୧୫ ତାରିଖ ସୁଦ୍ଧା ସମସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ଅସ୍ତ୍ର ଶସ୍ତ୍ର ଜମା କରିବାକୁ ପ୍ରଶାସନର ନିର୍ଦ୍ଦେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) ମୟୁରଭଞ ଜିଲାରେ ଆସନ୍ତା ସଧାରଣ ନିର୍ବାଚନ ୨୦୧୯ ସୁପରିଚାଳନା ଏବଂ ସର୍ବସାଧାରଣ ଙ୍କ ଶାନ୍ତିଶୃଙ୍ଖଳା ତଥା ସର୍ବୋପରି ନିର୍ବାଚନ ସମୟରେ ଏକ ସୁସ୍ଥ ଓ ଅନୁକୂଳ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ମୟୁରଭଞ ଜିଲାରେ ଯେଉଁମାନେ ଆର୍ମସ୍ ଆକ୍ଟ-୧୯୫୯ ବଳରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ , ଅସ୍ତ୍ରଶସ୍ତ୍ର ଆଦି ରଖିଛନ୍ତି ସେମାନେ ଆସନ୍ତା ସାଧାରଣ ନିର୍ବାଚନ ପ୍ରକ୍ରୀୟା ଶେଷ ହେବା ପର୍ଯ୍ୟନ୍ତ ନିଜର ବନ୍ଧୁକ . ଅସ୍ତ୍ରଶସ୍ତ୍ର , ଲାଇସେନ୍ସ ଆଦି ନିଜ ଅନ୍ତର୍ଗତ ଥାନା/ ଜିଲା ଅସ୍ତ୍ରାଗାରରେ ଜାମା କରିାବାପାଇଁ ପ୍ରଶାସନ ପକ୍ଷରୁ ଆଦେଶନାମା ଜାରି କରାଯାଇଅଛି । ଏଣୁ ମୟୁରଭଞ ଜିଲାର ସମସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ , ଅସ୍ତ୍ରଶସ୍ତ୍ର ଧାରୀମାନେ ଆସନ୍ତା ୧୫-୪-୨୦୧୯ ରିଖ ସୁଦ୍ଧା ନିଜ ଅଞ୍ଚଳ ଅନ୍ତର୍ଗତ ଥାନା , ଜିଲା ଅସ୍ତ୍ରାଗାରରେ ନିଜ ନିଜର ବନ୍ଧୁକ . ଅସ୍ତ୍ରଶସ୍ତ୍ର , ଲାଇସେନ୍ସ ଆଦି ଜମାଦେଇ ଉଦ୍ଧିଷ୍ଟଥିବା ପ୍ରାପ୍ତି ସ୍ୱୀକାର ଗ୍ରହଣ କରିବାପାଇଁ ଜିଲାପାଳ ତଥା ଜିଲା ମାଜିଷ୍ଟେଟ ମୟୁରଭଞ ବିନୀତ ଭରଦ୍ୱାଜ ନିର୍ଦ୍ଦେଶ  ଦେଇଛନ୍ତି । ଏଥି ନିମନ୍ତେ ଆରକ୍ଷୀ ଅଧିକ୍ଷକ ମୟୁରଭଞ , ଜିଲାର ସମସ୍ତ ଉପଜିଲାପାଳ ତଥା ଉପଖଣ୍ଡ ମାଜଷ୍ଟେଟ , ଉପଖଣ୍ଡ ପୋଲିସ ଅଧିକାରୀ , ଡିଏସପି , ଆଇଆଇସି , ଓଆଇସି ପୋଲିସ ଙ୍କ ତତ୍ୱାବଧାନରେ ବିହୀତ ପଦକ୍ଷେପ ତଥା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାପାଇଁ ଜିଲାପାଳ ତଥା ଜିଲା ମାଜିଷ୍ଟେଟ ମୟୁରଭଞ ବିନୀତ ଭରଦ୍ୱାଜ ଗୁରୁତ୍ୱାରୋପ କରିଛନ୍ତି । ସୂଚନାଯୋଗ୍ୟକି ଜିଲାରେ ୧୨୫ ଜଣ ସିକ୍ୟୁରିଟି ଗାର୍ଡ ଙ୍କୁ ଦିଆଯାଇଥିବା ବନ୍ଧୁକ , ଅସ୍ତ୍ରଶସ୍ତ୍ର , ଲାଇସେନ୍ସ ଥାାନ ଜିଲା ଅସ୍ତ୍ରାଗାରରେ ଜାମ କରିବାକୁ ପଡିବନାହିଁ ।

0
0
0
s2sdefault