ହେଡଲାଇନସ୍:

ମନ୍ତ୍ରୀ ଅନନ୍ତ ଦାସଙ୍କ ନେତୃତ୍ୱରେ ସୁଆଣ୍ଡୋ ଗ୍ରାମରେ ଭୋଗରାଇ ରିଲିଫ୍ ଟିମ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୩ ହଜାର ଲୋକଙ୍କୁ ଦୁଇଓଳି ରନ୍ଧାଖାଦ୍ୟ ପରିବେଷଣ

ଭୁବନେଶ୍ୱର:  ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ର ବିଦ୍ୟାଧରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଫନୀ ବାତ୍ୟା ପ୍ରପୀଡିତ ଲୋକମାନଙ୍କୁ ୧୧ ତାରିଖରୁ ରନ୍ଧାଖାଦ୍ୟ ପରିବେଷଣ କରାଯାଉଛିା ପଞ୍ଚାୟତର ୬ଟି ସ୍ଥାନରେ ୩ ହଜାରରୁ ଅଧିକ  ଲୋକମାନଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ମଧ୍ୟାହ୍ନ ଓ ସନ୍ଧ୍ୟାରେ ଦୁଇଥର ବଣ୍ଟନ କରାଯାଉଛିା ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମ ସମେତ ଗୁଆଳିଗରଡ଼ା, ପାଟଣା, ମାଳିସାହି, ବିଦ୍ୟାଧରପୁର ଓ ନେତ୍ରମାଳି ସାହିରେ ଭୋଗରାଇରୁ ଆସିଥିବା  ୩୦ ଜଣିଆ ରିଲିଫ୍ ଟିମ୍ ଖାଦ୍ୟ ପ୍ରସ୍ତୁତ କରୁଛନ୍ତିା ଏହି ଟିମରେ 

ଭୋଗରାଇରୁ ରୋଷେଇଆ, ସ୍ବେଛାସେବୀ , ପଞ୍ଚାୟତିରାଜ ପ୍ରତିନିଧି ଆସିଥିବା ସହ ଆବଶ୍ୟକ ଚାଉଳ, ଡାଲି, ପରିବା, ବିସ୍କୁଟ ଆଦି ରିଲିଫ୍ ସାମଗ୍ରୀ ଅଣାଯାଇଛିା ସକାଳେ ଲୋକମାନଙ୍କୁ ବିସ୍କୁଟ ମଧ୍ୟ ଦିଆଯାଉଛି | ମନ୍ତ୍ରୀ ଶ୍ରୀ ଦାସ ଭୋଜନ ପ୍ରସ୍ତୁତି ଓ ପରିବେଷଣ କେନ୍ଦ୍ରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି |  ବାତ୍ୟାଦୁର୍ଗତ ଲୋକମାନଙ୍କର ସ୍ୱାଭାବିକ ସ୍ଥିତି ନଫେରିବା ପର୍ଯ୍ୟନ୍ତ ଏହି ରନ୍ଧାଖାଦ୍ୟ ପରିବେଷଣ କାର୍ଯ୍ୟ ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି | 

ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଦାସର୍ବଦା ପ୍ରପୀଡ଼ିତ ଜନତାଙ୍କ ସାହାଭରସା ହୋଇ ସହାୟତାର ହାତ ବଢ଼ାଇଥିବା  ଉତ୍କଳମଣି ଗୋପବନ୍ଧୁଙ୍କ ବାସସ୍ଥାନ ପରିଦର୍ଶନ କରି ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଣାମ ଜଣାଇଥିଲେ |  ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ସୁଆଣ୍ଡୋ ଗ୍ରାମରେ ରିଲିଫ୍ ବଣ୍ଟନ  ଦାୟିତ୍ୱ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ଅତ୍ୟନ୍ତ ଭାବବିହ୍ୱଳ ହୋଇ ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତିା ସେହିପରି ଓଡ଼ିଶାର ସମସ୍ତ ଯୁବକ, ଛାତ୍ରଛାତ୍ର, ଅଧ୍ୟାପକ-ଅଧ୍ୟାପିକା ଏବଂ ବିଭିନ୍ନ ବର୍ଗର ଲୋକ ବାତ୍ୟା ପରବର୍ତ୍ତୀ ରିଲିଫ୍ ଓ ପୁନନିର୍ମାଣ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତିା 

0
0
0
s2sdefault