ହେଡଲାଇନସ୍:

ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କୁ ପଖାଳ ଭୋଗ ଅର୍ପଣ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :-ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୀତି ଓ ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ଦିନ ଠାରୁ ସାତ ଦିନ ପର୍ଯନ୍ତ ଉପରବେଳା ମହାପ୍ରଭୁଙ୍କ ନିକଟରେ ପଖାଳ ଭୋଗ ଅର୍ପଣ କରିବା ପରମ୍ପରା ଚାଲିଆସିଛି । ମହାପ୍ରଭୁଙ୍କ ନିକଟରେ ପଖାଳ ଭୋଗ ଲାଗିବା ପରେ  ଉକ୍ତ ଭୋଗକୁ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କୁ ମାଟି କୁଣ୍ଡିରେ ବିତରଣ କରାଯାଇଥାଏ । ଯେ ହେତୁ ବର୍ଷକୁ ମାତ୍ର ସାତ ଦିନ ଏହି ପଖାଳ ଭୋଗ ଲାଗିଥାଏ ସେଥିପାଇଁ ପ୍ରସାଦ ପାଇବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଉପସ୍ଥିତ ଥାଆନ୍ତି । ନୃସିଂହନାଥ ମହାପ୍ରଭୁ ଯେଉଁ ସବୁ ସ୍ୱତନ୍ତ୍ର ପୂଜାବିଧି ଓ ନୀତି ରହିଛି ପଖାଳ ଭୋଗ ଅର୍ପଣ ସେମାନଙ୍କ ମଧ୍ୟରେ ଅନ୍ୟତମ ।

0
0
0
s2sdefault