ହେଡଲାଇନସ୍:

ପ୍ରଶାସନିକ ଉଦାସୀନତା : ଜବରଦଖଲକାରୀଙ୍କ କଚେପବାର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡିଶାର ଅନ୍ୟତମ ଶୈବ ପିଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ନୟାଗଡ ଜିଲ୍ଲାର ଦିତୀକେଶ୍ୱର ମହାଦେବ ପିଠ ଅନ୍ତର୍ଗତ ଶୁଳିଆ ଜଙ୍ଗଲ ପାଦ ଦେଶରେ ଥିବା ବିଭିନ୍ନ କିସମର ୬୦ ଏକରରୁ ଉର୍ଧ୍ଵ  ପଡିଆ ଜମି ଉପରେ ଜବର ଦଖଲକାରୀ ମାନଙ୍କର ନଜର ପଡିଛି । ପ୍ରଶାସନୀକ ଉଦାସୀନତା ପରୋକ୍ଷରେ ଜବରଦଖଲ କାରୀଙ୍କୁ ପ୍ରୋତ୍ସାହିତ  କରିବା ପରି ମନେ ହେଉଛି । ଏହି ପଡିଆ ଜମି ଉପରେ ଜବର ଦଖଲ କାରୀମାନେ ପ୍ରଥମେ ଝାଟିମାଟିରେ ଏକ ନଡାଛପର ଘର କରନ୍ତି । ଏବଂ ବିଭିନ୍ନ ସରକାରୀ ସହାୟତା ଜରିଆରେ ପ୍ରଧାନ ମନ୍ତ୍ରୀ ଆବାସ ହେଉ କିମ୍ବା ବିଜୁ ପକାଘର ଯୋଜନା ଅର୍ଥରେ ପକାଘର ନିର୍ମାଣ କରି ନିଜର ଆସ୍ଥାନ ଦୃଢ କରିଥାନ୍ତି । ଏଠାରେ ଏହି ଯୋଜନା ଗୁଡିକର କାର୍ଯ୍ୟ କାରିତା ନେଇ ସାଧାରଣରେ ପ୍ରଶ୍ନ ଉଠେ ଯୋଗ୍ୟ ହିତାଦ୍ଧିକାରୀମାନେ ଧାଇଁ ଧାଇଁ ପାଦରୁ ଚପଲ ସରିଯାଇଥିଲେ ମଧ୍ୟ ସେମାନେ ଏହି ଯୋଜନାର ସୁଫଳରୁ ବଚିଂତ ହେଉଥିବା ବେଳେ ଏହି କ୍ଷେତ୍ରରେ ଏହା ସମ୍ଭବ ହେଲା କିପରି ? ଉକ୍ତ ପଡିଆର ପୂର୍ବ ପାର୍ଶ୍ୱରେ କୈାଣସି ଘରଦ୍ୱାର ଓ ଜନବସତି ନଥାଇ ଏକ ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କ ସାହି ବୋଲି ଦର୍ଶାଇ ସରକାରୀ ଟଙ୍କାରେ ଏକ ମଣ୍ଡପ ମଧ୍ୟ ନିର୍ମାଣ ହୋଇଛି । ପ୍ରଶାସନ ତରଫରୁ ପରୋକ୍ଷରେ ଜବରଦଖଲ କାରୀଙ୍କୁ ପ୍ରୋତ୍ସାହିତ କରୁଥିବାର ଏହା ଏକ ନମୁନା ହୋଇପାରେ । ଏଠାରେ ସୂଚନା ଯୋଗ୍ୟଯେ ପର୍ଯ୍ୟଟନ ଶିଳ୍ପର ମାନ୍ୟତା ପାଇବା ପରେ ଶୁଳିଆ ପାହାଡର ସବୁଜ ଅରଣ୍ୟ ମଧ୍ୟରେ ଥିବା ଦ୍ୱିତୀକେଶ୍ୱର ମହାଦେବଙ୍କ ପିଠରେ ବର୍ଷସାରା ଯାତ୍ରୀଙ୍କ ଭିଡ ଲାଗିରହିଥାଏ । ପିଠର ମାହାତ୍ମ୍ୟ ଏବଂ ପ୍ରାକୃତିକ ପରିବେଷ ଯାତ୍ରୀମାନଙ୍କୁ ଆକୃଷ୍ଟ କରିଥାଏ । ଏପରି ସ୍ଥଳେ ଜବର ଦଖଲ କାରି ମାନଙ୍କ ଦ୍ୱାରା ଏହି ଅଂଚଳର ପ୍ରାକୃତିକ ପରିବେଷ ନଷ୍ଟଭ୍ରଷ୍ଟ ହୋଇଯାଉଥିବା ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ରାଜନୈତିକ, ଏବଂ ଉଚ୍ଚ ପଦସ୍ଥ ପ୍ରଶାସନ ଅଧୀକାରୀଙ୍କ ଆଗ୍ରହ ରହିଲେ ଏଇ ମୁଲ୍ୟବାନ ସ୍ଥାନ ଗୁଡିକ ଜବର ଦଖଲ କାରୀଙ୍କ କବଳରୁ ରକ୍ଷାକରାଯାଇ ପାରିବ । 

0
0
0
s2sdefault