ହେଡଲାଇନସ୍:

ଓଡଗାଁ ଆଦର୍ଶ ଥାନା ତରଫରୁ ଦହିପଣା ବଣ୍ଟନର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଆଦର୍ଶ ଥାନା ତରଫରୁ  ଥାନା ସମ୍ମୁଖସ୍ଥ ଫାଟକ ନିକଟରେ ଏକେ ଏକ ଷ୍ଟଲ କରାଯାଇ ଦହିପଣା ବଣ୍ଟନର ଶୁଭାରମ୍ଭ କରାଯାଇଛି । ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମସ୍ତ ପୋଲିସ କର୍ମଚାରୀ, ଆଇନଜିବୀ, ବୁଦ୍ଧିଜିବୀ ଏବଂ ସାମ୍ବାଦିକମାନେ ଉପସ୍ଥିତ ରହି ପ୍ରଥମ କରି ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରସଂଶା କରିଥିଲେ । ପ୍ରଚଣ୍ଡ ରୈାଦ୍ରତାପ ଯୋଗୁ ତୃଷାର୍ତ୍ତ ମାନେ ସୁସ୍ୱାଦୁ ଦହିପଣା ପାଇ ଶୋଷ ମେଂଟାଇଥିବା ବେଳେ ୨୦୦ ଲିଟର ଦହିରେ ପ୍ରସ୍ତୁତ ହୋଇଥିବା ପଣା ଦେଢ ଘଂଟା ଧରି ଲୋକମାନଙ୍କୁ ବଣ୍ଟାଯାଇଥିଲା  । ଆବଶ୍ୟକତାକୁ ଲକ୍ଷ୍ୟକରି ଆସନ୍ତା କାଲି ଠାରୁ ଏହାର ପରିମାଣକୁ ବଢାଇବା ସହିତ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଆଇଆଇସି କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଓଡଗାଁ ଏନଏସି, ବ୍ଲକ, ତହସିଲ ଏବଂ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନମାନଙ୍କ ଦ୍ୱାରା ପାନୀୟଜଳ ବଂଟନ ପାଇଁ ଅର୍ଥ ବ୍ୟୟବରାଦର ବ୍ୟବସ୍ଥା ଥିଲେ ମଧ୍ୟ ଏହା ଦେଖିବାକୁ ମିଳୁନାହିଁ । ଏପରି ସ୍ଥଳେ ଆଦର୍ଶ ଥାନା ତରଫରୁ ଏଭଳି ଅଭିନବ ପ୍ରୟାସ ସାଧାରଣରେ ଜନସାଧାରଣ ସ୍ୱାଗତ କରିଛନ୍ତି । 

0
0
0
s2sdefault