ହେଡଲାଇନସ୍:

ଫନିର ୧୭ଦିନ ପରେ ବି ସରକାରୀ ବାବୁଙ୍କ ଦେଖା ନାହିଁ: ସାହାଯ୍ୟ ଅପେକ୍ଷାରେ ବାତ୍ୟା ପ୍ରଭାବିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଙ୍କୀ (ଆଶିଷ କୁମାର ମହାପାତ୍ର) ଚଳିତ ମାସ ୩ତାରିଖରେ ଓଡ଼ିଶା ପ୍ରଳୟଙ୍କାରୀ ବାତ୍ୟା  ଫନି ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଥିଲା । ବାତ୍ୟା ପ୍ରଭାବରେ ଅନେକ ଅଞ୍ଚଳ ଶ୍ରୀହୀନ ହୋଇ ପଡ଼ିଥିବା ବେଳେ ମାଟିଘର ଗୁଡ଼ିକ ଭୂଇଁରେ ଶୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ବାତ୍ୟା ବିତିବାର ୧୭ଦିନ ପରେ ମଧ୍ୟ ଜନଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରି ପାରି ନଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ତରଫରୁ ରାସ୍ତା ଅବରୋଧକୁ ହଟାଯାଇ ବିଦୁ୍ୟତ୍ କାର୍ଯ୍ୟକୁ ସମ୍ପାଦାନ କରାଯାଇଛି । କିନ୍ତୁ ବାତ୍ୟା ପରବର୍ତ୍ତୀ ସମୟରେ କ୍ଷୟକ୍ଷତିର ଆକଳନ ଠିକ୍ରୂପେ ହୋଇପାରୁ ନଥିବା ଅଭିଯୋଗ ଆସିଛି । ଏପରିକି ତହସିଲ ଏବଂ କୃଷିବିଭାଗ ମଧ୍ୟରେ କ୍ଷୟକ୍ଷତିର ସଠିକ୍ ତାଳମେଳ ନଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ତହସିଲ ତରଫରୁ କ୍ଷୟକ୍ଷତିର ଆକଳନ କରାଯାଉଥିବା ବେଳେ ବିଭିନ୍ନ ପଞ୍ଚାୟତରେ ଏପର୍ଯ୍ୟନ୍ତ ସରକାରୀ ବାବୁଙ୍କ ପାଦ ପଡ଼ିନାହିଁ । ଯାହାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଅନ୍ୟପଟେ ବାତ୍ୟା ପୀଡ଼ିତାମାନେ ଘର ହରାଇ ଦୟନୀୟ ଅବସ୍ଥାରେ ପଡ଼ି ରହିଥିବା ବେଳେ ଜରିପାଲଟେ ମଧ୍ୟ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇ ନଥିବା ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ତହସିଲ ଅଧିନରେ ଥିବା କିଛି ଗ୍ରାମରେ ପ୍ରଶାସନ ନ ପହଂଚିବା  ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଲିପଡ଼ା ପଞ୍ଚାୟତର ବିଲିମନ୍ତ୍ରୀସାହି, ବରପଦନପୁର, ହରିଜନସାହିରେ ଜନସାଧାରଣ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଶାସନର ପାଦଚିହ୍ନ ଏପର୍ଯ୍ୟନ୍ତ ପଡ଼ି ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେହିପରି ତାଳବସ୍ତ ପଞ୍ଚାୟତର ବାଉରିସାହି, ଗୋଖାସାହିରେ ପ୍ରଶାସନ ତରଫରୁ ସର୍ଭେ କରାଯାଇ ନାହିଁ ବୋଲି ଜଣାପଡ଼ିଛି । ଗଡ଼ଜିତ ରାଜସ୍ୱ ନୀରିକ୍ଷକ ସର୍କଲ୍ ଅଞ୍ଚଳରେ ସମାନ ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ରାଜସ୍ୱ ନୀରିକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସର୍ଭେ ପାଇଁ ନିଦେ୍ର୍ଧଶ ରହିଥିଲେ ମଧ୍ୟ ରାଜସ୍ୱ ନୀରିକ୍ଷକଙ୍କ ଦେଖା ମିଳୁ ନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ପ୍ରକୃତ ବାତ୍ୟା ପୀଡ଼ିତ ସରକାରୀ ସାହାଯ୍ୟରୁ ବଞ୍ଚôତ ହେଉଥିବା ଶୁଣିବାକୁ ମିଳୁଛି । ଡମପଡ଼ା ତହସିଲଦାର ବାତ୍ୟା ଅଞ୍ଚଳ ଗସ୍ତ ନକରି ନିଜ ଆବାସରେ ରହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିବା ସହିତ ବାତ୍ୟା କ୍ଷୟକ୍ଷତିକୁ ନେଇ ତହସିଲ ଅଫିସକୁ  ଦରଖାସ୍ତ ପାଇଁ ଗଲେ ହତାଦର କରୁଥିବା ପ୍ରକାଶ କରିଛନ୍ତି । ତେଣୁ ପ୍ରଶାସନ ତରଫରୁ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଅନୁରୋଧ କରିବା ସହିତ ବାତ୍ୟା କ୍ଷୟକ୍ଷତିର ସଠିକ୍ ଆକଳନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି ।

0
0
0
s2sdefault