ହେଡଲାଇନସ୍:

   ସମ୍ଭାବ୍ୟ ବାତ୍ୟା ଫନୀର ମୁକାବିଲା ପାଇଁ  ଓଡଗାଁ ବ୍ଲକ ପ୍ରଶାସନ ପ୍ରସ୍ତୁତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ସମ୍ଭାବ୍ୟ ବାତ୍ୟା ଫନୀକୁ ମୁକାବିଲା କରିବା ପାଇଁ ଓଡଗାଁ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡଗାଁ ଏନଏସି ସହିତ ସମସ୍ତ ୩୬ଟି ପଂଚାୟତରେ ନିର୍ବାହୀ ଅଧିକାରୀ ମାନେ ସଜାଗ ରହବାକୁ ନିର୍ଦ୍ଦେଶ  ଦିଆଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ୧୩ଜଣ ସିଆରସିସି ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ଓ ସ୍ଥାନୀୟ ଅଂଚଳର ଅଙ୍ଗନଓାଡି କରମୀ  ପ୍ରସ୍ତୁତ ହୋଇ ରହିଛନ୍ତି । ସମସ୍ତ ନୋଡାଲ ସେଂଟର ମାନଙ୍କରେ ଜଣେ ଲେଖାଏଁ କନିଷ୍ଠ  ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବର୍ତମାନ ସୁଧା ବଡଗୋରଡା ବାତ୍ୟା ଆଶ୍ରୟସ୍ଥଳରେ୨୭୩, କଜଳାଇପଲ୍ଲୀରେ ୨୫୯, ଗିରିଡିପଲ୍ଲୀରେ ୩୫, ଓଡଗାଁ ଏନଏସିରେ ପ୍ରାୟ ୧ଶହ ଜଣଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଇଛି । ୧୪ଜଣ ଆସନ୍ନ ପ୍ରସବାଙ୍କୁ ଶରଣକୁଳ ଏବଂ ନୟାଗଡ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଶରଣକୁଳ, ଗୋଡିପଡା ଓ ଓଡଗାଁରେ ୧୦୮ ଆମ୍ବଲାନ୍ସ ମୁତୟନ ରହିଛି । ୨୫ଜଣିଆ ଓଡ୍ରାଫ ଟିମ୍ ସହିତ ୨ଟି ଗାଡି ଓ ଜେନେରେଟର ପ୍ରସ୍ତୁତ ରହିଥିଲା ବେଳେ ପିଡବ୍ଲୁଡି ବିଭାଗରୁ ୨ଟି ଜେସିବିି ଓ ୨ଟି ଟ୍ରାକ୍ଟର ମହଜୁଦ  ରଖାଯାଇଥିବା ବେଳେ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି  । ଏବଂ ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ଯଥେଷ୍ଟ ପରିମାଣର ଚୁଡା ଗୁଡ ମହଯୁଦ୍ ରଖା ଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇ ଦେବାପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଓଡଗାଁ ବ୍ଲକ ଦାୟିତ୍ୱରେ ଥିବା ନୋଡାଲ ଅଫିସର ଆରଟିଓ ପ୍ରତାପ ପ୍ରିତୀକାନ୍ତ, ତହସିଲଦାର ପ୍ରମୋଦ କୁମାର ନାୟକ, ବିଡଓ ସ୍ୱାତୀଲେଖା ଦାସ ଓଡଗାଁ କଂଟ୍ରୋଲରୁମରେ ସଜାଗ ରହିଥିବା ସୂଚନା ମିଳିଛି । 

0
0
0
s2sdefault