ହେଡଲାଇନସ୍:

ଗଜପତି:-- ଘୁର୍ଣି ଝଡ଼  "ଫନି"ର କଡା ମୁକାବିଲା  ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ଘୁର୍ଣିଝଡ " ଫନି " ଓଡିଶା ଉପକୂଳରେ ବାତ୍ୟାର ରୁପ ନେବା ଜଣାପଡିବା ପରେ ଏହାର କଡ଼ା ମୁକାବିଲା  କରିବାର ପ୍ରସ୍ତୁତି ନେଇ  ଗଜପତି ଜିଲ୍ଲାପାଳଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

                      ସାମ୍ବାଦିକ ମାନଙ୍କୁ ସୁଚନା ଦେଇ ଜିଲ୍ଲାପାଳ  ଅନୁପମ ସାହା କହିଥିଲେ ମେ  ୨   ତାରିଖରେ  ଗଜପତି ଜିଲ୍ଲାକୁ ଝଡ଼ବାତ୍ୟା ଫନି ଆସିବାର ସମ୍ଭାବନା ରହିଛି  । ବିଭିନ୍ନ ସ୍ତରରେ  ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର କଡ ମୁକାବିଲା କରାଯିବା ପାଈଁ ଜିଲ୍ଲାବ୍ୟାପୀ  ଜିଲ୍ଲା ଓ ବ୍ଲକ ସ୍ତରରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଛି । ବାତ୍ୟା  ପାଈଁ ସମସ୍ତ କର୍ମଚାରୀ ମାନଂକ ଛୁଟିକୁ ବାତିଲ କରାଯାଇଛି । ସମସ୍ତ ଲୋକମାନଙ୍କୁ ସେମାନଙ୍କ ବ୍ଲକରେ ବାତ୍ୟା ଆଶ୍ରୟ ସ୍ଥଳ ଓ ସ୍କୁଲ ଗୁଡ଼ିକ ଚିହ୍ନଟ କରି  ସେଠାକୁ  ସମ୍ଭାବ୍ୟ ବିପନ୍ନ ଲୋକମାନଙ୍କୁ ଆଣି ରଖିବା,  ସେଠାରେ ଶୁଖିଲା ଓ  ରନ୍ଧା ଖାଦ୍ୟ ,  ଶିଶୁ ଖାଦ୍ୟ ଏବଂ ଔଷଧ ସବୁ ପ୍ରଚୁର ପରିମାଣରେ ମହଜୁଦ ରଖିବାକୁ  ନିର୍ଦ୍ଦେଶ  ଦିଆଯାଇଛି ।  ଅନ୍ୟ ପକ୍ଷରେ  ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ  ଚିହ୍ନଟ କରି ଆଗୁଆ ଭାବେ ସ୍ୱାସ୍ଥ୍ୟକେନ୍ଦ୍ର ଓ ସୁରକ୍ଷିତ ସ୍ଥାନକୁ  ଅଙ୍ଗନବାଡି କର୍ମୀମାନେ  ଆଣିବା ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ  ସତ୍ୟସମ୍ପନ୍ନା  ରାଉତ ଉପସ୍ଥିତ ଥିଲେ ।

0
0
0
s2sdefault