ହେଡଲାଇନସ୍:

ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ସରକାରଙ୍କ ପ୍ରାଣମୂର୍ଛା ଉଦ୍ୟମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାତ୍ୟା ଫନୀ: ରିଲିଫ୍ ଓ ପୁନଃନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ 

ଭୁବନେଶ୍ୱର : "ଫନୀ' ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ସୁଧାର ଆଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ସବୁମତେ ଉଦ୍ୟମ ଅବ୍ୟାହତ ରହିଛିା କ୍ଷତିଗ୍ରସ୍ତ ଅଞ୍ଚଳରେ ପ୍ରଭାବିତ ଲୋକମାନଙ୍କୁ ରିଲିଫ୍ ସହାୟତା ପ୍ରଦାନ ସହ ସ୍ୱାସ୍ଥ୍ୟସେବା, ବିଦ୍ୟୁତ  ସେବା, ପାନୀୟ ଜଳଯୋଗାଣ ବ୍ୟବସ୍ଥା ପୁନଃକାର୍ଯ୍ୟକ୍ଷମ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ହୋଇଛିା ସମସ୍ତ ପୌରାଞ୍ଚଳରେ ଶତପ୍ରତିଶତ ପାନୀୟ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛିା ଗ୍ରାମାଞ୍ଚଳରେ ପାଇପ ଜଳଯୋଗାଣ ବ୍ୟବସ୍ଥା ପୁନଃକାର୍ଯ୍ୟକ୍ଷମ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ ହୋଇପାରିଛିା ବିଭିନ୍ନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ତଦନୁଯାୟୀ ପୁନନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି |

ଗୃହ ଓ ନଗର ଉନ୍ନୟନ ବିଭାଗର କ୍ଷୟକ୍ଷତି ହୋଇଛି ବ୍ୟାପକ

ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ୧୩ଟି ଜିଲ୍ଲାର ୫୪ଟି ପୌରାଞ୍ଚଳରେ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇଛିା ୨୨ଟି ପୌରାଞ୍ଚଳରେ ଥିବା ୨୭ଟି ଆହାର କେନ୍ଦ୍ର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛିା ଆହାର କେନ୍ଦ୍ର ପାଇଁ କେନ୍ଦ୍ରୀୟ ପାକଶାଳାର ବ୍ୟାପକ କ୍ଷୟକ୍ଷତି ହୋଇଛିା ଏହା ସତ୍ତେ୍ୱ ଆସନ୍ତାକାଲିଠାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ଆହାର କେନ୍ଦ୍ରଗୁଡ଼ିକରେ ପୂର୍ବପରି ରନ୍ଧାଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯାଉଛିା ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଥିବା ପ୍ରାୟ ୨୯୧.୧୨୪ କିମି ଡ୍ରେନ୍ କ୍ଷତିଗ୍ରସ୍ତ ହୋଇଛି ଯାହାର ମରାମତି ପାଇଁ ୨୯.୬୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛିା ସେହିପରି ୭୫୦.୪୪୦ କିମି ରାସ୍ତା ନଷ୍ଟ ହୋଇଥିବା ବାବଦରେ ୧୬୨.୭୬ କୋଟି, ୨୬୭ଟି କଲଭର୍ଟ ବାବଦରେ ୯.୦୬ କୋଟି, ସ୍ୱରେଜ, ଏସ୍ଟିପି ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ୧୩୬.୪୬ କୋଟି, ଜଳଯୋଗାଣ ପାଇଁ ୧୨୪.୧୩ କୋଟି, ଆହାର କେନ୍ଦ୍ର ପାଇଁ ୧୬.୨୦ କୋଟି, ବିଏମ୍ସି, ସିଏମ୍ସି, ବ୍ରହ୍ମପୁର ମହାନଗର ନିଗମର ରାସ୍ତା ଆଲୋକ ପାଇଁ ୧୭.୦୮ କୋଟି, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରାସ୍ତା ଆଲୋକ ପାଇଁ ୨୯.୦୨କୋଟି ଟଙ୍କା ଆବଶ୍ୟକ ହେବା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମସ୍ତ ମରାମତି କାର୍ଯ୍ୟ ପାଇଁ ମୋଟ ୫୨୪.୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛିା 

ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା ହେଉଛି ସୁବ୍ୟବସ୍ଥିତ

ବାତ୍ୟା ଫନୀ ଦ୍ୱାରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ସମୁଦାୟ ୨୩୬୪ଟି ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୮୨ଟିକୁ ସଂପୂର୍ଣ କାର୍ଯ୍ୟକ୍ଷମ କରାଯାଇପାରିଛିା ଭଦ୍ରକ, କେନ୍ଦ୍ରାପଡ଼ା ଯାଜପୁର, ଜଗତସିଂହପୁର, କଟକ ଜିଲ୍ଲାରେ ଶତପ୍ରତିଶତ ଜଳଯୋଗାଣ ସ୍ୱାଭାବିକ ହୋଇଛିା ଅତ୍ୟଧ#କ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା ଜିଲ୍ଲାର ଜଳଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଅଗ୍ରାଧିକାର ଦିଆଯାଇଛିା ଗତକାଲି ସୁଦ୍ଧା ଖୋର୍ଦ୍ଧାରେ ୩୯୩ଟି ଗ୍ରାମୀଣ ପାଇପ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଜି ଆଉ ୩୩ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଯୋଗୁଁ ସମସ୍ତ ୪୨୬ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଶତପ୍ରତିଶତ ଜଳଯୋଗାଣ ସମ୍ଭବ ହୋଇପାରିଛିା ସେହିପରି ପୁରୀରେ ୨୭୫ଟି ପାଇପ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ସହ ୯୪ ପ୍ରତିଶତ ସଫଳତା ହାସଲ ହୋଇଛିା ପାନୀୟ ଜଳ ସଂପର୍କିତ ଅଭିଯୋଗର ଶୁଣାଣି ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କଲ୍ ସେଣ୍ଟର ନଂ-୧୯୧୬ କାର୍ଯ୍ୟ କରୁଛିା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକଳ୍ପଗୁଡ଼ିକର ମରାମତି କରାଯାଇ ଆଜି ସୁଦ୍ଧା ସମସ୍ତ ଅଞ୍ଚଳକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଇଦେବା ପାଇଁ ଉଦ୍ୟମ ଜାରି ରହିଛିା

ସହରାଞ୍ଚଳ ପାନୀୟ ଜଳଯୋଗାଣ ପ୍ରକ୍ରିୟା ହେଉଛି ସ୍ୱାଭାବିକ

ଆଜିର ଗଣମାଧ୍ୟମକୁ ସୂଚନା ପ୍ରଦାନ ସମୟରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରକାଶ କରିଥିଲେ ଯେ, ବାତ୍ୟା ସୂଚନା ମିଳିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ଜଳଯୋଗାଣ ପାଇଁ ସମସ୍ତ ପଦକ୍ଷେପନିଆଯାଇଥିଲାା ସମସ୍ତ ପୌରାଞ୍ଚଳର ଜଳଯୋଗାଣ ପ୍ରକଳ୍ପଗୁଡ଼ିକରେ ଭୂତଳ ଓ ଓଭରହେଡ୍ ଟ୍ୟାଙ୍କ ଏବଂ ପିଭିସି ଟ୍ୟାଙ୍କରେ ଜଳ ପରିପୂର୍ଣ କରି ରଖାଯିବା ସହ ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡିଜି ଜେନ୍ସେଟ୍ ମଧ୍ୟ ପ୍ରସ୍ତୁତ ରହିଥିଲାା ସେଥିଯୋଗୁଁ ବାତ୍ୟା ଦିନ ସନ୍ଧ୍ୟାଠାରୁ ପ୍ରଭାବିତ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିଥିଲାା ବାତ୍ୟା ପ୍ରଭାବିତ ସମସ୍ତ ପୌରାଞ୍ଚଳରେ ଶତପ୍ରତିଶତ ଜଳଯୋଗାଣ ହୋଇପାରିଛିା ବାତ୍ୟା ପରବର୍ତ୍ତୀ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୫୦୦୦ ସଫେଇ କର୍ମଚାରୀ, ୬୦୦ ଅଧିକାରୀଙ୍କୁ ନିୟୋଜିତ କରାଯିବ ସହ ୯୪୩ଟି ଜେସିବି/ଟ୍ରାକ୍ଟର  ବ୍ୟବହାର କରାଯାଇଥିଲାା ଭୁବନେଶ୍ୱର ମହାନଗର ନିଗମରେ ୪୯୦୦ଟ୍ରିପ  ଏବଂ କଟକ ମହାନଗର ନିଗମରେ ୧୩୦୦୦ ଟ୍ରିପ  ଆବର୍ଜନା ସ୍ଥାନାନ୍ତରିତ କରାଯାଇଥିବାବେଳେ ପୁରୀ ସହରକୁ ସଂପୂର୍ଣ ଆବର୍ଜନାମୁକ୍ତ କରାଯାଇପାରିଛିା

ଟେଲି ଯୋଗାଯୋଗ ସେବାରେ ପ୍ରତିଦିନ ଉନ୍ନତି

ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ନିରନ୍ତର ଉଦ୍ୟମ କ୍ରମେ ଟେଲିଯୋଗାଯୋଗ ଓ ମୋବାଇଲ୍ ସେବାରେ ପ୍ରତିଦିନ ଉନ୍ନତି ଘଟୁଛିା ଖୋର୍ଦ୍ଧା ଜିଲ୍ଲାରେ ୫୭ ପ୍ରତିଶତରୁ ବୃଦ୍ଧିପାଇ ୬୫ ପ୍ରତିଶତ ମୋବାଇଲ୍ ଟାଓ୍ୱାର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ପୁରୀ ଜିଲ୍ଲାର ୪୨ ପ୍ରତିଶତ ଓ କଟକ ଜିଲ୍ଲାର ୮୧ ପ୍ରତିଶତ ମୋବାଇଲ୍ ଟାଓ୍ୱାର କାର୍ଯ୍ୟକ୍ଷମ ହୋଇଛିା ସେହିପରି ଭୁବନେଶ୍ୱର ସହରରେ ୭୨%, ପୁରୀ ସହରରେ ୩୩% ଓ କଟକ ସହରରେ ୮୨% ମୋବାଇଲ ଟାଓ୍ୱାର କାର୍ଯ୍ୟକ୍ଷମ ହୋଇଛିା ଏୟାରଟେଲ୍ ପକ୍ଷରୁ ପୁରୀ ବଡ଼ଦାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସ୍ୱର୍ଗଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଗୋଟିଏ ଲେଖାଏଁ ସେଲ୍ ଅନ୍ ହୁଇଲ୍(କାଓ) କାର୍ଯ୍ୟ କରୁଥିବାବେଳେ ଗତକାଲିଠାରୁ ଚକ୍ରତୀର୍ଥ ରୋଡ୍, ବସଷ୍ଟାଣ୍ଡ, ସର୍ବୋଦୟନଗର-ରେଲ୍ଓ୍ୱ ଷ୍ଟେସନ ଠାରେ  ଏହି ସେବା ମିଳୁଛିା ସେହିପରି ଜିଓ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ମେଡିକାଲ୍ ଛକଠାରେ ଗୋଟିଏ ଲେଖାଏଁ ସେଲ୍ ଅନ୍ ହୁଇଲ୍ କାର୍ଯ୍ୟ କରୁଥିବାବେଳେ ଗତକାଲି ରେଲ୍ୱେ  ଷ୍ଟେସନରେ  ଏହି ସେବା ଉପଲବ୍ଧ ହେଉଛିା ପୁରୀ ଶ୍ରୀମନ୍ଦିରଠାରେ ଭୋଡାଫୋନର ଟାଓ୍ୱାର ଅବସ୍ଥାପିତ କରାଯାଇ କାର୍ଯ୍ୟକ୍ଷମ ହୋଇଛିା ଖୋର୍ଦ୍ଧାର ୯୯ଟି ବିଏସ୍ଏନ୍ଏଲ୍ ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୯୨ଟି କାର୍ଯ୍ୟକ୍ଷମ କରାଯାଇଛିା ପୁରୀର ୪୧ଟି ବିଏସ୍ଏନ୍ଏଲ୍ ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୨୯ଟି ଏବଂ କଟକର ସମସ୍ତ ୭୭ଟି ଏକ୍ସଚେଞ୍ଜ କାର୍ଯ୍ୟ କରୁଛିା ଉପଭୋକ୍ତାମାନେ ନିଜ ମୋବାଇଲରୁ ଇଣ୍ଟ୍ରା ସର୍କଲ ରୋମିଂ (ଆଇସିଆର୍) ମାଧ୍ୟମରେ ଯେକୌଣସି ମୋବାଇଲ ପ୍ରୋଭାଇଡରର ସେବା ନେଇପାରୁଛନ୍ତିା ବାତ୍ୟା ପରେ ଆଜି ସୁଦ୍ଧା ୧ ଲକ୍ଷ ଉପଭୋକ୍ତା ଇଣ୍ଟ୍ରା ସର୍କଲ ରୋମିଂ ସୁବିଧା ନେଇଛନ୍ତି ଏବଂ ଦୈନିକ ପ୍ରାୟ ୨୫ ଲକ୍ଷ ହିସାବରେ ୧୧ ତାରିଖ ସୁଦ୍ଧା ୨ କୋଟି ନିଃଶୁଳ୍କ ଏସ୍ଏମ୍ଏସ୍ ସେବା ପାଇପାରିଛନ୍ତିା ଏହି ବ୍ୟବସ୍ଥାକୁ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛିା ସୂଚନାଯୋଗ୍ୟ ଯେ ଗତକାଲି ଭାରତ ସରକାରଙ୍କ ଶକ୍ତି ଓ ଦୂରସଂଚାର ସଚିବ ଓ ଅତିରିକ୍ତ ସଚିବ(ଟେଲିକମ୍) ଭୁବନେଶ୍ୱର ଓ ପୁରୀଠାରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ସଂପର୍କରେ ଆକଳନ ପରିପ୍ରେକ୍ଷୀରେ ଓଡ଼ିଶାରେ ଟେଲିକମ୍ ଏବଂ ବିଦୁ୍ୟତ ଭିତ୍ତିଭୂମିଗୁଡ଼ିକ କିପରି ବିପର୍ଯ୍ୟୟ ପ୍ରତିରୋଧୀ ହୋଇପାରିବ ସେଥି ପ୍ରତି ଦୃଷ୍ଟି ଦେଇ ଭୂତଳ କେବୁଲ ବ୍ୟବସ୍ଥା ଓ ବାତ୍ୟା ନିରୋଧକ ଟାଓ୍ୱାର ସଂସ୍ଥାପନ କରିବାକୁ ଗୁରୁତ୍ୱାରୋପ କରିଛନ୍ତିା ବ୍ୟାଙ୍କିଂ ସେବା ହେଉଛି ସ୍ୱାଭାବିକ  ଆଜି ସୁଦ୍ଧା ପୁରୀରେ ୭୯.୭୩ ପ୍ରତିଶତ, ଖୋର୍ଦ୍ଧାରେ ୯୭.୨୬ ପ୍ରତିଶତ, କଟକରେ ୯୮.୭୩ ପ୍ରତିଶତ, ଜଗତସିଂହପୁରରେ ୯୬.୩୪, ଗଞ୍ଜାମରେ ୯୯.୫୩ ଏବଂ କେନ୍ଦ୍ରାପଡ଼ାରେ ୯୮.୫୫ ପ୍ରତିଶତ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇଛିା ପୁରୀରେ ୨୨.୧୮%, ଖୋର୍ଦ୍ଧାରେ ୫୫.୦୭%, କଟକରେ ୬୨.୮୯%, ଜଗତସିଂହପୁରରେ ୬୬.୧୪%, ଗଞ୍ଜାମରେ ୯୫.୯୮% ଏବଂ କେନ୍ଦ୍ରାପଡ଼ାରେ ୭୬.୦୨% ଏଟିଏମ୍ କାର୍ଯ୍ୟକ୍ଷମ ହୋଇଛିା

ରିଲିଫ୍ ସହାୟତା ଆର୍ଥିକ ସହାୟତା ପ୍ରଦାନ  ହୋଇଛି ତ୍ୱରାନ୍ୱିତ

ନଗଦ ଅର୍ଥ ଆକାରରେ ପୁରୀ ଜିଲ୍ଲାରେ ୮୪%, ଖୋର୍ଦ୍ଧା ଜିଲ୍ଲାରେ ୯୦%, ଜଗତସିଂହପୁର ଜିଲ୍ଲାରେ ୯୪%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫.୫%, କଟକ ଜିଲ୍ଲାରେ ୯୦%, ଭୁବନେଶ୍ୱର ମହାନଗର ନଗମ ଅଞ୍ଚଳରେ ୮୪% ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛିା ୧୭ ଲକ୍ଷ ୯୨ ହଜାର ୧୨୫ ଜଣ କ୍ଷତିଗ୍ରସ୍ତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୬ ଲକ୍ଷ ୧୦ ହଜାର ୯୬୮ ଜଣଙ୍କୁ ରିଲିଫ୍ ବିତରଣ କରାଯାଇଛିା ସେହପରି ୧୫ ଲକ୍ଷ ୪୪ ହଜାର ୦୦୭ ହିତାଧିକାରୀଙ୍କୁ ଏଯାବତ୍ ରିଲିଫ୍ ଚାଉଳ ଯୋଗାଇ ଦିଆଯାଇଛିା ପୁରୀ ଜିଲ୍ଲାରେ ୯୬%, ଜଗତସିଂହପୁରରେ ୯୮%, କେନ୍ଦ୍ରାପଡ଼ା ଜିଲ୍ଲାରେ ୮୨.୩%, କଟକ ଜିଲ୍ଲାରେ ୯୫%, ବିଏମ୍ସି ଅଞ୍ଚଳରେ ୩୬%, ଖୋର୍ଦ୍ଧା ଜିଲ୍ଲାରେ ୭୪% ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଛିା ଆଜି ସୁଦ୍ଧା ଜଗତସିଂହପୁର, ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ପୁରୀରେ ୭ ଲକ୍ଷ ୫୩ ହଜାର ୩୭୭ ହିତାଧ#କାରୀଙ୍କ ମଧ୍ୟରୁ ୪ ଲ କ୍ଷ ୧୪ ହ ଜାର ୩୦୬ ଜଣ ହିତାଧିକାରୀଙ୍କୁ ପଲିଥିନ ଅଥବା ପଲିଥିନ୍ ବାବଦରେ ଅର୍ଥ ପ୍ରଦାନ କରାଯାଇଛିା

ସ୍ୱାସ୍ଥ୍ୟସେବା : ସବୁପ୍ରକାର ପଦକ୍ଷେପ ସାଙ୍ଗକୁ ସତର୍କତାମୂଳକ ବ୍ୟବସ୍ଥା

 ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁପ୍ରକାର ପଦକ୍ଷେପ ସାଙ୍ଗକୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛିା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ପୁରୀ ଜିଲ୍ଲାର ୬ଟି ଅତ୍ୟଧିକ ପ୍ରଭାବିତ ବ୍ଳକର ବିଭିନ୍ନ ଅଞ୍ଚଳକୁ ଯାଇ ସ୍ୱାସ୍ଥ୍ୟ ପରିସ୍ଥିତି ଅନୁଧ୍ୟାନ କରିଛନ୍ତିା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ବିଜୁଳି ବ୍ୟବସ୍ଥା ପୁନଃକ୍ଷମ ହୋଇଥିଲାବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମତେ ପୁରୀ ଜିଲ୍ଲାର ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଖୋର୍ଦ୍ଧା ଜିଲ୍ଲାର ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୧୦ଟିରେ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଉଛିା ଏବେ ପ୍ରଭାବିତ ଅଞ୍ଚଳରେ ୨୩୩ଟି ମେଡିକାଲ ରିଲିଫ୍ କ୍ୟାମ୍ପ ଓ ୧୪୬ଟି ଭ୍ରାମ୍ୟମାଣ ମେଡିକାଲ୍ ଦଳ କାର୍ଯ୍ୟ କରୁଛନ୍ତିା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଶେଷ ପ୍ରଭାବିତ ୧୮୯ଟି ଗ୍ରାମପଞ୍ଚାୟତରେ ୨୦ ଜଣ ଡାକ୍ତର ଓ ୨୦୦ ସ୍ୱାସ୍ଥ୍ୟକର୍ମୀ ସ୍ୱତନ୍ତ୍ର ଭାବରେ ନିୟୋଜିତ ହୋଇଥିବାବେଳେ ମୋଟ ୭୬ ଜଣ ଡାକ୍ତର ଓ ୩୧୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ କାର୍ଯ୍ୟ କରୁଛନ୍ତିା ସଫେଇ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରତି ଗାଁ କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କା ଯୋଗାଇ ଦିଆଯାଇଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ହଜାରରୁ ଊର୍ଦ୍ଧ ସଫେଇ ଅଭିଯାନ ସଂପନ୍ନ ହୋଇଥିବା ବେଳେ ୬୦୪୭୬ଟି ଖୋଲା ସ୍ଥାନରେ ଥିବା ଜଳଉତ୍ସ ବିଶୋଧନ କରାଯାଇଛିା କୌଣସି ସ୍ଥାନରେ ସଂକ୍ରାମକ ରୋଗ ଦେଖାଦେଇଥିବାର ସୂଚନା ନାହିାଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି |

ବିଦ୍ୟୁତ  ସଂଯୋଗୀକରଣ

କଟକ ସିଡିଡି-୧ ଡିଭିଜନରେ ସମସ୍ତ ୭୧ ହଜାର ୮୬୭ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ  ସଂଯୋଗ ସ୍ୱାଭାବିକ କରାଯାଇଛିା ସିଡିଡି-୨ରେ ପ୍ରାୟ ୭୦ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୪୮ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ  ସଂଯୋଗ ଦିଆଯାଇଛିା କଟକ ସିଇଡିରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୯୫ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୪୫ ହଜାର ୭୮୫ ଉପଭୋକ୍ତାଙ୍କୁ ବିଦ୍ୟୁତ  ସଂଯୋଗ ଦିଆଯାଇଛିା ବିସିଡିଡି-୧ ଅନ୍ତର୍ଗତ ସମସ୍ତ ଉପଭୋକ୍ତାଙ୍କୁ ଆଜି ସୁଦ୍ଧା ବିଦ୍ୟୁତ  ଯୋଗାଇ ଦିଆଯାଇଛିା ବିସିଡିଡି-୨ ଅନ୍ତର୍ଭୁକ୍ତସହରାଞ୍ଚଳର ୯୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୯୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ  ସଂଯୋଗ ଯୋଗାଇ ଦିଆଯାଇଛିା ବିସିଡିଡି-୨ର ଗ୍ରାମୀଣ ଫିଡର ପୁନଃସଂସ୍ଥାପନ କାର୍ଯ୍ୟ ଆସନ୍ତାକାଲି ସୁଦ୍ଧା ଶେଷ ହେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛିା ଏହି ଡିଭିଜନ ଅନ୍ତର୍ଗତ କଳିଙ୍ଗନଗର, ବାରଙ୍ଗ, ଚନ୍ଦକା, ଇନ୍ଫୋସିଟି, ଉତ୍ତରା, ଏସ୍ବିଆଇ କଲୋନୀକୁ ଦୁଇଦିନ ମଧ୍ୟରେ ବିଦୁ୍ୟତ ସଂଯୋଗ ଯୋଗାଇ ଦିଆଯିବାକୁ ଦ୍ରୁତଗତିରେ କାର୍ଯ୍ୟ ଚାଲିଛିା ବିଇଡି ଅଞ୍ଚଳରେ ଆଜି ସୁଦ୍ଧା ଆଉ ଅଧିକ ୩ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ  ପୁନଃସଂଯୋଗ କରାଯାଇଛିା ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଚାରକୁ ନେଲେ ପ୍ରଭାବିତ କଟକ ଜିଲ୍ଲାରେ ୭୩ ପ୍ରତିଶତ ଉପଭୋକ୍ତାଙ୍କୁ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୭୦ ପ୍ରତିଶତ ଉପଭୋକ୍ତାଙ୍କୁ ବିଦୁ୍ୟତ ପୁନଃସଂଯୋଗ କରାଯାଇଛିା ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ସହର ତଥା ଜିଲ୍ଲାରେ ପ୍ରଭାବିତ ୨୯ ଲକ୍ଷ ୧ ହଜାର ୧୭୧ ଉପଭୋକ୍ତାଙ୍କୁ ବିଦ୍ୟୁତ  ସଂଯୋଗ ଯୋଗାଇବା ପାଇଁ ୫୨୪ ଗ୍ୟାଙ୍ଗଙ୍କୁ ନିୟୋଜିତ କରାଯାଇଛିା ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛିା ପୁରୀରେ ୧୫ ତାରିଖରୁ ବିଦ୍ୟୁତ  ସଂଯୋଗ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରହିଛିା ପୁରୀକୁ ଯାଇଥିବା ୨୨୦ କେଭିର ୭୫ଟି ଟାଓ୍ୱାର କ୍ଷତିଗ୍ରସ୍ତ ହୋଇଛିା ଏହାକୁ ପୁନର୍କ୍ଷମ କରାଯବା ପାଇଁ ପିଜିସିଆଇକୁ ଦାୟିତ୍ୱ ଦିଆଯାଇଛିା ଚନ୍ଦକା-ପୁରୀ ରାସ୍ତାରେ ଗୋଟିଏ ୧୩୨ କେଭି ଟାଓ୍ୱାର ନଷ୍ଟ ହୋଇଛି ଯାହାକୁ ଇଆର୍ଏସ୍ ଜରିଆରେ ପୁନଃସଂସ୍ଥାପନ କାର୍ଯ୍ୟ ଚାଲିଛିା ଖୋର୍ଦ୍ଧା-ପୁରୀ ଲାଇନ୍ରେ ୩୦ଟି ୧୩୨ କେଭି ଟାଓ୍ୱାର କ୍ଷତିଗ୍ରସ୍ତ ହୋଇଛିା ଏହିସବୁର ମରାମତି କାର୍ଯ୍ୟରେ ୪୫ଟି ଗ୍ୟାଙ୍ଗ୍ ଦିନରାତି କାମ କରୁଛନ୍ତିା ଜଳମଗ୍ନ ଅଞ୍ଚଳରେ କେତୋଟି ଟାଓ୍ୱାର ରହିଯାଇଥ#ବାରୁ କାର୍ଯ୍ୟରେ ବାଧା ଉପୁଜୁଥିଲେ ମଧ୍ୟ ଏହାକୁ ପୁନସଂସ୍ଥାନ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛିା

ଦକ୍ଷତା ବିକାଶ ବିଭାଗରେ କ୍ଷତି ୩୦ କୋଟିରୁ ଉର୍ଧ୍ଵ :୬୩୩ ଜଣ ଆଇଟିଆଇ ପ୍ରଶିକ୍ଷାର୍ଥୀ ୪୦ଟି ଟିମରେ ଲୋକଙ୍କୁ ଦେଉଛନ୍ତି ସେବା 

ବାତ୍ୟା ପ୍ରଭାବରେ ରାଜ୍ୟର ୧୪ଟି ପ୍ରଭାବିତ ଜିଲ୍ଲାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସରକାରୀ ଆଇ.ଟି.ଆଇ, ଇଞ୍ଜିନୟରିଂ ସ୍କୁଲ/ପଲିଟେକନିକ୍ସ୍, ସରକାରୀ ଇଂଞ୍ଜିନିୟରିଂ କଲେଜ ଓ ନିୟୋଜନ ନିର୍ଦ୍ଦେଶାଳୟ/ଜିଲ୍ଲା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ/ଦକ୍ଷତା ବିକାଶ କେନ୍ଦ୍ରର ବହୁ କ୍ଷତି ଘଟିଛି । ୨୨ଟି ସରକାରୀ ଆଇ.ଟି.ଆଇ, ୧୮ଟି ସରକାରୀ ପଲିଟେକ୍ନିକ୍/ ଇଞ୍ଜିନୟରିଂ ସ୍କୁଲ, ୪ଟି ସରକାରୀ ଇଞ୍ଜିନୟରିଂ/ ମ୍ୟାନେଜ୍ମେଣ୍ଟ କଲେଜ୍, ରାଜ୍ୟ ନିୟୋଜନ ନିର୍ଦ୍ଦେଶାଳୟ, ଜିଲ୍ଲା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ, ୫ଟି ଦକ୍ଷତା ବିକାଶ କେନ୍ଦ୍ର ଏହିପରି ଭାବେ ସମୁଦାୟ ୫୧ଟି ଅନୁଷ୍ଠାନ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । ଏସବୁ ପୁନଃନିର୍ମାଣ ନିମନ୍ତେ ୩୦ କୋଟି ୫୭ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ବାଲେଶ୍ୱର, ଭଦ୍ରକ, କଟକ, ଢେ଼ଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ ଅବସ୍ଥିତ ୨୨ଟି ସରକାରୀ ଆଇ.ଟି.ଆଇର କ୍ଷୟକ୍ଷତି ପୁନଃଭରଣା ବାବଦରେ ୨୫ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ସେହିପରି ଖୋର୍ଦ୍ଧା, କଟକ, ଗଞ୍ଜାମ ଜିଲ୍ଲାର ୪ଟି ସରକାରୀ ଇଞ୍ଜିନିୟରିଂ କଲେଜ ପୁନର୍ଗଠନ ନିମନ୍ତେ ୩ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ଅଟକଳ କରାଯାଇଛି । ଭୁବନେଶ୍ୱରସ୍ଥ ରାଜ୍ୟ ନିୟୋଜନ ନିର୍ଦ୍ଦେଶାଳୟର ପୁନଃନିର୍ମାଣ ନିମନ୍ତେ ୫୦ ଲକ୍ଷ, ଜଗତସିଂହପୁର ଜିଲ୍ଲା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ପାଇଁ ୧୦ ଲକ୍ଷ ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକ ( ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ପୁରୀ, ବେଗୁନିଆ) ନିମନ୍ତେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରଯାଇଛି ।  ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀମାନେ ଭୁବନେଶ୍ୱର ଓ କଟକ ସହରରେ ଘରକୁ ଘର ଯାଇ ମରାମତି କାର୍ଯ୍ୟ ନିମନ୍ତେ ହାତ ବଢ଼ାଇଛନ୍ତିା ଆଜି ସୁଦ୍ଧା ୬୩୩ ଜଣ ଆଇଟିଆଇ ପ୍ରଶିକ୍ଷାର୍ଥୀ ୪୦ଟି ଟିମରେ  ବିଭକ୍ତ ହୋଇ ଭୁବନେଶ୍ୱରର ୨୭ଟି ଅଞ୍ଚଳରେ ଏବଂ ୨୫ଟି ଟିମ୍ କଟକର ୨୩ଟି ଅଞ୍ଚଳରେ ସୁଇଚ୍ ବୋର୍ଡ ମୋଟର ଓ ଷ୍ଟାଟର, ମେନ୍ସୁଇଚ୍, ଓଭରହେଡ଼୍ ଟ୍ୟାଙ୍କ୍, ଘର ଭିତରର ଲାଇଟ୍ ବ୍ୟବସ୍ଥା, ପାଇପ, ଏସି, ଓ୍ୱାସିଂ ମେସିନ୍, ଇନଭର୍ଟର , ଓଭେନ୍, ଆର୍ଥିଙ୍ଗ ସଂପର୍କୀୟ ମରାମତି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତିା ଆଜି ପର୍ଯ୍ୟନ୍ତ ଏହି ପ୍ରଶିକ୍ଷାର୍ଥୀ ଟିମ୍ଗୁଡ଼ିକ ପ୍ରାୟ ୨୫ ହଜାର ଘରକୁ ଯାଇ ସର୍ବସାଧାରଣଙ୍କୁ ସେବା ଯୋଗାଇଛନ୍ତିା

୨୩୬୪ ଆଂଶିକ ଉପୁଡ଼ିଥିବା ଗଛ ପୁନଃରୋପିତ

ରାଜଧାନୀରେ ୨୩୬୪ ଆଂଶିକ ଉପୁଡ଼ିଥିବା ଗଛ ପୁନଃରୋପିତ କରାଯାଇଛି |  ବାତ୍ୟାରେ ଆଂଶିକଭାବରେ ଉପୁଡ଼ି ପଡ଼ିଥିବା ବଡ଼ ଗଛଗୁଡ଼ିକୁ ପୁନର୍ବାର ଠିଆ କରାଇବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଅଭିନବ ପଦକ୍ଷେପ ନିଆଯାଇଛିା ପାଓ୍ୱାର ହାଉସ୍ରୁ ସିଆର୍ପି ଛକ ମଧ୍ୟରେ ୯୨, ପାଓ୍ୱାର ହାଉସ୍ ରୁ  ଜୟଦେବ ବିହାର ଛକ ୨୧୩, ଜୟଦେବ ବିହାରରୁ ନନ୍ଦନ କାନନ ୧୧୯୩, ବାଣିବିହାରରୁ ମାଷ୍ଟର କାଣ୍ଟିନ୍ ୧୮୫, ସିଟି ମହିଳା କଲେଜରୁ ଜାଗମରା ୧୧୨, ମାଷ୍ଟର କ୍ୟାଣ୍ଟିନରୁ  ପିଏମଜି ୧୦୦, ମାଷ୍ଟର କ୍ୟାଣ୍ଟିନ ରୁ ଶିଶୁ ଭବନରୁ ହସ୍ପିଟାଲରୁ ଏଜି ୧୧୯, ଏୟାରପୋର୍ଟ ରାସ୍ତା ୩୦୦, ଖଣ୍ଡଗିରିରୁ ପୋଖରୀପୁଟ ମଧ୍ୟରେ ୫୦ଟି ଆଂଶିକ ଉପୁଡ଼ି ପଡ଼ିଥିବା ଗଛକୁ ଠିଆ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି |

0
0
0
s2sdefault