ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲାର ୫ଟି ବୁଥରେ ସାନି ମତଦାନ ମେ ୧୯ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ମେ ୧୯ରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ତଥା ବାଙ୍ଗିରିପୋଷି ବ୍ଲକର ୧୦୪ ନମ୍ବର କଖାରୁଶୋଳ ବୁଥ ସହିତ ବାରିପଦା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବାରିପଦା ପୌରପରିଷଦର ୱାର୍ଡ ନମ୍ବର୍ ୨୬ରେ ଥିବା ୧୬ ନମ୍ବର, ୱାର୍ଡ ନମ୍ବର ୨୧ରେ ଥିବା ୧୯ ନମ୍ବର ବୁଥ , ବଡ଼ସାହି ବ୍ଲକର ଖାନୁଆ(୨)ରେ ଥିବା ୨୪୮ ନମ୍ବରବୁଥ ଏବଂ ବାରିପଦା ବ୍ଲକର ଭରତଚନ୍ଦ୍ରପୁର ପଞ୍ଚାୟତର ଆଠପଡ଼ା ଗ୍ରାମର ୧୬୬ନମ୍ବର ବୁଥରେ ସାନି ମତଦାନ ହେବ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମେ ୧୫ ବୁଧବାର ପୂର୍ବାହ୍ନ ୯ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ୫ଟି ବୁଥରେ ଇଲେକକ୍ଟେ୍ରାନିକ୍ସ ଭୋଟିଂ ମେସିନ(ଇଭିଏମ)ର ପରିଚାଳନାଗତ ତୃଟି କାରଣରୁ ସଠିକ୍ ଭାବେ ମତଦାନ ହୋଇ ପାରିନଥିଲା । ତେଣୁ ବୁଥର ପ୍ରିଜାଇଡ଼ିଂ ଅଫିସରଙ୍କ ରିପୋର୍ଟ ଅନୁସାରେ ଉକ୍ତ ବୁଥରେ ପୁନଃ ମତଦାନ କରାଯିବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଫଳରେ ମେ ୧୪ ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ହସ୍ତଗତ ହେବା ପରେ ୫ଟି ବୋଥରେ ସାନି ମତଦାନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଗଲା । ଏଥି ସହିତ ଆଦର୍ଶ ଆଚରଣ ବିଧିକୁ ମେ ୧୯ ପର୍ଯ୍ୟନ୍ତ ଲାଗୁ ହେବା ସହ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ପ୍ରକାରର କଟକଣା ମଧ୍ୟ ବଳବତ୍ତର ରହିଲା । ଭୋଟ ଗ୍ରହଣ ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ବୁଥଗୁଡ଼ିକରେ ପୋଲିଂ ପାର୍ଟି ମେ ୧୮ ଆବଶ୍ୟକୀୟ ଇଭିଏମ ,  ଭିଭିପେଟ ସହ ସମସ୍ତ ସାଜସରଞ୍ଜାମ ଧରି ପହଁଞ୍ଚିବେ ଏବଂ ମେ ୧୯ ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ରେ ଶେଷ ହେବ । ଏହି ସମୟରେ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସାଙ୍ଗକୁ ପ୍ରତ୍ୟେକ ବୁଥରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ପ୍ରକାଶ ଥାଉକି, ବାରିପଦା ନିର୍ବାଚନ ମଣ୍ଡଳୀର ୧୬ ନମ୍ବର ବୁଥରେ ୧୩୬୫ , ୧୯ ନମ୍ବର ବୁଥରେ ୧୧୮୧, ୧୬୬ ନମ୍ବର ବୁଥରେ ୯୪୫ ଓ ୨୪୮ ନମ୍ବର ବୁଥରେ ୬୦୦ ଏହିପରି ମୋଟ ୪,୦୯୧ ଭୋଟର ଏବଂ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୧୦୪ରେ ୮୭୬ ଜଣ ଭୋଟର ଉଭୟ ଲୋକସଭା ଓ ବିଧାନସଭା ପାଇଁ ପୁନଃମତଦାନ କରିବେ । ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ମତଦାନ ସହ ଉକ୍ତ ୫ଟି ବୋଥରେ ସାନିମତଦାନ ପୁଣି ଥରେ ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି । 

0
0
0
s2sdefault