ହେଡଲାଇନସ୍:

ମହାବିଷୁବ ସଙ୍କ୍ରାନ୍ତି ଓ ଶ୍ରୀରାମ ନବମୀ ଯାତ୍ରାର ଦିତୀୟ ସନ୍ଧ୍ୟା:   ତାଡକା ବଧ ବେଶରେ ଦର୍ଶନ ଦେଲେ ଶ୍ରୀରଘୁନାଥ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ, :  ଆଜିର ଚୈତ୍ର ଶୁକ୍ଲପକ୍ଷ ବାସନ୍ତିକ ଦଶମୀ ତିଥି ଏବଂ ମହାବିଷୁବ ପଣାସଂକ୍ର୍ରାନ୍ତି, ହନୁମାନ ଜୟନ୍ତିର ସ୍ୱତନ୍ତ୍ର ନିତୀ ସହିତ ଶ୍ରୀରାମ ନବମୀ ଯାତ୍ରାର ନବଦିନ ସନ୍ଧ୍ୟାବେଶର ଦିତୀୟ ସନ୍ଧ୍ୟାରେ ଶ୍ରୀରଘୁନାଥଙ୍କ ତାଡକାବଧ ବେଶ ଦର୍ଶନ କଲେ ସହସ୍ରାଧିକ ଶ୍ରଧାଳୁ ।  ଧର୍ମରକ୍ଷାପାଇଁ ଅବତାରୀ ପୁରୁଷ ପ୍ରଭୁ ଶ୍ରୀରାମ ଧରାପୃଷ୍ଠ ରେ ଜନ୍ମ ନେବାପରେ ଗୁରୁ ବିଶ୍ୱାମିତ୍ରଙ୍କ ଠାରୁ ଅଳ୍ପବୟଷ ଓ ସ୍ୱଳ୍ପ ସମୟ ମଧ୍ୟରେ ସମସ୍ତ ପ୍ରକାରର ଯୁଦ୍ଧ ବିଦ୍ୟାକୁ ଆୟତ କରି ପାରିଥିଲେ । ପିତା ତଥା ଅଯୋଧ୍ୟା ନରେଷ ଦଶରଥ ଭୟ ଓ ଆଶଙ୍କାରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ବିଶ୍ୱାମିତ୍ରଙ୍କ ସଙ୍ଗରେ ଯିବାକୁ ରାଜି ହୋଇଥିଲେ । ପ୍ରବଳ ପ୍ରତାପୀ ତାଡକା ଅସୁରୁଣୀର ଅତ୍ୟାଚାରରେ ଉତ୍ପିଡିତ ମୁନିଋଷିମାନେ ତ୍ରାହି ତ୍ରାହି ଚିକôାର କରୁଥିବା ବେଳେ କାଣ୍ଡ କୋଦଣ୍ଡ ଧାରୀ ପ୍ରଭୁ ଶ୍ରୀରାମ ଘୋର ଅରଣ୍ୟ ମଧ୍ୟରେ ଶରବିଧକରି ତାଡକାକୁ ବଧ କରିଥିଲେ । ସେହି ଦିନରୁ ମୁନି ଋଷିମାନେ ନିରାପଦରେ ଯାଗଯଜ୍ଞ କରିପାରିଥିଲେ । ଅନ୍ୟ ପକ୍ଷରେ ଅବତାରୀ ପୁରୁଷ ପ୍ରଭୁ ଶ୍ରୀରାମ ଧରାପୃଷ୍ଠ ରେ ତାଙ୍କର ଉପସ୍ଥିତି ପରାକ୍ରମକୁ ସମଗ୍ର ସୃଷ୍ଟି ଆଗରେ ପରିଚିତ କରିପାରିଥିଲେ । ମାନବ ସଭ୍ୟତାର ରକ୍ଷାକରିବା ପାଇଁ ସମୟାନୁକ୍ରମେ ମହାମାନବ ମାନଙ୍କୁ ଧରାପୃଷ୍ଠ ରେ ଜନ୍ମଲାଭ କରିବାକୁ ପଡିଥାଏ ବୋଲି ଏହା ରାମାୟଣ କଥାବସ୍ତୁରୁ ଯଣାଯାଏ । 

0
0
0
s2sdefault