ହେଡଲାଇନସ୍:

  ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଜିଲ୍ଲାସ୍ତରୀୟ ଯୋଗ ତାଲିମ ଶିବିର ଉଦଯାପିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର(ସନ୍ତୋଷ କୁମାର ଠାକୁର)- ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ, ଓଡିଶା ମାଧ୍ୟମିକ ଶିକ୍ଷା  ମିଶନ  ନିର୍ଦ୍ଦେଶରେ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ଟିଟିଲାଗଡର ମାହେଶ୍ୱରୀ ହିନ୍ଦୀ ହାଇସ୍କୁଲ, ପାଟଣାଗଡର ରମାଇ ହାଇସ୍କୁଲ ଠାରେ ଗତ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ  ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଯୋଗ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥ ରହିବାକୁ ହେଲେ ପ୍ରତ୍ୟେକ ମଣିଷ ଯୋଗାଭ୍ୟାସ କରିବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥାକୁ ଶୃଙ୍ଖଳା ପ୍ରଦାନ କରିବା ଦିଗରେ ଯୋଗ ହିଁ ଉଚିତ୍ ଭୂମୀକା ଗ୍ରହଣ କରିଥାଏ ବୋଲିି ନିଜ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  କ୍ରୀଡା ଶିକ୍ଷୟିତ୍ରୀ କସ୍ତୁରୀ ରଥ । ସାଧନକର୍ମୀ ଭାବେ ମୋହନ ସାହୁ, ନମିତା ମହାକୁର,  ବିନୋଦ ମହାପାତ୍ର, ସନ୍ତୋଷ ମେହେର, ଦନାର୍ଦ୍ଧନ ସାହୁ, ରାଜେନ୍ଦ୍ର ସେଠ ପ୍ରମୁଖ ଯୋଗ ଦେଇଥିଲେ । ପାଞ୍ଚ ଦିନ ଧରି ଚାଲିଥିବା ଏହି ଯୋଗ ପ୍ରଶିକ୍ଷଣ ଶିବିରରେ ସୂର୍ଯ୍ୟ ନମସ୍କାର, ଅଷ୍ଟାଙ୍ଗ ଯୋଗ, ପ୍ରାଣାୟାମ, ଧ୍ୟାନ, ଯୋଗ ର ଇତିହାସ, ଯୋଗର ବିଭିନ୍ନ ଆସନ, ଯୋଗ ଅଲମ୍ପିଆଡ ଏବଂ ସ୍କୁଲ ଗେମ୍ ଫେଡେରେସନ ଅଫ ଇଣ୍ଡିଆର ଯୋଗ ନିୟମ କାନୁନ୍  ସମ୍ବନ୍ଧରେ ତାଲିମ୍ ଦିଆଯାଇଥିଲା । ପାଟଣାଗଡ ଠାରେ କ୍ରୀଡା ଶିକ୍ଷକ ବସନ୍ତ ମେହେର, ଟିଟିଲାଗଡ ଠାରେ ଧବଳେଶ୍ୱର ଦଳ ବେହେରା ଏବଂ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଫୁଲ୍ଲ ପଧାନ ଓ ହେମନ୍ତ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୧୪୭ ଜଣ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଏହି ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ । 

0
0
0
s2sdefault