ହେଡଲାଇନସ୍:

ସମ୍ଭାବ୍ୟ ବାତ୍ୟା ‘ଫନୀ’ର ମୁକାବିଲା ପାଇଁ ସଜାଗ ପ୍ରଶାସନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଖୋଲାଯାଇଛି ୨୪ ଘଂଟିଆ କଂଟ୍ରୋଲ୍ ରୁମ୍   

ଚମ୍ପୁଆ,(ଚିତ୍ତ ରଞ୍ଜନ କର)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଫନୀ’ର ମୁକାବିଲା ପାଇଁ ଚମ୍ପୁଆ ପ୍ରଶାସନ ସଜାଗ ରହିଛି ।  ଚଳିତ ମଇ ୩ ତାରିଖରେ ‘ଫନୀ’ ଓଡିଶା ଉପକୂଳ ଛୁଇଁବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି  ଚମ୍ପୁଆ ଉପଖଣ୍ଡରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି କରାଯାଇଛି ବୋଲି ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ତହସିଲଦାର ଆଲୋକ କୁମାର ପଟେଲ ସୂଚନା ଦେଇଛନ୍ତି ।  ଉପଖଣ୍ଡ ଅଧିନରେ ଥିବା ସମସ୍ତ ବ୍ଲକ ଏବଂ ତହସିିଲସ୍ତରରେ ୨୪ ଘଂଟିଆ କଂଟ୍ରୋଲ୍ ରୁମ୍ ଖୋଲାଯିବା ସହିତ ଅଧିକାରୀ/କର୍ମଚାରୀମାନେ ସଜାଗ ହୋଇ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା କାର୍ଯ୍ୟ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ଏତଦ୍ବ୍ୟତୀତ ସମସ୍ତ ଅଧିକାରୀ/କର୍ମଚାରୀମାନଙ୍କର ଛୁଟିକୁ ବାତିଲ୍ କରାଯାଇଛି ବୋଲି ସୂଚନା ଦେଇଛନ୍ତି । 

ମିଳିଥିବା ସୂଚନା ମୁତାବକ, ଉପଖଣ୍ଡ ଅଧିନରେ ଥିବା ଚମ୍ପୁଆ, ଝୁମ୍ପୁରା, ଯୋଡ଼ା ଆଦି ବ୍ଲକ୍ରେ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ଯଥା ଚୁଡା, ଗୁଡ, ଚିନି, ମହମବତୀ, ଦିଆସିଲି ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିପୁଳ ପରିମାଣରେ ମହଜୁଦ ରଖାଯାଇଛି । ଏହାସହ ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ, ସାପ କାମୁଡା ଇଞ୍ଜେକସନ୍ ମଧ୍ୟ ମହଜୁଦ ରଖାଯାଇଥିବା ଏସଡିଏମ୍ଓ ସୂଚନା ଦେଇଛନ୍ତି । ସେହିପରି ଆଶ୍ରୟସ୍ଥଳମାନଙ୍କରେ ଆଲୁଅ, ଖାଦ୍ୟ, ପାନୀୟ ଜଳ ଓ ଆନୁସଙ୍ଗିକ ବ୍ୟବସ୍ଥାା, ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟକ୍ଷମ ରଖିବା, ବିଦୁ୍ୟତ୍ ସରାବରାହ ନିରବଚ୍ଛିନ୍ନ ରଖାଯିବ ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି ।  ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ଅଗ୍ନିଶମ ସେବା ଅଧିକାରୀ ମତବ୍ୟକ୍ତ କରିଛନ୍ତି । ବାତ୍ୟାଜନିତ ରାସ୍ତାରେ ଗଛ ପଡିଲେ ତୂରନ୍ତ ଗଛକାଟି ରାସ୍ତା ସଫା କରାଯିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ସ୍ଥାୟୀ ଆଶ୍ରୟସ୍ଥଳ ସମେତ ନିରାପଦ ଶିକ୍ଷାନୁଷ୍ଠାନ  ଗୃହଗୁଡ଼ିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ ।  ବାତ୍ୟାବେଳେ ପାନୀୟ ଜଳଯୋଗାଣ, ବାତ୍ୟା ପରବର୍ତୀ ସମୟରେ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ପାନୀୟ ଜଳ ଉତ୍ସର ବିଶୋଧନ ନିମନ୍ତେ ବିହିତ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ସୂଚନା  ଦେଇଛନ୍ତି । ଟେଲିଫୋନ୍ ବ୍ୟବସ୍ଥା, ମୋବାଇଲ୍ ଫୋନ୍ ବ୍ୟବସ୍ଥା କିପରି ସଚଳ ରହିପାରିବ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।  ଯେକୌଣସି ଜରୁରୀ ପରିସ୍ଥିତିରେ  ଉପଖଣ୍ଡ ସଦର ମହକୁମାରୁ ତୃଣମୂଳସ୍ତର ପର୍ଯ୍ୟନ୍ତ ଯୋଗାଯୋଗ କରାଯିବ । ଏଣୁ ଉପଖଣ୍ଡସ୍ତରଠାରୁ ବ୍ଲକ୍ ଓ ପଂଚାୟତ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ନିଜ ନିଜର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ନକରିବା ପାଇଁ ତହସିଲଦାର ଶ୍ରୀ ପଟେଲ ନିବେଦନ କରିଛନ୍ତି ।

0
0
0
s2sdefault