ହେଡଲାଇନସ୍:

ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ସତର୍କ ରହିବାକୁ ନିବେଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ଭାବ୍ୟ ବାତ୍ୟା ‘ଫୋନି’କୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ ) : ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ଜିଲ୍ଲା ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସଭାପତିତ୍ୱରେ ସଦ୍ଭାବନା ଗୃହରେ ଅନୁଷ୍ଠିତ  ହୋଇ ଯାଇଛି । ଏହି ଅବସରରେ ଶ୍ରୀ ଦାସ ସୂଚନା ଦେଇ କହିଥିଲେ ଯେ ଫୋନି ଆସନ୍ତା ୩ ତାରିଖ ସନ୍ଧ୍ୟାରେ ପୁରୀ ସାତପଡା ଠାରେ ଭୁପୃଷ୍ଠ  ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମୁଦ୍ରରେ ୨.୪ଫୁଟ ଉଚ୍ଚର ଲହଡି ଆସିପାରେ । ଯାହା ଅତ୍ୟନ୍ତ ଭୟଙ୍କର । ଏହି ସମୟରେ ପବନର ପ୍ରକୋପ ମଧ୍ୟ ଭୟଙ୍କର ରହିବ । ପାଖାପାଖି ୨୦୦ କିଲୋମିଟରରୁ ଉଦ୍ଧ୍ୱର୍ ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ସେଥିଳାଗି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଛନ୍ତି, ସେମାନେ ଯେପରି ଶୀଘ୍ର କୂଳକୁ ଫେରି ଆସିବେ, ସେଥିଲାଗି ପଦକ୍ଷେପ ନେବାକୁ ଚାନ୍ଦବାଲି ଓ ବାସୁଦେବପୁର ବିଡିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହି ସମୟରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାରଙ୍କ ସହିତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ହେଡକ୍ୱାର୍ଟରରେ ଉପସ୍ଥିତ ରହିବାକୁ ବାଧ୍ୟ ହେବେ । ବାତ୍ୟା ପାଇଁ ୨୪ ଘଣ୍ଟିଆ କଣ୍ଟେ୍ରାଲ ରୁମ୍ ଖୋଲା ରହିବ । ବାତ୍ୟାର ପରିସ୍ଥିତି ଦେଖି ସମୁଦ୍ର କୂଳବର୍ତ୍ତୀ ଲୋକମାନଙ୍କୁ ଜିଲ୍ଲାରେ ଥିବା ୧୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ଆବଶ୍ୟକ ହେଲେ ନିକଟବର୍ତ୍ତୀ ବଦ୍ୟାଳୟକୁ ସ୍ଥାନାନ୍ତର କରାଯାଇପାରେ । ସେଥିଲାଗି ବାତ୍ୟା ଆଶ୍ରୟ ସ୍ଥଳର ଦାୟିତ୍ୱରେ ଥିବା ସ୍ୱେଚ୍ଛାସେବୀ ସଂଗଠନ ଓ ସଂପୃକ୍ତ ବିଡିଓ ତହସିଲଦାରମାନେ ସଜାଗ ରହିବେ । ଉଦ୍ଧାର ପାଇଁ ଜରୁରୀ କାଳୀନ ବୋଟ ରଖାଯିବ । ସମସ୍ତ ବ୍ଳକ ମୁଖ୍ୟାଳୟରେ ଅତ୍ୟାବଶ୍ୟକୀୟ ଜିନିଷମାନ ମହଜୁଦ ରଖାଯିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ଏଥିଲାଗି ବିଡିଓ ତହସିଲଦାରମାନେ ସ୍ଥାନୀୟ ପୁଲିସର ସହାୟତା ନେବେ । ଉପର ମୁଣ୍ଡରେ ବର୍ଷାର ପରିମାଣ ଅଧିକ ହେଲେ ସାଳନ୍ଦୀ ଓ ବୈତରଣୀ ନଦୀରେ ଅଧିକ ଜଳ ଆସିବାର ସମ୍ଭାବନା ରହିଛି । ଆବଶ୍ୟକ ହେଲେ ହଦଗଡ ଡ୍ୟାମରେ ପାଣି ଛଡା ଯାଇପାରେ । ସେଥିଲାଗି ଦୁର୍ବଳ ନଦୀବନ୍ଧ ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଥିଲାଗି ନିର୍ବାଚନ ଆଚରଣ ବିଧି କୋହଳ କରାଯାଇଛି । ବୋଲି ନିର୍ବାଚନ କମିଶନଙ୍କ ଠାରୁ କ୍ଲିୟରାନ୍ସ ମିଳିଥିବା ଶ୍ରୀ ଦାସ ସୂଚନା ଦେଇଥିଲେ । ଭଦ୍ରକ ପୌରପାଳିକାର ନାଳ ଗୁଡିକରୁ ଅବରୋଧ ହଟାଇବାକୁ ପୌରନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଭଦ୍ରକ ତହସିଲଦାର ପ୍ରଦୀପ ସାହୁଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ସମସ୍ତ ବିଡିଓ ଓ ତହସିଲଦାର ସେମାନଙ୍କ କାର୍ଯ୍ୟାଳୟରେ ବିଦ୍ୟୁତ  ଆଲୋକର ବିକଳ୍ପର ବନେ୍ଦାବସ୍ତ କରିବା ସହ ବିଦ୍ୟୁତ  ବିଭାଗ ଓ ପୁର୍ତ୍ତ ବିଭାଗ ଗଛପଡି ରାସ୍ତା ଅବରୋଧ ହେଲେ ତୁରନ୍ତ ଏହାକୁ ଯାତାୟତ ଉପଯୋଗୀ କରାଯିବା ନିମନ୍ତେ ସବୁ ପ୍ରକାର ସରଞ୍ଜାମ ପ୍ରସ୍ତୁତ ରଖିବାକୁ ନିର୍ଦେଶ  ଦେଇଥିଲେ । ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ  ମଧୁସୂଦନ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ପରିଡା ମଞ୍ଚାସିନ ଥିଲେ । ବୈଠକରେ ମସସ୍ତ ତହସିଲଦାର, ବିଡିଓ, ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଯୋଗ ଦେଇଥିଲେ । 

 

 

0
0
0
s2sdefault