ହେଡଲାଇନସ୍:

ସୁମିତ୍ରା ହେଲେ ବିଜେଡି ସାଧାରଣ ସମ୍ପାଦିକା, ମୀରା ପରିଡା ହେଲେ ଭୁବନେଶ୍ୱର ମଧ୍ୟ ପାଇଁ ପର୍ଯ୍ୟବେକ୍ଷକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ସବୁନେତ୍ରୀଙ୍କୁ ଥଇଥାନ

ଭୁବନେଶ୍ୱର-  କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନାଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ସହିତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ଏହାସହିତ ଶ୍ରୀମତୀ କମଳା ତିରିଆଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାନେତ୍ରୀ ଏବଂ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଶ୍ରୀମତୀ ସୁଜାତା ଜେନାଙ୍କୁ ମହିଳା ବିଜେଡି ରାଜ୍ୟ ସାଧାରଣ ସଂପାଦିକା ସହିତ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଶ୍ରୀମତୀ ଭାଗ୍ୟଶ୍ରୀ ପ୍ରଧାନଙ୍କୁ ମହିଳା ବିଜେଡି ରାଜ୍ୟ ସଂପାଦିକା ଏବଂ ଶ୍ରୀ ତନ୍ମୟ ସ୍ୱାଇଁଙ୍କୁ ଏରସମା-ବାଲିକୁଦା ଓ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶ୍ରୀ ସୁଦର୍ଶନ ବେହେରାଙ୍କୁ ବିଜେଡି ରାଜ୍ୟ ସଂପାଦକ ସହିତ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ, ଡ. ହୁସେନ୍‍ ରବି ଗାନ୍ଧିଙ୍କୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ, ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ଶ୍ରୀ କୁନାଲ ରାଉତଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ,  ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ଶ୍ରୀ ନିମାଇଁ ମୁର୍ମୁଙ୍କୁ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ବିଜୁ ମହିଳା ଜନତା ଦଳର ଉପ-ସଭାନେତ୍ରୀ ମୀରା ପରିଡ଼ାଙ୍କୁ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି  ବୋଲି ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଛନ୍ତି ।

0
0
0
s2sdefault