ହେଡଲାଇନସ୍:

କାଳ ବୈଶାଖୀ ରଚିଲା ତାଣ୍ଡବ, ଉଜାଡ଼ି ଦେଲା ଗଛ ଓ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ବାରିପଦା ପୌରପରିଷଦରେ କାଳବୈଶାଖୀ ରଚିଥିଲା ତାଣ୍ଡବ । ଏଥିରେ ସହରର ସତ୍ୟସାଇ-ଫେଜାର ହଷ୍ଟେଲ ରାସ୍ତା, ଝିଞ୍ଜିରି ବନ୍ଧା, ପୂର୍ଣଚନ୍ଦ୍ରପୁର ଆଦି ବିଭିନ୍ନ ସ୍ଥାନରେ ଧରାଶାୟୀ ହୋଇ ରାସ୍ତାକୁ ଅବରୋଧ କରିଛି ବହୁ ପୁରୁଣା ଗଛ ଏବଂ ବିଦ୍ୟୁତ ଖୁଣ୍ଟ । ଫଳରେ ସହରରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇ ପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କଟା କାର୍ଯ୍ୟ ଜାରି ରହିଥିବା ବେଳେ ବିଦ୍ୟୁତ ବିଭାଗ ଭାଙ୍ଗି ପଡିଥିବା ଖୁଣ୍ଟ ଓ ତାରକୁ ମରାମତି କରିବାରେ ଲାଗିପଡିଛି ।

0
0
0
s2sdefault