ହେଡଲାଇନସ୍:

ପରିବାରବାଦ ରାଜନୀତିକୁ ଉଚିତ ଜବାବ ଦେବାକୁ କଂଗ୍ରେସ ନେତାଙ୍କ ଆହ୍ୱାନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଙ୍କୀ ନୃସିଂହ ଛକଠାରେ କଂଗ୍ରେସର ମୁଖ୍ୟ ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ 

ବାଙ୍କୀ(ଆଶିଷ କୁମାର ମହାପାତ୍ର):ନିର୍ବାଚନୀ ବିଗୁଲ ବାଜି ସାରିଥିବା ବେଳେ ବାଙ୍କୀ କଂଗ୍ରେସ ସମ୍ମାନ ଓ ସ୍ୱାଭୀମାନର ନାରାଦେଇ ନିର୍ବାଚନୀ ରଣାଙ୍ଗନରେ ପ୍ରବେଶ କରିଥିଲେ । ଶକ୍ତିବୃଦ୍ଧି ସହିତ ବିଜୟ ସୁନିଶ୍ଚିତ କରିବା ପାଇଁ ବାଙ୍କୀ କଂଗ୍ରେସ ବିଧାନ ସଭାପ୍ରାର୍ଥୀ ଡଃ.ଦେବାଶିଷ ପଟ୍ଟନାୟକ ବାଙ୍କୀ ଚାହେଁ ପରିବର୍ତ୍ତନର ସ୍ଲୋଗାନ ଦେଇ ବିଜୟ ବାନା ଉଡେ଼ଇବା ପାଇଁ ଶକ୍ତି ସାମର୍ଥ୍ୟ ଜୁଟାଇଛନ୍ତି  । ଦୀର୍ଘ ବର୍ଷର କଳକିଂତ ଶାସନକୁ ବାଙ୍କୀ ମାଟିରୁ ହଟାଇ ଏକ ସୁଶାସନ ବ୍ୟବସ୍ଥା ପ୍ରତିଷ୍ଠା  କରିବା ପାଇଁ କଂଗ୍ରେସ କର୍ମୀମାନେ ମଧ୍ୟ ଉତ୍ସାହର ସହିତ ଲାଗିପଡିଛନ୍ତି । ଆଜି ସନ୍ଧ୍ୟାରେ ବାଙ୍କୀ ମୁଖ୍ୟ ସହର ନୃସିଂହ ଛକଠାରେ କଂଗ୍ରେସ ତାର ବିଧିବଧଭାବେ ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ ଘାଟନ କରିଛି । ଡଃ.ପଟ୍ଟନାୟକ ନିଜ ବାସଭବନ ଠାରୁ ୧ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ବାଙ୍କୀ ମୁଖ୍ୟ ବଜାର ପରିକ୍ରମା କରି ବାଙ୍କୀର ଅଧିଷ୍ଠାତ୍ରୀ  ଦେବୀ ମା’ଚର୍ଚ୍ଚିକାଙ୍କ ମନ୍ଦିରକୁ ଯାଇ ଆଶିର୍ବାଦ ଭିକ୍ଷା କରିଥିଲେ । ମନ୍ଦିରରୁ ଚର୍ଚ୍ଚିକାଙ୍କ ଆଜ୍ଞାମାଳ ଧରି ପଦଯାତ୍ରା କରି ନୃସିଂହ ଛକ ସ୍ଥିତ ନବନିର୍ମିତ କାର୍ଯ୍ୟାଳୟରୁ ପହଁଚି ଫିତାକାଟି ଏହାକୁ ଉଦ୍ ଘାଟନ କରିଥିଲେ । ବାଙ୍କୀ ନଗର କଂଗ୍ରେସ ସଭାପତି ଭାଗିରଥି ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସାଧାରଣ ସଭାରେ ଡଃ.ପଟ୍ଟନାୟକ ଯୋଗଦେଇ ବାଙ୍କୀର ସ୍ୱାଭିମାନ ପାଇଁ କଳକିଂତ ଅଧ୍ୟାୟକୁ ଶେଷ କରିବା ପାଇଁ ଆହ୍ୱାନ ଦେଇଥିଲେ । ତତ୍ ସହିତ ପରିବାରବାଦ ରାଜନୀତିକୁ କଡା ସମାଲୋଚନା କରି ବାଙ୍କୀବାସୀ ନିର୍ବାଚନରେ ଏହାର ଜବାବ ଦେବେ  ବୋଲି ବକ୍ତବ୍ୟ ରଖିଥିଲେ । ବରିଷ୍ଠ  କଂଗ୍ରେସ ନେତା ଦେବୀପ୍ରସାଦ ମହାନ୍ତି, ନୂତନ ଭାବେ କଂଗ୍ରେସରେ ଯୋଗଦାନ କରିଥିବା ବାଙ୍କୀ ବିଜୁ ଜନତାଦଳର କାର୍ଯ୍ୟକାରୀ ସଭାପତି ତଥା ବିଜେଡି ଯୁବଜନତା ଦଳର ପୂର୍ବତନ ସଭାପତି କ୍ଷେତ୍ରବାସୀ ଦାଶ, ରମାକାନ୍ତ ସେଠୀ , ମୁନା ସିଂଙ୍କ ସମେତ ଉଦ୍ବୋଧନ ଦେଇ କଳକିଂତ ଶାସନ ଲୋପ କରିବାକୁ ଆହ୍ୱାନ ଦେଇଥିଲେ । 

 

 

           

0
0
0
s2sdefault