ହେଡଲାଇନସ୍:

ପାରଳାଖେମୁଣ୍ଡି ଠାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ଶ୍ରୀଗୁଣ୍ଡିତା ଅଭିମୁଖେ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡଶା ଆନ୍ଧ୍ର ସୀମାନ୍ତ ପାରଳାଖେମୁଣ୍ଡି ଠାରେ  ଏହି ରଥାଯାତ୍ରା ହେଉଥିବା ଯୋଗୁଁ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ହଜାର ହଜାରରୁ ଉର୍ଧ୍ଵ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ।
    ଏହି ଅବସରରେ ସକାଳେ ତିନି ଠାକୁରଙ୍କ ରଥର ପାରମ୍ପରିକ ରୀତିନୀତିରେ ପୂଜାବିଧି କାର୍ଯ୍ୟ ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ପାଇଁ ଶ୍ରୀମନ୍ଦିରରେ ପୂଜାବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ଉପରକୁ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    ତିନି ରଥ ଉପରେ ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଗଜପତି ନାରାୟଣ ଦେବ ଛେରାପହରା କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ ।  ପାଗ ଅନୁକୁଳ ଥିବା ଯୋଗୁଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଭକ୍ତଙ୍କ ଗ୍ରହଣରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ଉପରକୁ ପହଣ୍ଡି ବିଜେ ଏବଂ ରଥ ଉପରେ ରାଜକନ୍ୟାଙ୍କ ଛେରାପହରା କାର୍ଯ୍ୟକ୍ରମ ହୁଳହୁଳି, ଘଣ୍ଟ ଓ ଶଙ୍ଖନାଦ, ହରିବୋଲ ଓ ସଂକୀର୍ତ୍ତନ ପ୍ରଭୃତି ଧ୍ୱନିରେ ସମଗ୍ର ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା ।
    ଅପରାହ୍ନ ୪ଟାରେ ତିନି ଠାକୁରଙ୍କ ରଥ ଶ୍ରୀଗୁଣ୍ଡିଚା ଅଭିମୁଖେ ଟଣାଯାଇଥିଲା । ପ୍ରଭୁ ଜଗନ୍ନାଥ ଓ ଭଳଭଦ୍ର ରଥକୁ ପୁରୁଷ ଓ ଯୁବକ ମାନେ ଟାଣିଥିବା ବେଳେ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଓ ଯୁବତୀ ମାନେ ଟାଣି ନେଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଶତାଧିକ ସଂଖ୍ୟାରେ ପୋଲିସବାହିନି ମୃତୟନ ଥିଲେ ।

0
0
0
s2sdefault