ହେଡଲାଇନସ୍:

ଫନି ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୁର୍ଣ୍ଣ ବାତ୍ୟା ଫନିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବିପଦ ସଙ୍କେତ ଜାରି କରାଯାଇଛି । ଏହାର ପ୍ରଭାବରେ ସମ୍ଭାବ୍ୟ ପ୍ରଳୟଙ୍କରୀ ବାତ୍ୟା ଓ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ସତର୍କତା ମୂଳକ ପଦକ୍ଷେପ  ସହ ସଜାଗ ରହି ସମ୍ଭାବ୍ୟ ପରିସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ ନିର୍ଦ୍ଦେଶ ମିଳିବା ପରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫାସିଲଟେସନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ  ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ  ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ପଦାଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର ବାତ୍ୟା ଓ ବନ୍ୟା ପ୍ରଭାବିତ ବଡ଼ସାହି, ବେତନଟୀ, କପ୍ତିପଦା, ରାସଗୋବିନ୍ଦପୁର, ମୋରଡ଼ା, ଓ ବାରିପଦା ବ୍ଲକ ସହିତ ଅନ୍ୟାନ୍ୟ ସମସ୍ତ ନଦୀକୂଳବର୍ତ୍ତୀ ଅଞ୍ଚଳ, ତଳିଆ ଅଞ୍ଚଳ ଆଦିରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ଧନଜୀବନକୁ ସୁରକ୍ଷିତ ପହଁଞ୍ଚାଇବା ନିମନ୍ତେ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିଦେ୍ର୍ଧଶ ଜାରିକରାଯାଇଥିଲା । ଏଥି ସହିତ ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ 

ଗୁରୁତ୍ୱାରୋପ ଦେଇଥିଲେ । ଆବଶ୍ୟକସ୍ଥଳେ ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ବସ୍ତିବାସିନ୍ଦାମାନଙ୍କୁ ନିରାପଦା ସ୍ଥାନକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏଥି ନିମନ୍ତେ ନିକଟସ୍ଥ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ବାତ୍ୟା ଆଶ୍ରୟସ୍ଥଳିଗୁଡ଼ିକୁ ପ୍ରସ୍ତୁତ ରଖିବା; ଚୁଡ଼ା, ଗୁଡ଼, ଚିନି, ଦିଆସିଲି, ମହମବତୀ, ରନ୍ଧା ଖାଦ୍ୟ, ପାନୀୟ ଜଳ ଆଦି ଆତ୍ୟାବଶ୍ୟକୀୟ ସାମଗ୍ରୀ ଆଦି ମହଜୁଦ ରଖିବା ସହ  ଜେନେଟର ଆଲୋକ ବ୍ୟବସ୍ଥା, ଓଡ଼ରାଫଟ ଟିମ ଓ ଅଗ୍ନିଶମ ବିଭାଗର ତତ୍ୱାବଧାନରେ ପାୱାର କଟର, ଜେସିବି ଯାନବାହାନ ଆଦିକୁ ପ୍ରସ୍ତୁତ ରଖିବା ପାଇଁ ସମସ୍ତ ବିଡ଼ିଓ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅଗ୍ନିଶମ ଅଧିକାରୀ ଆଦି ସମସ୍ତ ବିଭାଗର ପଦାଧିକାରୀ ଓ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଝଡ଼ବାତ୍ୟା, ବର୍ଷା, ବନ୍ୟା ଆଦି ସମୟରେ ବିଦ୍ୟୁତ ସରବରାହ, ରାସ୍ତାଘାଟ, ଯୋଗାଯୋଗ ଆଦି ଉପରେ ତୀକ୍ଷଣ ନଜର ରଖିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଡ଼ାକ୍ତରଖାନା, ହସପିଟାଲ ଆଦିରେ ଆବଶ୍ୟକୀୟ ଔଷଧ, ସରଞ୍ଜାମ, ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା ସହ ଡ଼ାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀମାନେ ସଜାଗ ରହି ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବାକୁ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ଜିଲ୍ଲା ଜରୁରୀ କାର୍ଯ୍ୟାଳୟ, ଉପଖଣ୍ଡ, ବ୍ଲକ ଓ ତହସିଲସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲି ନିଜ ନିଜ ଅଞ୍ଚଳ ଉପରେ ନଜର ରଖିବା ସହ ଟିକିନିଖି ସୂଚନା ହେଡ଼କ୍ୱାଟରକୁ ଜଣାଇବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ସେହିପରି ୨୦୧୯ ନିର୍ବାଚନର ମତଦାନରେ ବ୍ୟବହୃତ ଇଭିଏମ ଓ ଭିଭିପେଟ ଇଲେକ୍ଟେ୍ରାନିକ୍ସ ଭୋଟିଂ ମେସିନଗୁଡ଼ିକ ସୁରକ୍ଷିତ ଭାବେ ରଖାଯାଇଥିବା ଷ୍ଟ୍ରଙ୍ଗରୁମର ଛାତ, କବାଟ, ଝରକା, ବାରଣ୍ଡା ଆଦିରେ ଫନି ପ୍ରଭାବରେ ସମ୍ଭାବ୍ୟ ବର୍ଷା ଓ ବନ୍ୟାପାଣି ପ୍ରବେଶ  ନକରିବା ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ସମ୍ପୃକ୍ତ ଉପଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । 

                 ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ପିଡ଼ି ଡ଼ିଆରଡ଼ିଏ ତୁଷାରକାନ୍ତି ମହାନ୍ତି, ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ, ଜିଲ୍ଲା ସୂଚନା ଓ ଲିକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଓ ବାରିପଦା ଉପଖ୍ଣର ଉପଜିଲ୍ଲାପାଳ ପ୍ରମୁଖଙ୍କ ସମେତ ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର ଓ ବିଭିନ୍ନ ବିଭାଗର ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । 

 

0
0
0
s2sdefault