ହେଡଲାଇନସ୍:

ଇଉଫୋରିଆ-୨୦୧୮ ଜାନୁଆରୀ ୧୧ରୁ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

୨୪ଟି ଇଭେଣ୍ଟ ସହିତ ମିସ୍ ଓ ମିଷ୍ଟର ଇଉଫୋରିଆ-୨୦୧୮ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ

ବାରିପଦା/dillip mohanty  - ବାରିପଦା ସହିଦ ସ୍ମୃତି ଭବନ ପରିସରରେ ଚଳିତ ଜାନୁଆରୀ ୧୧ରୁ ୧୪ ପର୍ଯ୍ୟନ୍ତ ଆରମ୍ଭ ହେବ ୨୧ତମ ରାଜ୍ୟସ୍ତରୀୟ ଆନ୍ତଃମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ-୨୦୧୮ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲିକ୍କାୟିତ ପ୍ରତିଭାକୁ ଆନ୍ୱେଷଣ କରିବା ସଂଗେସଂଗେ ରାଜ୍ୟର ବିଭିନ୍ନ ଜିଲାଗୁଡ଼ିକରୁ ଆସୁଥିବା ପ୍ରତିଯୋଗିମାନଙ୍କ ମଧ୍ୟରେ ଭାଇଚାରା ସହିତ କଳା ଓ ସାଂସ୍କୃତିର ବିନିମୟ ନିମନ୍ତେ ଇଉଫୋରିଆ ସ୍ୱତନ୍ତ୍ର ପ୍ଲାଟଫର୍ମ ଭାବେ କାର୍ଯ୍ୟକରିଥାଏ । ଏଥି ସହିତ ଉକ୍ତ ପ୍ଲାଟଫର୍ମ ଦ୍ୱାରା ସର୍ବଶ୍ରେଷ୍ଠ  ବିବେଚିତ ହୋଇଥିବା ବହୁ ପ୍ରତିଯୋଗି ଦେଶରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇପାରିଛନ୍ତି । ୪ ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଏହି ଇଉଫୋରିଆ-୨୦୧୮ ମହୋତ୍ସବରେ ୨୪ଟି ପ୍ରତିଯୋଗିତା ସହିତ ମିସ୍ ଓ ମିଷ୍ଟର ଇଉଫୋରିଆ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥାଏ । ଜାନୁଆରୀ ୧୪ ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ  ହେବାର ସ୍ଥିର କରାଯାଇଛି ଏବଂ ଚଳିତ ବର୍ଷ ରାଜ୍ୟର ୫୦ଟି ମହାବିଦ୍ୟାଳୟଗୁଡ଼ିକରୁ ୬୦୦ରୁ ଅଧିକ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଅନୁଷ୍ଠାନର ସଭାପତି ତାପସ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

 

0
0
0
s2sdefault