ହେଡଲାଇନସ୍:

ରଥରେ ଛେରା ପହଁରା କଲେ ବିଡ଼ିଓ ଓ କମାଣ୍ଡିଙ୍ଗ ଅଫିସର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

   ପାଇକମାଲ (ଶାସକ ପ୍ରଶାସକ):- ପବିତ୍ର ରଥଯାତ୍ରା ଅବସରରେ ଆଜି ପଶ୍ଚିମ ଓଡ଼ିଶାର ପବିତ୍ର ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରୁ ମହାପ୍ରଭୁ ଜଗନ୍ନାଥ ଙ୍କର ରଥଯାତ୍ରା ବାହାରିଥିଲା । ରଥଯାତ୍ରା ଅବସରରେ ଆଜି ସକାଳୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରଶାସନ ଓ ବ୍ରାହ୍ମଣ ସମାଜ ପାଇକମାଲ ଦ୍ୱାରା ମହାପ୍ରଭୁଙ୍କ ସବୁ ରୀତିନୀତି ଅନୁଷ୍ଟିତ ହେବାପରେ ମହାପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରା ଙ୍କୁ ରଥାରୂଢ କରାଯାଇଥିଲା । ଏହିଅବସରରେ ପାଇକମାଲ ବିଡ଼ିଓ  ତଥା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଶ୍ରୀ ସଦାଶିବ ନାୟକ ଛେରା ପହଁରା ନୀତି ସମ୍ପାଦନ କରିଥିଲେ । ଏହାପରେ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଆରମ୍ଭ ହେଇଥିଲା । ଏହି ଘୋଷଯାତ୍ରା ରେ ବିଭିନ୍ନ ସ୍ଥାନରୁ ସଂକୀର୍ତ୍ତନ ମଣ୍ଡଳୀର ଯୋଗଦାନ ଅତି ଆକର୍ଷଣୀୟ ହେଇଥିଲା । ଏହି ଯାତ୍ରାରେ ଆଖପାଖ ଅଞ୍ଚଳ ରୁ ହଜାର ହଜାର ଲୋକଙ୍କ ସମାବେଶ ହେଇଥିଲା ।
        ସେହିଭଳି ପାଇକମାଲ ରେ ମୁତୟନ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ତରଫରୁ ମଧ୍ୟ ରଥଯାତ୍ରା ଧୁମଧାମରେ ପାଳନ କରାଯାଇଛି । 189/C କମ୍ପାନୀ ର କମାଣ୍ଡିଙ୍ଗ ଅଫିସର ଶ୍ରୀ ଦିଲୀପ ସିଂ ମିନା ଛେରା ପହଁରା କରିବାପରେ ସମ୍ପୂର୍ଣ୍ଣ ରୀତିନୀତି ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଇଥିଲା ।

0
0
0
s2sdefault