ହେଡଲାଇନସ୍:

ମହିଳା ସ୍ନାତକ ମହାବିଦ୍ୟାଳୟରେ ବୃକ୍ଷରୋପଣ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା 'ପ୍ରଭା' ସଂଗଠନ ତରଫରୁ ମହିଳା ସ୍ନାତକ ମହିଳା ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା ଗଜପତି ଜିଲ୍ଲାର ପରିବେଶକୁ ସୁରକ୍ଷା କରିବା ଏବଂ ସମଗ୍ର ଜିଲ୍ଲାକୁ ସବୁଜ ଗଜପତିରେ ରୁପାନ୍ତରିତ କରିବା  । ଏହି ପରିପ୍ରେକ୍ଷୀରେ ପ୍ରଥମ ସ୍ନାତକ ମହାବିଦ୍ୟାଳୟରେ ଏହି ସଂଗଠନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଥିଲେ । ମହିଳା ସ୍ନାତକ ବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଥିଲା । ମହିଳା ବିଦ୍ୟାଳୟ ସମସ୍ତ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦଙ୍କ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା  । ପ୍ରଭା ସଂଗଠନର ଆୟୋଜକ ଆପାରାଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ସବୁଜ ଗଜପତି ନିର୍ମାଣରେ ସହଯୋଗ କରିବା ପାଇଁ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଉଦ୍‍ବୋଧନ ପୂର୍ବକ ଉତ୍ସାହିତ କରିଥିଲେ ।

 

0
0
0
s2sdefault