ଆଜି ମୁଖ୍ୟମନ୍ତ୍ରୀ ଙ୍କର ବରଗଡ଼ ଜିଲ୍ଲା ଗସ୍ତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ଦ୍ଵିତୀୟ ପର୍ଯୟ ର ନିର୍ବାଚନ କୁ ଆଉ ମାତ୍ର ତିନିଦିନ । ରାଜନୈତିକ ବାତାବରଣ ଖୁବ ଗରମ ।ମୁଖ୍ୟତଃ ଆଗାମୀ ଅଠର ତାରିଖ ଦିନ ହବାକୁଥିବା ଭୋଟ ପାଇଁ ପ୍ରାର୍ଥୀ ମାନଙ୍କର ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ତାଙ୍କର ଦଲୀୟ ଷ୍ଟାର ପ୍ରଚାରକ ମାନେ । ଏହି କ୍ରମରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା କୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି। ଏହି ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ରୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ଙ୍କର ଏହି ଗସ୍ତକୁ ନେଇ ଉତ୍ସାହିତ ବିଜୁ ଜନତା ଦଳର ନେତାମାନେ ଓ କର୍ମୀ ।ବରଗଡ ଲୋକସଭା ଅନ୍ତର୍ଗତ ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପ୍ରଚାର କ୍ଷେତ୍ରରେ ବିଜେଡି ବର୍ତମାନ ସମୟରେ ଅନ୍ୟ ଦଳ ଓ ପ୍ରାର୍ଥୀ ଙ୍କ ତୁଳନାରେ ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀଙ୍କର ଗସ୍ତ ଦଳର ବର୍ତ୍ତମାନ ସ୍ଥିଥିକୁ  ନିଶ୍ଚିତ ଭାବରେ ଆହୁରି ସୁଦୃଢ଼ କରିବା ସହିତ ଦଳ ଚଳିତ ନିର୍ବାଚନ ରେ ନିଶ୍ଚିତ ଭାବରେ ଜବରଦସ୍ତ ପ୍ରଦର୍ଶନ କରିବ ବୋଲି ବିଜେଡି ର ନେତା ମାନେ ପ୍ରତିକ୍ରିୟା ରଖିଛନ୍ତି ।।

 

0
0
0
s2sdefault