ହେଡଲାଇନସ୍:

ପାଣି ପାଇଁ ହନ୍ତସନ୍ତ ବଲାଙ୍ଗିରବାସୀ  |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର:(ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ଦିନକୁ ଦିନ ରୌଦ୍ରତାପ ଯେଉଁ ଭଲି ଭାବରେ ବଢିବାରେ ଲାଗିଛି ସେହିପରି ଭାବରେ ପିଇବା ପାଣିର ସମସ୍ୟା ମଧ୍ୟ  ବଢିବାରେ ଲାଗିଛି | ସହରର ଜନସଂଖ୍ୟ ହାରା ହାରି 98 ହଜାର ଥିବା ବେଲେ  ପିଇବା ପାଣି ଯୋଗାଣ ପାଇଁ 8 ଟି ଉଚ୍ଚ  ଟାଙ୍କି ରହିଛି | ସେଥିମଧ୍ୟରୁ ପାଇପଲାଇନ ସଂଯୋଗ ନେଇଥିବା 7 ହଜାର ଉପଭୋକ୍ତା ଅଛନ୍ତି ହେଲେ ଅଧିକାଂଶ  ଉପଭୋକ୍ତା ଘରକୁ ପାଣି ଆସୁନାହିଁ  | ପାଇପ ଲାଇନ ସଂଯୋଗ କୁ ଛାଡି ଦେଲେ ଗଭିର ବୋରୱେଲ ଏକ ମାତ୍ର ସାହା ଭରସା | ହେଲେ  ଗ୍ରୀଷ୍ମ ଦିନରେ ବୋରୱେଲରେ ମଧ୍ୟ ପାଣି ବାହାରେ ନାହିଁ | ପାଣି ପାଇଁ ଲେକେ 5 ରୁ 10 କିଲୋମିଟର ଯାଇ ମହାରାଣୀ ସାଗର ଉପରେ ନିର୍ଭର କରିଥାନ୍ତି ହେଲେ ପୂର୍ବପରି ମହାରାଣୀ ସାଗର ର ପାଣି ପିଇବା ପାଇଁ ଉପଯୋଗୀ ନୁହେଁ | ବାଧ୍ୟହେଇ ଜୀବନ ବଞ୍ଚାଇବା ପାଇଁ ବ୍ୟବହାର କରି ଡାଇରିଆ ଭଲି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି |

 ବାରମ୍ବାର ଅଭିଯୋଗ ହେଉଛି ଯେ ପାଇପ ଲାଇନ ଚୋରା ଚାଲାଣ ହେଉ ଛି ହେଲେପ୍ରଶାସନ ର ନଜର ନାହିଁ | ୱାର୍ଡମାନଙ୍କୁ ଦିଆ ଯାଇଥିବା ଟାଙ୍କି କୁ ମଧ୍ୟ ପୂରଣ କରାଯାଉ ନାହିଁ | ଫଲରେ ଲୋକେ ନାହିଁ, ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି |  ମାନ୍ୟବର ସାଂସଦ କଲିକେଶ ନାରାୟଣ ସିଂହ ଦେଓ ପକ୍ଷରୁ ସହରର  ବିଭିନ୍ନ ସ୍ଥାନରେ ୱାଟର ଏଟିଏମ  ଲଗା ଯାଇଥିଲା ହେଲେ ତାହା ଏବେ ଅଚଲ ଅବସ୍ଥାରେ ପଡିରହିଛି | 

 ଆଗକୁ ଆହୁରି ତାପମାତ୍ରା ବଢିବାରେ ଲାଗିଛି | ତା ଉପରେ ଦୃଷ୍ଟି ଦେଇ ପାଣି ସମସ୍ୟା କିଭଲି ଭାବରେ ଦୂର ହେବ ଓ  ଅସାଧୁ ଚୋରା ପାଇପ ଲାଇନ ଉପଭୋକ୍ତାକୁ ଚିହ୍ନଟ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି | 

0
0
0
s2sdefault