ହେଡଲାଇନସ୍:

ମୁମ୍ବାଇରେ ପାଳିତ ହେଲା ରଥଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମୁମ୍ବାଇ, (ଶାସକ ପ୍ରଶାସକ) : ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ  ହୋଇଯାଇଛି । ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରୁ ଶ୍ରୀଜିଉଙ୍କ ରଥ ବାହାରି ସେକ୍ଟର ୧୨ସ୍ଥିତ ଶିବ ମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହୋଇଥିଲା । ଜୟ ଜଗନ୍ନାଥ ଲୋକତରଣ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ରଥଯାତ୍ରାରେ ସ୍ୱାମୀ ଅଭିଦେଶା ନନ୍ଦ କଲ୍ୟାଣ ସମିତି ସହଯୋଗରେ ଏହି ରଥଯାତ୍ରାରେ ସମାଜସେବୀ ରାମ ପ୍ରସାଦ ମୁଦୁଲି ଛେରା ପହଁରା କରିଥିଲେ । ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ପାରମ୍ପରିକ ବାଦ୍ୟ ନୃତ୍ୟରେ ରଥ ଟଣା ହୋଇ ମୁମ୍ବାଇର ମୁଖ୍ୟ ରାସ୍ତା ପରିକ୍ରମା କରି ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଏହାକୁ ଟ୍ରଷ୍ଟ ପକ୍ଷରୁ ସୁଶାନ୍ତ ପାଢ଼ୀ, ଅରବିନ୍ଦ ଜତି, ବିଭୂତି ରଥ, ରଞ୍ଜନ ରାୟ, ରତନ ପଟ୍ଟନାୟକ, ସୁଧିର ଗୁପ୍ତା ପ୍ରମୁଖ ପରିଚାଳଣା କରିଥିଲେ ।

 



0
0
0
s2sdefault