ହେଡଲାଇନସ୍:

ଜରାଜୀର୍ଣ୍ଣ ଅବସ୍ଥାରେ ଏକ ମାତ୍ର ଶିଶୁ ପ୍ରମୋଦ ଉଦ୍ୟାନ : ଛୋଟ ପିଲାଙ୍କ ପ୍ରତି ଅନ୍ୟାୟ କରୁଛି ପ୍ରଶାସନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ଼ରୁ ସୁଶାନ୍ତ ରାଉତ : ଜରାଜୀର୍ଣ୍ଣ ଅବସ୍ଥାରେ ଧର୍ମଗଡ଼ ସହରରେ ଥିବା ଏକ ମାତ୍ର ଶିଶୁ ପ୍ରମୋଦ ଉଦ୍ୟାନ | ରକ୍ଷଣା ବୀକ୍ଷଣା ଅଭାବରୁ ପାର୍କ ପରିସରର ସବୁଜିମା ଉଜୁଡିବାକୁ ବସିଲାଣି | ପିଲାଙ୍କ ଉଦ୍ଦିଷ୍ଟ କ୍ରୀଡା  ସାମଗ୍ରୀ ମଧ୍ୟ ଭାଙ୍ଗିବାକୁ ବସିଲାଣି | ଏକଦା କୁନି କୁନିପିଲାଙ୍କ  କୋଲାହଲରେ  ଫାଟି ପଡୁଥିବା ଉଦ୍ୟାନ ଏବେ ଖାଁଖାଁ | ଆଉ ଗେଟରେ ଝୁଲୁଛି ତାଲା ପ୍ରକାଶ ଯେ, ଧର୍ମଗଡ଼ ସହର ଗ୍ରାମ ପଞ୍ଚାୟତ ଥିବାବେଳେ୨୦୦୩ ମସିହାରେ ତତ୍କାଳୀନ ଉପଜିଲ୍ଲାପାଳ  ଭି କେ ପାଣ୍ଡିଆନ ଓ ସ୍ଥାନୀୟ ବିଧାୟକ ବୀର ସୀପକାଙ୍କ ଉଦ୍ୟମରେ ଜିଲ୍ଲା ରେଡକ୍ରସ ପାଣ୍ଠିର ସହାୟତାରେ ଏହି ଉଦ୍ୟାନ ନିର୍ମିତ ହୋଇଥିଲା | ଗ୍ରାମୀୟ ଜଳ ଯୋଗାଣ ବିଭାଗ ଦ୍ଵାରା ଏହି  ଉଦ୍ୟାନକୁ ପାଇପ ଯୋଗେ ଜଲ ଯୋଗାଣ କରାଯାଇଥିଲା ସବୁଜିମାରେ ହସି ଉଠି ଥିଲା ଶିଶୁ ପ୍ରମୋଦ ଉଦ୍ୟାନ  ଜଣେ କେୟାର ଟେକର ମଧ୍ୟରେ ଏଠାରେ ରହି  ରକ୍ଷଣାବେକ୍ଷଣ କରୁଥିଲେ | ବର୍ତ୍ତମାନ ଧର୍ମଗଡ଼ ସହର ପଞ୍ଚାୟତରୁ ଏନଏସି ହେଲା | କିନ୍ତୁ ଏବେ ପ୍ରାୟ ବର୍ଷେ ହେବ ଏହାର ରକ୍ଷଣାବେକ୍ଷଣ କରାଯାଇନାହିଁ  | ଫଳରେ ପାର୍କ ମଧ୍ୟରେ ସୌନ୍ଦର୍ଯ୍ୟ ଵୃଦ୍ଧି କରୁଥିବା ବିଭିନ୍ନ ଗଛ ସମେତ ଅନ୍ୟାନ୍ୟ ଗଛ ମଧ୍ୟ ମରିବାକୁ ବସିଲାଣି  | ଶ୍ରୀ ହିନ ଦେଖାଯାଉଛି ଉଦ୍ୟାନ | ଏହାକୁ  ନେଇ ଶିଶୁ ଓ ସେମାନଙ୍କ ଅଭିଭାବକ ମଧ୍ୟରେ ନିରାଶା ଭାବ ପ୍ରକାଶ ପାଇଛି | ଏହି ଶିଶୁ ଉଦ୍ୟାନ  ରକ୍ଷଣ ବେକ୍ଷଣ ନ ହେବା ବିଡ଼ମ୍ବନାର  ବିଷୟ | ଏହି ସଂପର୍କରେ ଧର୍ମଗଡ଼ ଏନ ଏ ସି ଅଧକ୍ଷ୍ୟା ହୀରା ବାଗଙ୍କୁ ଯୋଗାଯୋଗ କରିବାରୁ ରେଡ଼କ୍ରସ ଦ୍ୱାରା ନିର୍ମିତ  ଏହି ଶିଶୁ ଉଦ୍ୟାନର ଦାଇତ୍ୱ ବର୍ତ୍ତମାନ ସୁଦ୍ଧା ଏନଏସିକୁ ହସ୍ତାନ୍ତର କରାଯାଇନାହିଁ | ଫଳରେ ଏହାର ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା  କରାଯାଇ ପାରୁ ନାହିଁ ବୋଲି କହିଥିଲେ | ଜିଲ୍ଲା ରେଡ଼କ୍ରସ  କର୍ତ୍ତୃପକ୍ଷଙ୍କୁ ଶିଶୁ ଉଦ୍ୟାନ ଦାୟିତ୍ୱ ହସ୍ତାନ୍ତର ପାଇଁ ଜଣାଇ ଦିଆଯାଇଛି ଓ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ | 

 

0
0
0
s2sdefault