ହେଡଲାଇନସ୍:

ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା : ମୋବାଇଲ ଆଲୁଅରେ ପରୀକ୍ଷା ଖାତା ଦେଖା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋବାଇଲ ଲାଇଟରେ ହେଲା ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଚାଲିଛି ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ।ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀ ମାନଙ୍କର ପରୀକ୍ଷା ଖାତାକୁ ୧୪୫ରୁ ଅଧିକ ଅଧ୍ୟାପିକା, ଅଧ୍ୟାପକ ମୂଲ୍ୟାୟନ କରୁଛନ୍ତି । ଆଜି ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ବାରିପଦା ସହରରେ କାଳବୈଶାଖୀ ଆସିବା ପୂର୍ବରୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦିଆ ଯାଇଥିଲା । କିନ୍ତୁ, ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ଜେନେରେଟର ଆଦିର ବିକଳ୍ପ ବ୍ୟବସ୍ଥା ନଥିବା କାରଣରୁ ଅଧ୍ୟାପକ, ଅଧ୍ୟାପିକାମାନେ ଘଣ୍ଟା ଘଣ୍ଟା ଧରି ମୂଲ୍ୟାୟନ କେନ୍ଦ୍ରରେ ଅନ୍ଧାରରେ ବିଦ୍ୟୁତ ଆସିବାକୁ ଅପେକ୍ଷା କରି ବସିଥିଲେ ।  ଶେଷ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ନଆସିବା ଫଳରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ନିଜ ନିଜର ମୋବାଇଲର ଲାଇଟରେ ପରୀକ୍ଷା ଖାତା ମୂଲ୍ୟାୟନ କରିବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣାକୁ ଶିକ୍ଷା ବିଭାଗର ବ୍ୟବସ୍ଥା ମଧ୍ୟରେ ଅବ୍ୟବସ୍ଥା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

0
0
0
s2sdefault