ନ ୫ରୁ ସନ୍ଧ୍ୟା ୭ ମଧ୍ୟରେ ଅବକାଶ ନୀତି ସହିତ ନେତ ବନ୍ଧନ ଆଦି ପୂଜାର୍ଚ୍ଚନା ହେବାପରେ ରାତ୍ରି ସାଢେ଼ ୭ରୁ ୧୧ଟା ମଧ୍ୟରେ ମହାପ୍ରଭୂ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଏହି ବେଶକୁ ଦର୍ଶନ କରିବା ନିମନ୍ତେ ଭକ୍ତମାନେ ମଧ୍ୟ ଚାତକପରି ଅନାଇବସିଥିଲେ ।  ସେହିପରି ଜୁଲାଇ ୩  ବୁଧବାର ସକାଳ ୭ରୁ ୧୧ ମଧ୍ୟରେ ମହାପ୍ରଭୂଙ୍କ ଉଭାଯାତ୍ରା ବେଶ(ରୁପା ବେଶ)କୁ ଭକ୍ତମାନେ ଦର୍ଶନ କରିଥିଲେ ଏବଂ ଜୁଲାଇ ୪ ସକାଳ ସମୟରେ ମହାପ୍ରଭୂଙ୍କ ନିକଟରେ ମଙ୍ଗଳ ଆଳତୀ ଶେଷ ହେବା ପରେ ମହାସ୍ନାନ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ପୂର୍ବାହ୍ନ ୮ଟାରୁ ୧୦ଟା ମଧ୍ୟରେ ପ୍ରଥମେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ , ପରେ ମହାପ୍ରଭୂ ବଳଭଦଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରା ଓ ମହାପ୍ରଭୂ ସୁଦର୍ଶନଙ୍କ ଦର୍ପଦଳନ ରଥ ପ୍ରତିÂା ସହ ପୂଜାନୀତି ସମ୍ପନ୍ନ  ହୋଇଥିଲା । ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତବାବୁ ସାଢେ଼ ୧୦ରୁ ସାଢେ଼ ୧୧ଟା ମଧ୍ୟରେ ଗ୍ରାମଦେବୀ ଶ୍ରୀଶ୍ରୀମା ଅମ୍ବିକା ଠାକୁରାଣୀଙ୍କ ନିକଟରୁ ଖଡ୍ଗ ଓ ଆଜ୍ଞାମାଳ ନେଇ ଦାସୀଙ୍କ ଦ୍ୱାରା ରଥ ପ୍ରଦକ୍ଷଣ କାର୍ଯ୍ୟ ଆଦି ସମ୍ପନ୍ନ ହୋଇଥିଲା । ଏହା ପରେ  ଅପରାହ୍ନ ୨ରୁ ୩ଟା ମଧ୍ୟରେ ସମସ୍ତ ଠା ନୀତି ପରେ ମହାପ୍ରଭୂଙ୍କ ପହଡ଼ ଓ ପୁନର୍ବାର ପହଡ଼ ଭଙ୍ଗ କାର୍ଯ୍ୟ, ଆଳତୀ, ଆରିସାପିଠା ଓ ଛେନାପଣା ଭୋଗ ଲାଗି ହେବା ପରେ ପ୍ରଚଳିତ ନୀତିରୀତି ଓ ପମ୍ପରା ଅନୁସାରେ ଚକାଛଡ଼ା, ସାଢେ଼ ୩ଟାରୁ ÿ୪ଟା ମଧ୍ୟରେ ମନ୍ଦିରର ପରିଚ୍ଛାଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ସମାପନ ହୋଇ ଅପରାହ୍ନ ୪ରୁ ସନ୍ଧ୍ୟା ୭ ମଧ୍ୟରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର , ଭଉଣୀ ସୁଭଦ୍ରା ଓ ମହାପ୍ରଭୂ ସୁଦର୍ଶନଙ୍କ ସହ  ଗୋଟି ପହଣ୍ଡି ବିଜେରେ ବାହାରି ରଥାରୂଢ଼ ହେବେ । ରଥଖଳାରେ ରଥାରୂଢ଼ ହୋଇ ସାରାରାତି ରହିବା ପରେ ଜୁଲାଇ ୫ ଅପରାହ୍ନ ଅଢେ଼ଇରୁ ସାଢେ଼ ୫ ମଧ୍ୟରେ ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯାଇ ମାଉସୀ ମା ମନ୍ଦିର ନିକଟରେ ପହଁଞ୍ଚିବା ପରେ ମହିଳାମାନେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ବଡ଼ଦାଣ୍ଡ ପାଶ୍ୱର୍ରେ ଥିବା ଟାଉନ ଥାନା ସମ୍ମୁଖରେ ପହଁଞ୍ଚାଇବା ପରେ ରଥ ଟଣା କାର୍ଯ୍ୟ ବନ୍ଦ ରହିବ ।  ପୁଣି ପରବର୍ତ୍ତି ଦିନ ଜୁଲାଇ ୬ ଅପରାହ୍ନ ଅଢେ଼ଇଟାରୁ ମହିଳାମାନେ ଦର୍ପଦଳନ ରଥ ଟଣା ଶେଷ ହେବା ପରେ ମାଉସୀ ମା ମହାପ୍ରଭୂ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ଅପରାହ୍ନ ସାଢେ଼ ୫ ମଧ୍ୟରେ ମାଉସୀ ମା ମନ୍ଦିର ସମ୍ମୁଖରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବାରିପଦାରେ ଦେବୀ ସୁଭଦ୍ରାଙ୍କର ରଥକୁ ୧୯୭୫ ମସିହାଠାରୁ କେବଳ ମହିଳାମାନେ ଟାଣି ଆସୁଛନ୍ତି । ଏହି ପରି ବାରିପଦା ସହରରେ ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୂମାନଙ୍କର ପହଣ୍ଡି ବିଜେ ଅନୁÂିତ ହୋଇ ଥିଲା । ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଓ ରାଜକୁମାରୀ ପ୍ରମୁଖଙ୍କ ଗହଣରେ ମହାପ୍ରଭୂଙ୍କ ପହଣ୍ଡି ବିଜେ ଦର୍ଶନ କରିଥିବା ବେଳେ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ବାରିପଦା ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଅବିନାଶ କୁମାର, ଏଡ଼ିସନାଲ ଡ଼ିଏସପି ଅଭିମନୁ୍ୟ ନାୟକ, ବାରିପଦା ସଦର ଏସଡ଼ିପିଓ ପି କେ ପଟ୍ଟନାୟକ ଓ  ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ମହାପ୍ରଭୂଙ୍କ ପହଣ୍ଡି ବିଜେ ସମୟରେ ଶାନ୍ତିଶୃଙ୍ଖଳା ରଖା ସହ ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

0
0
0
s2sdefault