ହେଡଲାଇନସ୍:

ଆଖୁ ବାଡ଼ି ଖସଖସ ଗୀତ ଗାଉଥିବା ମୁହଁ ପାଲଟିଲା ଆଶା-ଅଙ୍ଗନବାଡି କର୍ମୀଙ୍କ ସ୍ୱର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

   ପ୍ରଥମ ଉପସ୍ଥାପନା ବଳିଷ୍ଠ ଦାବି :ଲୋକସଭା ବାଚସ୍ପତିଙ୍କ ମୁହଁରେ ପ୍ରମିଳାଙ୍କ ପ୍ରଶଂସା

ନୂଆଦିଲ୍ଲୀ/ ଶାସକ ପ୍ରଶାସକ ବ୍ୟୁରୋ : "ଅଧ୍ୟକ୍ଷ ମହୋଦୟ, ଆଜି ରଥ ଯାତ୍ରା ଅବସରରେ ମତେ ପ୍ରଥମଥର ପାଇଁ କହିବାର ସୁଯୋଗ ଦେଇଥିବାରୁ ମୁ କୃତଜ୍ଞତା ଜଣାଇଛି | ମୁ ଆଜ ଲୋକସଭାରେ ମହିଳା ସଶକ୍ତିକରଣ, ଅତି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉତ୍ଥାପନ କରୁଛି | ଗତ ୨୦୧୮ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଅଙ୍ଗନବାଡି ଓ ଆଶା କର୍ମୀ ମାନଙ୍କର ଭତ୍ତା ୪୫୦୦ ଟଙ୍କାକୁ ଭୁର୍ତ୍ତି କରିଥିଲେ | ମୁ ଆପଣଙ୍କ ମାଧ୍ୟମରେ ଜଣାଇଦେବାକୁ ଚାହେଁ କି  ଏତିକି ଅର୍ଥ ଯଥେଷ୍ଟ ନୁହେ | ସମାଜର ତୁଣମୁଳ ସ୍ତରରେ କାମ କରୁଥିବା ମହିଳା ମାନଙ୍କୁ ଉଚିତ ସମ୍ମାନ ମିଳିବ ଉଚିତ | ତେଣୁ ଅଙ୍ଗନବାଡି ଆଶା କର୍ମୀଙ୍କ ଭତ୍ତା ୧୫୦୦୦ ଓ ସହାୟକଙ୍କ ଭତ୍ତା ଟଙ୍କାକୁ ବୃଦ୍ଧି କରିବାକୁ ଦାବି ଜଣାଉଛି | ରଥ ଯାତ୍ରା ଅବସରରେ ମୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି | ଜୟ ଜଗନ୍ନାଥ, ଜୟ ଓଡିଶା | "
 ସମସ୍ତଙ୍କ ନଜର  ଥିଲା, କେମିତି କହିବେ ଲୋକସଭାରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ  ! ଗାଁଗଣ୍ଡାର ମହିଳା ମାନଙ୍କୁ ପ୍ରେରିତ ବା ଉତ୍ସାହିତ କରିବା ପାଇଁ ସେ ଯେଉଁ ଗ୍ରାମୀଣ ଓଡ଼ିଆ ଗୀତ " ଆଖୁ ବାଡ଼ି ଖସ ଖସ" ଏକ ସାକ୍ଷାତକାର ଅବସରରେ ଗାଇଥିଲେ, ତାକୁ ନେଇ ତାଙ୍କୁ ବିଭିନ୍ନ ମାଧ୍ୟମରେ ତାତ୍ସଲ୍ୟ କରାଯାଇଥିଲା | ହେଲେ ଆଜି ସେ ସେ ପ୍ରମାଣିତ କରିଦେଲେ ଯେ ଶିକ୍ଷିତ ଲୋକଙ୍କଠୁ ସେ କୌଣସି ଗୁଣରେ ପଛୁଆ ନୁହନ୍ତି | ତାଙ୍କ ଦାୟିତ୍ୱ ନିର୍ବାହ କରିବା ପାଇଁ ତାଙ୍କ ଅଶିକ୍ଷା ଓ ବୟସ ତାଙ୍କ ପାଇଁ ପ୍ରତିବନ୍ଧକ ସାଜି ପାରିବନି | 
ଆଜି ଥିଲା ପ୍ରଥମ ଅବସର କହିବାର | ଓଡ଼ିଆ ଭାଷାରେ ଉପସ୍ଥାପନା ଥିଲା ସଂକ୍ଷିପ୍ତ | କାଗଜ ଧରି ପଢିଥିଲେ ନିଃସନ୍ଦେହ | କଥାରେ ବାଟୁଳି ବାଜି ନଥିଲା | ତାଙ୍କ ଶିକ୍ଷା ଆଉ ତାଙ୍କ ବୟସର ଜଣେ ମହିଳା ଏତେ ଶିକ୍ଷିତ ଲୋକଙ୍କ ଭିଡ ଭିତରେ ନିଜ ମତ ରଖିବା ବେଳେ ଜମା ନର୍ଭସ ହୋଇନଥିଲେ | ଲେଖା ବକ୍ତବ୍ୟ ହେଲେ ବି ଶବ୍ଦ ଉଚ୍ଚାରଣ ଥିଲା ନିର୍ଭୁଲ | କେବଳ ଗୋଟିଏ ଶବ୍ଦ "ମାଧ୍ୟମ" କୁ "ମଧ୍ୟମ" ବୋଲି ଉଚ୍ଚାରଣ କରିଥିଲେ | ପ୍ରଥମ ଥର ଲୋକ ସଭାକୁ ନିର୍ବାଚିତ ହୋଇ ଯାଇଥିବା ସାଂସଦ ପ୍ରମିଳା ଆଜି ଲୋକସଭାରେ ଉପସ୍ଥିତ ସଦସ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନିଜ ଦାବି ଉପସ୍ଥାପନା ମାଧ୍ୟମରେ | ସମଗ୍ର ଦେଶରେ କାମ କରୁଥିବା ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସେ ପାଲଟି ଯାଇଥିଲେ ସ୍ୱର | ସମାଜର ତଳସ୍ତରରେ କାମ କରୁଥିବା ମହିଳା ମାନଙ୍କୁ ଅଧିକ ଆର୍ଥିକ ପ୍ରୋତ୍ସାହନ ଦରକାର ବୋଲି ଦାବି ଜଣାଇଥିଲେ ତାଙ୍କ ସଂକ୍ଷିପ୍ତ ଉପସ୍ଥାପନା ମାଧ୍ୟମରେ | ଆଉ ସେ ନିଜ ମନ୍ତବ୍ୟ ଗୁଜରେ ରଖିବା ଆଗରୁ ଗୃହର ଅଧ୍ୟକ୍ଷ ଓମ ବିରଳାଙ୍କ ମୁହଁରେ ଥିଲା ପ୍ରମିଳାଙ୍କ ଭୁରି ଭୁରି ପ୍ରଶଂସା |  ପ୍ରମିଳା ସଂପୂର୍ଣ୍ଣ ଓଡ଼ିଆରେ ତାଙ୍କର ଅଭିଭାଷଣ ପଢିଥିବା ବେଳେ ଶେଷରେ ସମସ୍ତଙ୍କୁ ସେ ରଥଯାତ୍ରା ଶୁଭେଚ୍ଛା ଜଣାଇଥିଲେ ଓ କହିଲେ ଜୟ ଜଗନ୍ନାଥ, ଜୟ ଓଡ଼ିଶା।  

0
0
0
s2sdefault