ହେଡଲାଇନସ୍:

ମାଉସୀ ଘରେ କୁଣିଆ ତିନି ଠାକୁର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗାଇସିଲେଟ/କେଦାର ନାଥ ସାହୁ

ଆଜି ମାଉସୀ ଘରେ କୁଣିଆ ହେଇଛନ୍ତି ତିନିଠାକୁର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକର ଗାଇସିଲେଟ ସମେତ ବିଭିନ୍ନ  ଗ୍ରାମରେ ଚକାଆଖି ଜଗନ୍ନାଥ,ଭ୍ରାତା ବଳରାମ ସହ ଭଗିନୀ ଶୁଭଦ୍ରା ମାଉସୀ ମନ୍ଦିରକୁ କୁଣିଆ ଭାବରେ ରଥାରୁଢ ହୋଇ ଯାତ୍ରା କରିଛନ୍ତି। ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମରେ ବହୁ ପୁରାତନ କାଳରୁ ଆରମ୍ଭ ହୋଇଥିବା ଏହି ପ୍ରଥାକୁ ତାଲପାଲି ଗୌନ୍ତିଆ ସ୍ବର୍ଗତ ପ୍ରଫୁଲ୍ଲ କୁମାର ସାହୁଙ୍କ ଅନ୍ତେ ତାଙ୍କ ଜୈଷ୍ଠ ପୁତ୍ର  ମାନଭଞ୍ଜନ ସାହୁ ଛେରା ପହରା କରିବା ପରେ ରଥରେ ବିଜେ କରିଥିଲେ ତିନି ଠାକୁର। ଶହଶହ ଭକ୍ତଙ୍କ ଭିଡରେ ରଥ ଏକ ମହା ଆଡମ୍ବରରେ ଟଣା ହୋଇ ପହଞ୍ଚିଛି ମାଉସୀ ମନ୍ଦିରକୁ। ମାଉସୀ ମନ୍ଦିର ଦାୟିତ୍ୱରେ ଥିବା ଭକ୍ତ ବୃନ୍ଦ ତିନିମୁରତୀକୁ ପାଛୋଟିନେଇଛନ୍ତି।ପ୍ରତ୍ୟେକ ବର୍ଷ ଭଲି ଏବର୍ଷ ମଧ୍ୟ ଭଗବାନଙ୍କ ଦଶାବତାର ହବ ଏବଂ ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ଉଚିତ ପଦକ୍ଷେପ ନିଆଯାଇଛି ବୋଲି ମାଉସୀ ମନ୍ଦିର କତୃପକ୍ଷ ସୂଚନା ଦେଇଛନ୍ତି ।

0
0
0
s2sdefault