ହେଡଲାଇନସ୍:

ପ୍ରଶାସନ ଥାଇ ତେବେ କାହାର, ଯଦି ଲୋକ ପିଇବେ ଜହର !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ (ସୁମନ୍ ଲଉରିଆ) ;ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ମହକୁମା ବାଣୀଭୁଷଣପୁର ପଞ୍ଚାୟତର ଗୁଣ୍ଡୁରିବିଡା ଗ୍ରାମରେ ବସବାସ କରୁଛନ୍ତି ୭୦ଟି ପରିବାର ପ୍ରାୟ ପାଖା ପାଖି ୩୦୦ ସଦସ୍ୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୪ କିଲୋମିଟର ଦୁରରେ ଅବସ୍ଥିତ ଏହି ଗ୍ରାମଟି । ପାଖରେ ଥିବା ଜଙ୍ଗଲର ଶାନ୍ତ ପରିବେଷରେ ଜୀବନ ଅତିବାହିତ କରୁଥିବା ଏହି ଗ୍ରାମବାସୀଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି ବିଶୁଦ୍ଧ ପାନୀୟ ଜଳ ସମସ୍ୟା । ଗ୍ରାମରେ ରହିଥିବା ଲୋକଙ୍କ ସକାଶେ ପାନୀୟ ଜଳର ସୁବିଧା ଯୋଗାଇ ଦେବାପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ଦୁଇଟି ନଳକୁଅ  ହେଲେ ନଳକୁଅ ଖୋଳାଇବାର କିଛି ମାସ ପରେ ଦୁଇଟି ତକ ନଳକୁଅରୁ ବାହାରୁଛି ନାଲି ରଙ୍ଗର ଫ୍ଲୋରାଇଡ୍ ମିଶ୍ରିତ ପାଣି । ସେହି ପାଣି ବ୍ୟବହାର କରି ଗତ ୨ ବର୍ଷ ମଧ୍ୟରେ ଗ୍ରାମର ପୁରନ୍ଦର ପ୍ରଧାନ , କିଶୋରି ପ୍ରଧାନ , ଲକ୍ଷ୍ମଣ ନାଏକ ୩ ଜଣ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅସମୟରେ ମୃତ୍ୟୁ ବରଣ କରିସାରିଲେଣି ।ଏଥିସହ ସଂମ୍ପତି ହେମନ୍ତ କଅଁର ଓ ମୃତ ଲକ୍ଷବଚ୍ଚ ନାଏକ ଙ୍କ ୯ ବର୍ଷର ଝିଅ ଜେମା ନାଏକ ନାମକ ୨ ଜଣ ଏହି ଦୁରାରୋଗରେ ପିଡିତ ହୋଇ ଚିକିସôାଧିନ ଅବସ୍ଥାରେ ବଂଚିବା ସଂର୍ଘସ କରୁଥିବା ଜଣାଯାଇଛି । କିଡନୀ ରୋଗକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅଜଣା ଭୟର ଆତଙ୍କ ଲାଗି ରହିଥିଲେ ମଧ୍ୟ ପାନୀୟ ଜଳର ଅନ୍ୟ କୌଣସି ବିକଳ୍ପ ନଥିବାରୁ ନଳକୁଅ ରୁ ବାହାରୁଥିବା ଏହି ନାଲି ପାଣିକୁ ଛାଣି ଶୋଷ ମେଣ୍ଟାଇବାକୁ ବାଧ୍ୟ ବାଧକତାରେ ଏହି ପାଣି ପିଉଥିବା ଭଳି ଅଭାବନିୟ ନଜୀର ଦେଖିବାକୁ ମିଳିଛି ଗୁଣ୍ଡରିବିଡା ଗ୍ରାମରେ । ଏପରିକି କିଛି ପରିବାର ପ୍ରାଣ ସୁରକ୍ଷିତ ରଖିବା ପାଇଁ ନଳକୁଅ ପରିବର୍ତେ ଗ୍ରାମର ଏକ ପୁରୁଣା ପରିତ୍ୟକ୍ତ କୁଅର ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ହେଲେ ଗ୍ରୀଷ୍ମ ରୁତୁରେ ଅଧିକ ଖରା ହେଲେ କୁଅ ପାଣି ଶୁଖି ଯାଉଥିବାରୁ ପୁଣି ବାଧ୍ୟ ହୋଇ ସେମାନେ ନଳକୁଅ ର ପାଣି ବ୍ୟବହାର କରିଥାନ୍ତି ବୋଲି ଗ୍ରାମର ବସୁଦେବ ପ୍ରଧାନ , ପବିତ୍ର ପ୍ରଧାନ , ରଶାନନ୍ଦ ମଲିକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମସ୍ୟା ସମ୍ପର୍କରେ ସେମାନେ ପୁର୍ବରୁ ବହୁବାର ସ୍ଥାନୀୟ , ସରପଞ୍ଚ , ବିଡିଓ ଙ୍କୁ ଅବଗତ କରାଇ ସ୍ଥାୟୀ ପ୍ରତିକାର ସକାଶେ ଗୁହାରୀ କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଙ୍କ କହିବାନୁଯାଇ ବ୍ଲକର ସଦର ମହକୁମା ପଞ୍ଚାୟତର ନିକଟରେ ଥାଇ ଯଦି ସେମାନଙ୍କୁ ବିଶୁଦ୍ଧ ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ଅଧିକାର ରୁ ବଂଚିତ ହେବାକୁ ପଡୁଛି ତାହେଲେ କୌଣସି ଉପାନ୍ତ କିମ୍ବା ଆଭ୍ୟନ୍ତରିଣ ଅଂଚଳରେ ରହୁଥିଲେ ଆମକୁ ସରକାର କଣ ଦୃଷ୍ଟି ଦେଇଥାନ୍ତେ ବୋଲି ସ୍ଥାନିୟ ବାସିନ୍ଧା ଗଣମାଧ୍ୟମ ଆଗରେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।   

0
0
0
s2sdefault