ପୋଲିସଙ୍କୁ ନିର୍ଧୁମ ପିଟିଲେ ମାଫିଆଙ୍କ ପରିବାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଥର ମାଫିଆ ଆକ୍ରମଣରେ ପୁଲିସ ଏଏସଆଇ ଗୁରୁତର, ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର

ବାରିପଦା-(ଦିଲ୍ଲୀପ ମହାନ୍ତି)

ପଥର ମାଫିଆ ଆକ୍ରମଣରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏ ଏସ ଆଇ ଶୁଭେନ୍ଦୁ ବେହେରା ଗୁରୁତ୍ତର ଭାବେ ଆହତ ହୋଇ ପ୍ରଥମେ ବାରିପଦା ପିଆରଏମ୍ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବାର ଜଣାପଡିଛି । ଏହି ଘଟଣାରେ ପୁଲିସ ଏକ ପଥର ମାଫିଆ ପରିବାରର ୩ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସହ ୨ ଫେରାର ରହିଛନ୍ତି ।ପ୍ରାପ୍ତ ସୂଚନା ଅନୁସାରେ ମୟୂରଭଞ୍ଜ ଜିଲାରେ ପ୍ରଶାସନର ନଜର ଆଢୁଆଳରେ  ଶହ ଶହ ବେଆଇନ ପଥର ଖାଦାନ ଚାଲୁଥିବାବେଳେ କପ୍ତିପଦା ତହସିଲ ଆରଆଇ କିଶୋର ବେହେରା ନାମକ ଏକ ପଥର ମାଫିଆକୁ ଧରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ କିଶୋର ଆରାଇଙ୍କୁ ଆକ୍ରମଣ କରିଥିବା ବିଷୟକୁ ନେଇ କପ୍ତିପଦା ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ମାମଲାର ଥାନା ଏଏସଆଇ ଶୁଭେନ୍ଦୁ ବେହେରା ମେ ୧୨ ରବିବାର ରାତିରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କିଶୋର ବେହେରାଙ୍କ ଘରେ ପହଁଞ୍ଚିବା ପରେ କିଶୋର ଓ ତାଙ୍କ ପରିବାରର ସମସ୍ତ ସଦସ୍ୟମାନେ ଏଏସଆଇ ଶୁଭେନ୍ଦୁଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ । ଉକ୍ତ ଘଟଣାକୁ ନେଇ କପ୍ତିପଦା ଥାନାରେ ୬୭/୨୦୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କିଶୋର ବେହେରାଙ୍କ ବଡ଼ପୁଅ ହେମନ୍ତ ବେହେରା, ହେମନ୍ତଙ୍କ ସ୍ତ୍ରୀ ଜୟନ୍ତୀ ବେହେରା ଓ ସନପୁଅଙ୍କ ସ୍ତ୍ରୀ ଲକି ବେହେରାଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପଥର ମାଫିଆ କିଶୋର ଓ ତାଙ୍କ ସାନପୁଅ ଲିପୁ ବେହେରା ଫେରାର ରହିଛନ୍ତି ।

0
0
0
s2sdefault