ହେଡଲାଇନସ୍:

କୁମ୍ଭକର୍ଣ୍ଣ ନିଦ୍ରାରେ ନା ଚେଇଁ ଶୋଇଛି ରାଜସ୍ୱ ବିଭାଗ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବେ ଚାଲିଛି ବ୍ଲାଷ୍ଟିଂ 

ପଥର ମାଫିଆଙ୍କୁ ଖୋରାକ ଯୋଗାଇଛି ରାଜସ୍ୱ ବିଭାଗ

ବୌଦ୍ଧ(ସୁମନ ଲଉରିଆ) ; ସରକାର ପରିବେଶ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ମାନ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର କେତେ ଦୁର୍ନିତିଗ୍ରସ୍ତ ଅଧିକାରୀ ମାନଙ୍କ ପାଇଁ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦିନକୁ ଦିନ ବେଆଇନ ବ୍ଲାଷ୍ଟିଂ ବୃଦ୍ଧି ପାଇବାରେ ଲାଗିଛି ବିନା ଅନୁମତିରେ ସ୍ପଷ୍ଟ ଦିବାଲୋକରେ ଚାଲିଛି ପଥର ବ୍ଲାଷ୍ଟିଂ । ଏଥରପ୍ରତି କୌଣସି ପ୍ରକାର ରୋକ ଲଗାଇବା ବଦଳରେ ବିଭାଗ ଅଧିକାରୀ ଭିତିରି ଭୁଝାମଣା କରି ପ୍ରତ୍ସାହନା ଯେ୍ଧଜ୍ଞବ ଦିଆଯାଉଥିବା ଅବିଯୋଗ ହେଉଛି । ସେହିପରି ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଧଳପୁର ରାଜସ୍ୱ ସର୍କଲ ର ଟଭାପଦର ବାରପାବୁଲି ଗ୍ରମ୍ୟ ଜଙ୍ଗଲ ରେ ଗତ ଏକ ମାସ ହେଲା ଜଣେ ଠିକାଦାର ସ୍ଥାନୀୟ କେତେ ଦଲାଲଙ୍କୁ ହାତକରି ବେଆଇନ ଭାବେ ବିପୁଳ ପରିମାଣର ପଥର ବ୍ଲାଷ୍ଟିଂ କରି ମହାନଦୀ କୂଳ ଖାଉଥିବା  ଜାଗାରେ ପଥର ପ୍ୟାଚିିଙ୍ଗ ପାଇଁ ନିଜେ ଟେଣ୍ଡର ପାଇଥିବା ପ୍ରକଳ୍ପ ନିର୍ମାଣ ସକାଶେ  ଟ୍ରକ ଦ୍ୱାରା ଶହ ଶହ ଟ୍ରିପ ପଥର ଅବାଧରେ ଚୋରା ଚାଲାଣ କରୁଥିବା ଘଟଣା ପଦାକୁ ଆସିଥିଲା । ଠିକାଦାର ଜଣକ ବନବିଭାଗ ଓ ତହସିଲ କାର୍ଯ୍ୟାଳୟ ର ନିର୍ଦ୍ଧିଷ୍ଟ କେତେକ ଅଧିକାରୀଙ୍କୁ ହାତକରି ଅବାଧରେ ଏହି ଭଳି କାରାବାର ଚଳାଇଥିବାରୁ ଗ୍ରାମ୍ୟ ଜଙ୍ଗଲରେ ଥିବା ବ୍ୟାପକ ଗଛ ବୃକ୍ଷ ନଷ୍ଟ ହେବା ସହିତ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଥିବା ଅଭିଯୋଗ ହୋଇଥିଲା ।  ଏ ସମ୍ପର୍କରେ ସୋମବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହରଭଙ୍ଗା ତହସିଲଦାରଙ୍କ ନିର୍ଦ୍ଦେଶ  କ୍ରମେ ଅତିରିକ୍ତ ତହସିଲଦାର ହରିଓମ ଭୋଇ ଏବଂ ରେଭେନ୍ୟୁ  ସୁପରଭାଇଜର ଶ୍ୟାମସୁନ୍ଦର ବେହେରା ସକାଳ ୯.୩୦ ମିନିଟ ସମୟରେ ତିଲେଶ୍ୱର ଆସିଥିଲେ । ହେଲେ ସେମାନେ ପ୍ରଥମେ ସେଠାରୁ ମାତ୍ର ୨ କିମି ଦୁରରେ ଥିବା ବ୍ଲାଷ୍ଟିଂ ସ୍ଥଳକୁ ନଯାଇ ଧଳପୁର - ଆଠମଲିକ ସେତୁ ପ୍ରକଳ୍ପ ନିର୍ମାଣ ହେଉଥିବା ସ୍ଥଳକୁ ଯାଇଥିଲେ ଓ ପରେ ମଧ୍ୟାନ୍ନ ପ୍ରାୟ ୧ ଟା ସମୟରେ ବେଆଇନ ଭାବେ କରାଯାଉଥିବା ବ୍ଲାଷ୍ଟିଂ ଜାଗା କୁ ପହଂଚିଥିଲେ  । ହେଲେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ କୁ ଭିତିକରି ତଦନ୍ତ ପାଇଁ ଆଡିସନାଲ୍ ତହସିଲଦାର ଓ ସୁପରଭାରଜର ଆସିଥିବା ଖବର ପାଇ ସଂପୃକ୍ତ ଠିକାଦାର ଙ୍କ କର୍ମଚାରୀ ମାନେ ସମ୍ପୃକ୍ତ ଠିକାଦାରଙ୍କ କର୍ମଚାରୀଙ୍କ ଜରିଆରେ ବାରପାବୁଲି ଗ୍ରାମ୍ୟ ଜଙ୍ଗଲରୁ ବେଆଇନ ପଥର ବିସ୍ପୋରଣ ଓ ପଥର ଉତ୍ତୋଳନ କାର୍ଯ୍ୟରେ ଲଗାଯାଇଥିବା ବ୍ଲାଷ୍ଟିଂ କମ୍ପ୍ରେସର  ମେସିନ ଓ ହିଟାଚି ସହିତ ଅନ୍ୟାନ୍ୟ ଯାନବାହାନ ଗୁଡିକ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିନେଇଥିଲେ । ଠିକାଦାର ଙ୍କ କର୍ମଚାରୀ ମାନେ ବେଆଇନ ଭାବେ କାର୍ଯ୍ୟରେ ନିୟୋଜିତ କରିଥିବା ମେସିନ ଓ ଅନ୍ୟାନ ଯାନବାହାନ ଗୁଡିକ ସେଠାରୁ ନେଇ ଯାଉଥିବା ଲକ୍ଷ୍ୟ କରି ସେଠାରେ ଉପସ୍ଥିତ କିଛି ଗଣମାଧ୍ୟମ ପ୍ରତିନିଧି ଏ ନେଇ ଆଡିସନାଲ୍ ତହସିଲଦାର ଓ ସୁପରଭାଇଜର ଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ଅନ୍ୟ କାମରେ ବ୍ୟସ୍ତ ଥିବା ଦର୍ଶାଇ ଫୋନ କାଟି ଦେଇଥିଲେ । ପରେ ଠିକାଦାର ଙ୍କ କର୍ମଚାରୀ ମାନେ ସବୁକିଛି ନେଇ ଯିବାର କେଇ ଘଣ୍ଟା ପରେ ଆଡିସନାଲ୍ ତହସିଲଦାର ଓ ସୁପଭାଇଜର ନାଟକୀୟ ଢଙ୍ଗରେ ସେହି ସ୍ଥାନରେ ପହଂଚି ତଦନ୍ତ କରିବା ଘଟଣା ବିଭାଗିୟ ଅଧିକାରୀ  ଓ ସଂପୃକ୍ତ ଠିକାରଦାଙ୍କ ଭିତିରି ମଧୁଚନ୍ଦ୍ରିକା ସ୍ପଷ୍ଟ ଅନୁମେୟ । ଏ ସଂର୍ମ୍ପକରେ ଅତିରିକ୍ତ ତହସିଲଦାର ହରିଓମ୍ ଭୋଇ ଙ୍କୁ ପଚାରିବାରୁ ସେ ଆମେ ସେଠାରେ ପହଂଚି ସେହି ସ୍ଥାନରେ ବ୍ଳଷ୍ଟିଙ୍ଗ  କରାଯାଇ ପଥର ଜମା ହେବା ସହ ଗାଡି ଯୋଗେ ଚାଲାଣ ହୋଇଥିବା ଦେଖିବାକୁ ପାଇଲୁ । ହେଲେ ଆମେ ପହଂଚିଲା ବେଳକୁ କୌଣସି ଯାନବାହାନ କିମ୍ବା ବ୍ୟବହୃତ ଯନ୍ତ୍ରାଶଂ ସେଠାରେ ନଥିଲା ବିସ୍ପୋରକ କରି ଜମା ହୋଇଥିବା ପ୍ରାୟ ୧ ଶହ ରୁ ଉର୍ଦ୍ଧ ଟ୍ରିପ ପଥର କୁ ଜବତ କରାଯାଇ ନିଲାମ କରାଯିବ ବୋଲି କହିଥିଲେ । ବେଆଇନ ଭାବେ କାର୍ଯ୍ୟ ରେ ସଂପୃକ୍ତ ଲୋକଙ୍କ ନାଁରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶ୍ନ କରାଯିବାରୁ ତାହା ତହସିଲଦାର ନିଷ୍ପତି ନେବେ କହି ନିଜ ମୁଣ୍ଡରୁ ଦୋଷ ଛଡାଇଥିଲେ । ଅତିରିକ୍ତ ତହସିଲଦାର ବୟାନ ରଖିବାର ୧୦ ରୁ ୧୨ ଘଣ୍ଟା ନପୁରୁଣୁ ସଂପୃକ୍ତ ଠିକାଦାର ହାଇୱା ସାହାଯ୍ୟରେ କ୍ୱାରିରୁ ଜବତ ହୋଇଥିବା ପଥର ଗୁଡିକୁ ରାତିରାତି ସଙ୍କୁଲେଇ ପଂଚାୟତର ପାଣିଘରା ଗ୍ରାମର ମହାନଦୀ କୂଳର ପ୍ରକଳ୍ପ ନିର୍ମାଣ ସ୍ଥଳକୁ ନେବା ସମୟରେ ଗ୍ରାମର କିଛି ଲୋକ କଂକ୍ରିଟ ରାସ୍ତା ଉପରେ ଦେ ଭାରିଯାନ ନେବା ପାଇଁ ଡ୍ରାଇଭରଙ୍କୁ ବାରଣ କରି ଟ୍ରାକ୍ଟର ଯୋଗେ ନେବାକୁ କହିଥିଲକେ । ଏକଥା ଜାଣିବା ପାରେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ  ଡ୍ରାଇଭରଙ୍କ ସପକ୍ଷରେ ବାହାରି ରାସ୍ତା ସରକାରଙ୍କ ବୋଲି କହି ପ୍ରତିବାଦ କରିବାରୁ ଦୁଇ ଗୋଷ୍ଠୀ  ମଧ୍ୟରେ ହାତାହାତୀ ହୋଇଥିବା ଜଣାପଡିଛି । ଏସମ୍ପର୍କରେ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ଆମେ କଣ ବ୍ଲାଷ୍ଟିଂ ସ୍ଥଳରେ ଜଗିଥିବୁ ବୋଲି କହିଥିଲେ । ସୂଚନା ଥାଉକି   ଏଠାରେ ଉଲ୍ଲେଖଯାଗ୍ୟ ହରଭଙ୍ଗା ଭଳି ଏକ ମାଓପ୍ରବଣ ଅଂଚଳରେ ଆଇନ ଆଖିରେ ଧୂଳିଦେଇ ଅବାଧରେ ଏଭଳି ବେଆଇନ ବ୍ଲାଷ୍ଟିଂ ଓ ପଥର ଚୋରା ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ନିକଟରେ ଏହାର ସାମାନ୍ୟତମ ସୂଚନା ନଥିବା ଘଟଣା ପ୍ରଶାସନିକ ଦୁର୍ନୀତି ପ୍ରତି ସ୍ପଷ୍ଟ ଇଙ୍ଗିତ କରୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏନେଇ ହରବଙ୍ଗା ତହସିଲଦାର ବବିତାରାଣୀ ଦଳବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ମୁଁ ଅଫିସ ଗଲେ ଦେଖିକି କହିବି । ଆପଣ ୧୦ ତାରିଖ ଦିନ ନିଜେ ବ୍ଲାଷ୍ଟିଙ୍ଗ ସ୍ଥଳ ବୁଲିବା ନେଇ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ  । ମାତ୍ର ସେଦିନ କାହିଁକି ଉକ୍ତ ବ୍ଲାଷ୍ଟିଙ୍ଗ ସ୍ଥଳ ପରିଦର୍ଶନ କରିନାହାଁନ୍ତି ବୋଲି ପ୍ରଶ୍ନ କରିବାରୁ ଆପଣ ଆସନ୍ତା କାଲି ଅଫିସ ଆସନ୍ତୁ ବୋଲି କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଚି ବ୍ଲାଷ୍ଟିଙ୍ଗ ହବାର ଦେଢ ମାସରୁ ଉର୍ଦ୍ଧ ସମୟ ଧରି ଚାଲିଥିବା ବେଳେ କିପରି ରାଜସ୍ୱ ବିଭାଗ ସାମାନ୍ୟତମ ଖବର ପାଇଲା ନାହିଁ  । ଅନ୍ୟପଟେ ବିଭିନ୍ନ ଖବର କାଗଜରେ ୫ ତାିଖ ଖବର ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ  ନନେବା ପଥର ମାଫିଆ ଓ ରାଜସ୍ୱ ବିଭାଗ ଅଧିକାରୀଙ୍କ ଭିତିରି ବୁଝାମଣା ସ୍ପଷ୍ଟ ବାରି ହେଉଛି । ଏଥିସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହେଉଛି ।   

 

0
0
0
s2sdefault