ଫନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଶହୀଦ ଭଗତ ସେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ଲକ୍ଷ ଟଙ୍କା ପ୍ରଦାନ

 ଭଦ୍ରକ (ସତ୍ୟ ଭୂଷଣ ସ୍ୱାମୀ): ରାଜ୍ୟରେ ସାମୁଦ୍ରିକ ଝଡ଼ ଫନି ଅଶେଷ କ୍ଷୟକ୍ଷତି କରିଥିବା ବେଳେ ଏବେବି ଦୁର୍ଦ୍ଧଶା ଭିତରେ ବାତ୍ୟା ବିପନ୍ନମାନେ ରହିଛନ୍ତି । ଏହି ବିପନ୍ନ ମାନଙ୍କ ପାଇଁ ଆଜି ଭଦ୍ରକର ଅଗ୍ରଣୀ ସାମାଜିକ ସଂଗଠନ ଶହୀଦ ଭଗତ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନଗଦ ୩ଲକ୍ଷ ଟଙ୍କାର ଏକ ଚେକ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଶହୀଦ ଭଗତ ସେନାର ଆବାହାକ ସୀତାଂଶୁ ଶେଖର ମହାପାତ୍ର ବାତ୍ୟା ବିପନକନଙ୍କ ଉଦେ୍ଧଶ୍ୟରେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । ସାମାଜିକ ସଂଗଠନ ପକ୍ଷରୁ ପ୍ରଥମ କରି ବିପନ୍ନଙ୍କୁ ଆର୍ଥିକ ସହାୟତା ଦେବାକୁ ନେଇ ବିଭିନ୍ନ ମହଲରେ ଭଗତ ସେନା ପରିବାରକୁ ଉଚ୍ଚ ପ୍ରଶଂସା କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ୨ବର୍ଷ ହେବ  ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ -ରକ୍ତଦାନ, ବୃକ୍ଷରୋପଣ, ଜଳଛତ୍ର, ଦୁର୍ଘଟଣାଗ୍ରସ୍ତ ତଥା ଅସହାୟ ରୋଗୀଙ୍କୁ ଆର୍ଥôକ ସହାୟତା ଦେବା ସାଙ୍ଗକୁ ଶହୀଦ ପରିବାରକୁ ସମ୍ମାନ ଯୋଗାଇ ଶହୀଦ ଭଗତ ସେନା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । 

0
0
0
s2sdefault