ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି କିନ୍ତୁ ପ୍ରଶାସନ ନେଉଛି ମଜା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର ଜିଲ୍ଲା ପୌରସଂସ୍ଥା ସେବା ଯୋଗାଇବାରେ ବିଫଳ

ବଲାଙ୍ଗୀର/niroj mishra : ବଲାଙ୍ଗୀର ସହରରେ ପ୍ରତ୍ୟକ ସ୍ଥାନରେ ପାଣି ଛତର ନିଷ୍ପତ୍ତି  କରାଯାଇଥିଲା |  କିନ୍ତୁ ଆବଶ୍ୟକ ମୁତାବକ ପାଣି ଛତର ମିଲିପାରିଲାନାହିଁ  ସହରବାସୀଙ୍କ ପାଇଁ । ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି କିନ୍ତୁ ପ୍ରଶାସନ ମଜା ନେଉଛି । ବଲାଙ୍ଗୀରର ତାପମାତ୍ର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକମାନେ ବସଷ୍ଟାଣ୍ଡ ବା କଲେକ୍ଟର ଅଫିସ ସମ୍ମୁଖରେ ପାଣି ଛତରଟିଏ ନାହିଁ । ଲୋକେ ଭାରି ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଯେଉଁ କଣ୍ଟାକ୍ଟର ପାଣି ଛତର ପାଇଛନ୍ତି ତାଙ୍କର ଗାଇଡ ଲାଇନ କହୁଛି ଯେ ଲୋକଙ୍କୁ ସ୍ୱଚ୍ଛ ନିର୍ମଳ ପାଣି ଦେବା ପାଇଁ କୁହାଯାଇଛି । କିନ୍ତୁ ଲୋକମାନେ ନଳକୂପ ବା କୂଅଁ ପାଣି ବ୍ୟବହାରକରୁଛନ୍ତି ଓ ପାଣିଛତ୍ର କର୍ମିମାନେ ଭାରରେ ପାଣି ବୋହୁଛନ୍ତି |  ତାଙ୍କୁ ପଚାରିବାରୁ ସେମାନେ କହିଲେ ଆମକୁ ପାଣି ବୋହିବାର କଷ୍ଟ ବହୁତ ବଢ଼ି ଯାଉଛି । ଆମେ ପଚାରିଥିଲୁ ତାଙ୍କ ସମସ୍ୟା ଉପରେ | ସେମାନେ କହିଲେ ଯେ କଣ୍ଟ୍ରାକ୍ଟର ନିଜେ ପାଣି ଦେବାର ନିୟମ ଅଛି । କିନ୍ତୁ କଣ୍ଟ୍ରାକ୍ଟର ପାଣି ଦେଉନାହାନ୍ତି । କୋଟି କୋଟି ଟଙ୍କାର ପାଣି ଛତର ପାଣିରେ ମିଶିଗଲା ବୋଲି ଅଭିଯୋଗ କରିଛନ୍ତି । 

0
0
0
s2sdefault