ହେଡଲାଇନସ୍:

ନୃସିଂହନାଥ ପିଠରେ ବୈଶାଖ ମେଳା ଆରମ୍ଭ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ- ବରଗଡ ଜିଲ୍ଲା ନୃସିଂହନାଥ ପିଠରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋସôବ ଅବସରରରେ ପାଳନ କରାଯାଉଥିବା ବୈଶାଖ ମେଳା ଗତ ୧୩ ତାରିଖ ଦିନ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଆୟୋଜନ ହେଉଥିବା ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ସୋମବାର ଅପରାହ୍ଣରେ ଏକ ଭବ୍ୟ କଳସ ଯାତ୍ରାରେ ଆଖପାଖ ଗ୍ରାମର ଶତାଧିକ ମହିଳା ଉପସ୍ଥିତ ରହି ପୁର୍ଣ୍ଣ କଳସ ଆଣି ଯଜ୍ଞସ୍ଥଳରେ ସ୍ଥାପନ କରିଥିଲେ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଲିଥାଏ  । ତେଣୁ ମନ୍ଦିର ଟ୍ରଷ୍ଟ ତରଫରୁ ଭକ୍ତଙ୍କୁ ମହାପ୍ରଭୁଙ୍କ ସୁଳଭ ଦର୍ଶନ ପାଇଁ ଅନେକ ପ୍ରକାର ସୁବିଧା କରାଯିବା ସହ ପ୍ରଶାସନ ତରଫରୁ ମଧ୍ୟ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ସେହି ପରି ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ନୃସିଂହନାଥ ଆର୍ୟୁବେଦିକ ମହାବିଦ୍ୟାଳୟ ତରଫରୁ ମଙ୍ଗଲବାର ଦିନ ଏକ ମାଗଣା ସ୍ୱାସ୍ଥ୍ୟ ପରିକ୍ଷା ଶିବିର ଖୋଳାଯାଇଛି, ଯାହାକି ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ  । 

0
0
0
s2sdefault