ହେଡଲାଇନସ୍:

ଅଂଶୁଘାତ ସଚେତନତା ଓ ଜଳସେବା କେନ୍ଦ୍ର ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଙ୍କୀ(ଆଶିଷ କୁମାର ମହାପାତ୍ର):ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ କରବରସ୍ଥ ମା’ରଣଚଣ୍ଡୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ରଣଶଙ୍ଖ ନିକଟରେ ଏକ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ସହ ଜଳସେବା କେନ୍ଦ୍ର ଆଜି ଉଦ୍ ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ  ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଦ୍ ଘାଟନ କରି ସ୍ୱେଚ୍ଛାସେବୀ ଓ ଯୁବବନ୍ଧୁମାନଙ୍କର ଏପରି କାର୍ଯ୍ୟକୁ ଭୂୟଂସୀ ପ୍ରଶଂସା କରିଥିଲେ । ବିଶେଷ କରି ଅତ୍ୟଧିକ ଉତ୍ତାପ ଯୋଗୁ ପଥ·ରୀମାନଙ୍କୁ ସଚେତନତା କରିବା ସହ ଜଳପାନ ଯୋଗାଇଦେବା କାର୍ଯ୍ୟକୁ ଏକ ମହତ କାର୍ଯ୍ୟବୋଲି ପ୍ରାଧ୍ୟାପକ ମହାପାତ୍ର କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସତ୍ୟଜିତ୍ ଦାସ ଯୋଗଦାନ କରି ସ୍ୱେଚ୍ଛାସେବୀମାନଙ୍କୁ ବଧେଇ ଜଣାଇଥିଲେ । ଦେବାଶିଷ ଦଳେଇ, କାଶିିନାଥ ବେହେରା, ବାଦଲ ସାହୁ, ଅନନ୍ତ କୁମାର ରଣା, ଦେବେଶ୍ୱର ଦଳେଇ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁରୂପ ଭାବେ ଜାତୀୟ ସେବା ଯୋଜନା ତରଫରୁ ବ୍ରହ୍ମପୁରା ଓ କୁରୁମ ଚଇନି ଗ୍ରାମଠାରେ ଜଳସେବା କେନ୍ଦ୍ରମାନ ଖୋଲାଯାଇଛି ।

0
0
0
s2sdefault