ଶୁଣିଲାନି ପ୍ରଶାସନ,ଗ୍ରାମବାସୀ କଲେ  ମିଳିତ ଉଦ୍ୟମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାଳ ଭିତରେ ନିର୍ମାଣ ହେଲା ଅସ୍ଥାୟୀ ରାସ୍ତା

ବୌଦ୍ଧ (ସୁମନ୍ ଲଉରିଆ) ; ସ୍ୱାଧୀନତା ର ୭୦ ବର୍ଷ ବିତ୍ତିି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇ ପାରୁନି ଲୋକମାନଙ୍କ ମୌଳିକ ଆବଶ୍ୟକତା । ବୌଦ୍ଧ ଜିଲ୍ଲା ପୁରୁଣାକଟକ ପଞ୍ଚାୟତ ର ଲକ୍ଷ୍ମୀ ନାଳ ଆର ପାଶ୍ୱରେ ରହିଛି ଯାଜପୁର ଗ୍ରାମ  ।  ଗ୍ରାମ ଟିରେ ପାଖାପାଖୀ ୧୪୦ ଟି ପରିବାର ବଂଶାନୁକ୍ରମେ ବସବାସ କରି ଆସୁଛନ୍ତି । ବର୍ଷା ଦିନେ ଆସିଲେ ନାଳ ପାଣି ଯୋଗୁଁ ଲୋକେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଥିବାରୁ ଗ୍ରାମବାସୀ ଙ୍କ ସମସ୍ୟାକୁ ଆଖି ଆଗରେ ରଖି ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଛି  । ହେଲେ ପ୍ରଶାସନ କିମ୍ବା ନିର୍ବାଚିତ ଲୋକ ପ୍ରତିନିଧି ଏଥି ପ୍ରତି ଆଦ୍ୱଂ ଦୃଷ୍ଟି ନଦେବାରୁ ଗ୍ରାମବାସୀ ମାନେ କପାଳକୁ ଆଦରି ଦୟନୀୟ ଭାବେ ଜୀବନ ଜାପନ କରୁଥିବା ଦେଖା ଦେଇଛି । ଚଳିତ ବର୍ଷ ମଧ୍ୟ ପୋଳ ନିର୍ମାଣ ନହେବା ରୁ ସ୍ଥାନୀୟ ଗ୍ରାମବାସୀ ପାଳିଆ ଭାବେ ଶ୍ରମଦାନ କରି ନାଳ ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣ କରୁଥିବା ଦେଖାଯାଇଛି । ଗୁରୁତ୍ତୋପୂଣ୍ଣ କଥା ହେଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ଠାରୁ ମାତ୍ର ୪ କି.ମି. ଦୂରତା ରେ ଏହି ଗ୍ରାମଟି  ରହିଥିଲେ ମଧ୍ୟ ବର୍ଷା ଦିନ ହେଲେ ନାଳ ରେ ୫ ରୁ ୧୦ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବା ଯୋଗୁଁ ଗମନା ଗମନ ଠପ ହୋଇଯିବାରୁ ଗ୍ରାମବାସୀ ମାନେ  ଅନେକ ସମୟରେ ବାହ୍ୟ ଜଗତରୁ ସମ୍ପୁଣ୍ଣ ରୂପେ ବିଛିନ୍ନ ହୋଇ ଏକ ପ୍ରକାର ଜଳ ବନ୍ଧି ଜୀବନଜାପନ କରିଥାନ୍ତି । ସବୁଠାରୁ ଦୁଃଖର କଥା ହେଲା ଏହି ସମୟରେ ଯାତାୟାତ ରେ ସମସ୍ୟା ଯୋଗୁଁ ପୁରୁଣାକଟକ ସ୍ଥିତ ସ୍କୁଲ ଓ କଲେଜ ରେ ପାଠ ପଢୁଥିବା ଗ୍ରାମର ଛାତ୍ରଛାତ୍ରୀ ପାଠପଢା ରୁ ବଞ୍ଚିତ ହୋଇ ଘରେ ରହିବାକୁ ପଡିଥାଏ । ଏପରିକି ଗ୍ରାମର କୌଣସି ଲୋକଙ୍କର ଦେହପା ଅସୁସ୍ଥ କିମ୍ବା ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ଅଥବା ଘରପୋଡି ଭଳି ସ୍ତିତି ଦେଖାଦେଲେ ସେଠାକୁ ଜରୁରୀ କାଳିନ ସେବା ପାଇଁ ଆମ୍ବୁଲାସ୍ କିମ୍ବା ଅଗ୍ନିସମ ଗାଡି ଜିବାକୁ ସମ୍ଭବପର ହେଉନଥିବାରୁ ବିଭିନ୍ନ ସମୟରେ ଲୋକେ ମୌଳିକ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ତେବେ ବିଭିନ୍ନ ସମୟରେ ଏହି ଲକ୍ଷ୍ମୀ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରି ଆସୁଥିଲେ ବି ପ୍ରଶାସନ ଖାଲି ମିଥ୍ୟା ପ୍ରତୁସୃତି ଦେଉ ଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅବଶ୍ୟକ ପଦକ୍ଷପ ନେବାକୁ ଦାବି ହେଉଛି ।

0
0
0
s2sdefault