ହେଡଲାଇନସ୍:

ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ୧୦ ଦିନିଆ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ୧୦ ଦିନିଆ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଗଣିତ ଓ ବିଜ୍ଞାନ ବିଷୟରେ ଅନୁଷ୍ଠିତ ହୋଇଯାଇଛି ।  ଏହାକୁ  ବି ଇ ଓ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଏହି ପ୍ରଶିକ୍ଷଣରେ  ପଦ୍ମପୁର,ପାଇକମାଲ,ଗାଇସିଲାଟ ଓ ଝାରବନ୍ଧ ବ୍ଲକରୁ ଯୋଗଦେଇଥିବା ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ସାଧନକର୍ମୀ ଶ୍ରୀ ହୃଦାନନ୍ଦ ଭୋଇ, ଜିତେନ୍ଦ୍ର କୁମାର ପଣ୍ଡା,ଟିକେଶ୍ୱର ପଟେଲ, ରାଜେଶ କୁମାର ଖମାରୀ, ଶ୍ରୀଯୁକ୍ତ ରାଧାକାନ୍ତ ସୁଆର,ଲକ୍ଷ୍ମୀନାରାୟଣ ସାହା,ଦ୍ୱାଦଶ କୁମାର ପଧାନ,ଧୀରଜ ପଟ୍ଟନାୟକ,ମାନସରଞ୍ଜନ ଶତପଥୀ ପ୍ରମୂଖ ଗଣିତ ଓ ବିଜ୍ଞାନ ବିଷୟ କିଭଳି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଶିକ୍ଷଣ ଦିଆଯିବ ସେ  ଉପରେ  ପ୍ରଶିକ୍ଷଣ ଦେଇଥିଲେ  । ମୁଖ୍ୟତଃ ବିଜ୍ଞାନର ବିଭିନ୍ନ ପରୀକ୍ଷଣ,ଉତ୍କର୍ଷ  ଉପରେ ଅଧିକ ତର୍ଜମା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉଦଯାପନୀ ସଭାରେ ସମସ୍ତ ସାଧନକର୍ମୀ ଓ ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଭାବବିନିମୟ କରାଯାଇଥିଲା । ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ, ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀଯୁକ୍ତ ରାଧାକାନ୍ତ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଲୟର କର୍ମଚାରୀ ଦିପକ  ତିୱାରୀ , କୃଷ୍ଣଚନ୍ଦ୍ର ପଧାନ,ପଦ୍ମନାଭ ବୁଡେକ, ନନ୍ଦଗୋପାଲ ବନଛୋର ପ୍ରମୂଖ ସହଯୋଗ କରିଥିଲେ ।

0
0
0
s2sdefault