ହେଡଲାଇନସ୍:

ପ୍ରଶାସନକୁ ଏହା ଅଜଣା, ନା ବାବୁମାନେ ଜାଣି ସିଆଣା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବେଆଇନ ବ୍ଲାଷ୍ଟିଂଙ୍ଗ ଓ ଅବାଧ ପଥର ଚାଲାଣ :କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା କାହିଁକି ପ୍ରଶାସନ 

ତହସିଲଦାର ; ପରିବହନ ବିଭାଗ, ଆରଡି ବିଭାଗ, ପୋଲିସ ଦୋଷ ଠେଲା ଠେଲି 

ହରଭଙ୍ଗା -ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ବାରପାବୁଲି ରାଜସ୍ୱ ଜଙ୍ଗଲରୁ ବିନା ଅନୁମତିରେ ବେଆଇନ ବ୍ଲାଷ୍ଟିଂଙ୍ଗ କର ଭାରିଯାନ ଦ୍ୱାରା ଦିବାଲୋକରେ ଶହ ଶହ ଟ୍ରିପ ପଥର ଅବାଧରେ ଅନ୍ୟତ୍ର ଚୋରା ଚାଲାଣ କାରିବା ପଛରେ ସମ୍ପୃକ୍ତି ଥିବା ଆଇନ ଉଲଘଂନକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି ବେଆଇନ ଭାବେ ଚାଲିଥିବା ଏହି କାରବାର ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅତିରିକ୍ତ ତହସିଲଦାର ଓ ଷ୍ଟାଫ ବ୍ଲଷ୍ଟିଂଙ୍ଗ କରାଯାଉଥିବା ସ୍ଥଳରେ ପହଞ୍ଚି ସେଠାରେ ଉତ୍ତୋଳନ କରାଯାଇ ମହଜୁଦ ରଖାଯାଇଥିବା ପଥର ଗୁଡିକୁ ଜବତ କରିଥିବା ସହ  ସେଗୁଡିକୁ ନିଲାମ କରାଯିବ ବୋଲି କହି ନିଜ ଦାଇତ୍ୱ ସାରିଦେଇ ହାତ ବନ୍ଧି ବସିପଡିଛନ୍ତି । ତେବେ ତହସିଲ କତ୍ତୃପକ୍ଷ ବ୍ଲାଷ୍ଟିଙ୍ଗ ସ୍ଥଳରେ ଥିବା ପଥର ସବୁକୁ ଜଗତ କରାଯାଇଥିବା ନେଇ ସାମ୍ବାଦିକ ମାନଙ୍କୁ ସୂଚନା ଦେବାର ୧୦ ରୁ ୧୨ ନ ପୁରୁଣୁ ଜବତ ହୋଇଥିବା ଉକ୍ତ ପଥର କୁ୍ୟଆରୀ ରୁ କିଛି ପଥର ହାଇୱା ସାହାଯ୍ୟରେ ସଙ୍କୁଲେଇ ପଞ୍ଚାୟତ ର ପାଣିଘରା ଗ୍ରାମର ମହାନଦୀ କୂଳରେ ହେବାକୁଥିବା ଏକ ପ୍ରକଳ୍ପ ନିର୍ମାଣ ସ୍ଥଳକୁ ରାତିଅଧିଆ ଚାଲାଣ କରାଯାଉଥିବା ବେଳେ ଗ୍ରାମର କଂକ୍ରଟି ରାସ୍ତା ଉପରେ ଭାରିଯାନ ଚଳାଚଳ କୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ହାତାହାତି ହେବା ଘଟଣା ସାନ୍ନାକୁ ଆସିଥିଲା । ଏନେଇ ହରଭଙ୍ଗା ତହସିଲଦାର ବବିତାରାଣି ଦଳବେହେରାଙ୍କ ଦୃଷ୍ଟି ଆକର୍ଷଣ କାରି ତାହସିଲ ତରଫରୁ  ଜବତ ହୋଇଥିବା ପଥରକୁ ବିଳମ୍ବିତ ରାତିରେ ଚାଲାଣ ହେଲା କିପରି ବୋଲି ପ୍ରଶ୍ନ କାରିବାରୁ ମୁଁ ନିଜେ  ଯାଇ ବ୍ଲାଷ୍ଟିଙ୍କ ସ୍ଥଳ ଓ ପଥର ଚାଲାଣ କାରାଯାଇଥିବା ପ୍ରକଳ୍ପ  ସ୍ଥାନକୁ ଯାଇ ତଦନ୍ତ କରି ଉଭୟ ସ୍ଥାନରେ ଥିବା ସମସ୍ତ ପଥରକୁ ଜବତ କରି ଏହି ଘଟଣା ରେ ସମ୍ପୃକ୍ତ ଥିବା ଲୋକଙ୍କ ନାଁ ରେ କେଶ କରିବି ବୋଲି କାହିଥିଲେ  । ତହସିଲଦାରଙ୍କ ପ୍ରତିକ୍ରିୟା ରଖିବାର ୩ଦିନ ପାରେ କି କି ପଦକ୍ଷପ ନିଆଯାଇଛି ବିଲି ପ୍ରଶ୍ନ କାରାଯିବାରୁ ଉପ ଜିଲ୍ଲା ପାଳ ଛୁଟିରେ ଯାଇଛନ୍ତି ସେ ଆସିବା ପରେ  ଜବତ ହୋଇଥିବା ପଥରର ଅଫସେଟ ପ୍ରାଇସ ନିର୍ଦ୍ଧାରଣ କରି ନିଲାମ କାରାଯିବ କାହିଥିଲେ ତେବେ ବିନାନୁମତି ରେ ବେଆଇନ ଭାବେ ବ୍ଲାଷ୍ଟିଙ୍ଗି ଓ ପଥର ଚାଲାଣ କାରୀ ଙ୍କ ବିରୋଧରେ କାଣ କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି  ପଚାରିବାରୁ ବିନା ଅନୁମତିରେ ସେମାନେ ବିସ୍ପୋରକ ସାମଗ୍ରୀ ଆଣି କେମିତି ବ୍ଲାଷ୍ଟିଙ୍ଗ କଲେ ତାହା ପୋଲିସ ବାଲା ତଦନ୍ତ କାରି କାର୍ଯ୍ୟାନୁଷ୍ଠାନ ନେବା କଥା ସେହିପରି ଟ୍ରକ ସାହାଯ୍ୟରେ ବେଆଇନ ଭାବେ ପଥର ଚାଲାଣ ଘଟଣାକୁ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକଥା ଓ ଭାରିଯାନ ଚାଳନା ଯୋଗୁଁ ଆରଡି ରାସ୍ତା ନଷ୍ଟ ହେଉଛି ତେଣୁ ଗ୍ରାନ୍ୟ ଉନ୍ନୟନ ବିଭାଗ ମଧ୍ୟ ତରଫରୁ କାର୍ଯ୍ୟାନୁଷ୍ଠାନ ନେବା କାଥା ଆମେ ଏକା କଣ କାରିବୁ କହି ନିଜ ବିଭାଗରୁ ଦୋଷ ଛଡାଇଥିଲେ । ଖୋଦ ତହସିଲ ଦାର ଙ୍କର ଏଭଳି ବୟାନ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭଗ ମଧ୍ୟରେ ଥିବା  ସମନ୍ୱୟ ର ଅଭାବ ଓ କାର୍ଯ୍ୟାଶୈଳୀ ଉପରେ  ପ୍ରଶ୍ନ ବାଚୀ ସୃଷ୍ଟିକରିଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ନେବାକୁ ଜଣାଶୁଣା ମହଲରେ ଦାବି କରାଯାଇଛି 

 

 

0
0
0
s2sdefault