ହେଡଲାଇନସ୍:

ଗୁଣ୍ଡିଚା ଘର ନିକଟରେ ପହଁଚିଲେ ଶ୍ରୀ ଜଗନ୍ନାଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ତଥା ଏହାର ନିକଟବର୍ତ୍ତୀ ଅଂଚଳର ପୁରପଲ୍ଲୀରେ ପ୍ରଭୂଙ୍କ ଘୋଷ ଯାତ୍ରା ଗୁରୁବାର ଦିନ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ  ହୋଇଯାଇଛି । ନିକଟସ୍ଥ କୁରାଳ ଗ୍ରାମରେ ବିଜେ ଶ୍ରୀଦଧିବାମନ ଜୀଉ ରଥାରୁଢ ହେବାପରେ ଶିଳ୍ପୋଦ୍ୟୋଗୀ ପଦ୍ମ ଚରଣ ପାତ୍ର ଛେରା ପହଁରା କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମଗାମରେ ରଥ ଟଣା ହୋଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଥିଲା । ସେହିପରି ଓଡ଼ଗାଁରେ ବିଜେ ଶ୍ରୀରାଧାକାନ୍ତ ମଠରେ ପୂଜିତ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଗୋଟିଏ ରଥରେ ବିଜେହୋଇ ଶ୍ରଦ୍ଧାଳୁଙ୍କ ଗହଣରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଛନ୍ତି । କୁରାଳ ଶ୍ରୀଦଧିବାମନଜୀଉଙ୍କ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଓ ସକାଳ ଧୁପ, ପହଣ୍ଡି, ଚେରାପହଁରା, ରଥଟଣା ନୀତି ନିର୍ଘଂଟ ସମୟାନୁସାରେ ଅନୁଷ୍ଠିତ  ହୋଇଥିଲା । ସେହିପରି ଓଡଗାଁ, ନନ୍ଦିଘୋର, ଗୈାଡପୁଟ,  କୋରପିଠା, ସାକେର, ରଙ୍ଗଣୀପାଟଣା, ପାଇକ ବାଙ୍କତରା, କୋମଣ୍ଡ, ବାହାଡ଼ାଝୋଲାରେ ଶ୍ରୀଜୀଉଙ୍କ ଅନୁରୁପ ନୀତିକାନ୍ତି  ପରେ ଶ୍ରୀଜିଉମାନେ ରଥାରୁଢ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପହଂଚିଛନ୍ତି । ପାଗ ଶୁଖିଲା ଥିବାରୁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ପୋଲିସ ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଗୋଟିଏ ସେକ୍ସନ ପୋଲିସ ଫୋର୍ଶ ମୁତୟନ ହୋଇଥିଲା ।

0
0
0
s2sdefault