ହେଡଲାଇନସ୍:

ବାରିପଦାରେ ପାଣି ପାଇଁ ରାସ୍ତାରୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/Dillip Mohanty - ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ବାରିପଦା ସହର ର 25 ନମ୍ବର ୱାର୍ଡ ବାସୀ ପିଇବା ପାଣି ପାଇଁ ମଙ୍ଗଳବାର ଦିନ ରାସ୍ତା ରୋକ କରିଥିଲେ । ସେମାନେ ବାରିପଦା-ଜଳେଶ୍ବର ରାସ୍ତା ପାଲବଣି ପ୍ରୀନ୍ସ କଲେଜ ସମ୍ମୁଖରେ ଗରା ବାଳଟି ଧରି ଦୀର୍ଘ ସମୟ ଧରି ରାସ୍ତା ରୋକ କରିଥିଲେ। ବାରିପଦା ସହର ର 25 ନମ୍ବର ୱାର୍ଡରେ ପାଣି ପାଇଁ ପାଇପ୍ ସଂଯୋଗ ହୋଇଥିଲେ ମଧ୍ୟ ପିଇବା ପାଣି ଆସୁନାହିଁ । ନିର୍ବାଚନ ପୂର୍ବରୁ ଏହି ୱାର୍ଡକୁ ପାଣି ସଂଯୋଗ ହୋଇ ପାଣି ଆସିଥିଲା। ହେଲେ ନିର୍ବାଚନ ସରିବାର ଦୁଇ ଦିନ ପରେ ହଠାତ ପାଣି ବନ୍ଦ ହୋଇଅଛି । ଆଜି ପର୍ଯ୍ୟନ୍ତ ଆଉ ପାଣି ଆସୁନାହିଁ । ୱାର୍ଡବାସୀ ଏ ନେଇ ବାରିପଦା ପୌରପରିଷଦରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାପ୍ରଶାସନ ଓ ବାରିପଦା ଟାଉନ ଥାନା ପୁଲିସ ପହଂଚି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବା ନିମନ୍ତେ ନିର୍ଭର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

0
0
0
s2sdefault